ହ୍ଵାଟ୍ସଆପର ଏହି ସର୍ତ୍ତ ମାନିବେ ନାହିଁ ତ ୮ ଫେବୃୟାରୀକୁ ଆପେ ଡିଲିଟ ହୋଇଯିବ ଆପଣଙ୍କ ଆକାଉଉଣ୍ଟ , ନିଶ୍ଚିତ ଜାଣନ୍ତୁ।

ହ୍ଵାଟ୍ସଆପ ନିଜର ଟର୍ମସ ଅଫ ସର୍ଭିସ ଓ ପ୍ରାଇଭେସି ପଲିସିକୁ ଅପଡେଟ କରିଦେଇଛି। ଭାରତରେ ମଙ୍ଗଳବାର ପରଠାରୁ ଧୀରେ ଧୀରେ ଏହାର ସୂଚନା ଦିଆଯିବ। କମ୍ପାନୀ ନୂଆ ପଲିସିକୁ ସ୍ୱୀକାର କରିବା ପାଇଁ ୟୁଜର୍ସଙ୍କ ପାଇଁ ୮ ଫେବ୍ରୁଆରୀ,୨୦୨୧ ର ସମୟସୀମା ନିର୍ଦ୍ଧାରିତ କରିଛନ୍ତି। ଯଦି ଏହି ପଲିସିକୁ ସ୍ୱୀକାର କରିବେ ନାହିଁ ତ ଆପଣଙ୍କ ଆକାଉଣ୍ଟ ଡିଲିଟ ହୋଇଯିବ। ଏହାଛଡା ହ୍ଵାଟ୍ସଆପର ନୂଆ ସର୍ତ୍ତ ବିଷୟରେ କୁହାଯାଇଛି କି ଏବେ ଆପଣଙ୍କ ଡାଟାକୁ ଫେସବୁକ ଓ ଇନ୍ସଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ସହ ଇଣ୍ଟେଗ୍ରେଟ କରାଯିବ। ମାନେ ଏବେ ହ୍ଵାଟ୍ସଆପର ଡାଟା ଫେସବୁକ ଓ ଇନ୍ସଟାଗ୍ରାମରେ ମଧ୍ୟ ବ୍ୟବହାର କରିହେବ।

Google

ଆପଣଙ୍କୁ ଏହା ସର୍ବଦା ଧ୍ୟାନରେ ରଖିବାକୁ ପଡିବ ଯେ ହ୍ଵାଟ୍ସଆପରେ ଅପଲୋଡ଼ କରାଯାଇଥିବା ଫୋଟୋ ଏବେ ଇଣ୍ଟରନେଟରେ ମଧ୍ୟ ବ୍ୟବହାର ହୋଇପାରିବ। ନୂଆ ସର୍ତ୍ତଅନୁସାରେ,”ଆମ ସର୍ଭିସକୁ ଅପଗ୍ରେଡ଼ କରିବା ପାଇଁ ଆପଣ ହ୍ଵାଟ୍ସଆପକୁ ,ଯେଉଁ କଣ୍ଟେଟ ଆପଣ ଅପଲୋଡ଼ ,ସଵମିଟ,ଷ୍ଟୋର,ସେଣ୍ଡ ବା ରିସିଭ କରନ୍ତି,ତାକୁ ୟୁଜ,ରିପ୍ରଡ୍ୟୁସ ଓ ଡିସପ୍ଲେ କରିବା ପାଇଁ ଦୁନିଆସାରା ,ନନ ଏକ୍ସକଲୁସିଭ,ରିୟଲଟି ଫ୍ରି,ସବ୍ଲିସେଂନସବୁଲ,ଓ ଟ୍ରାନ୍ସଫରବଲ ଲାଇସେନ୍ସ ଦିଅନ୍ତି। ପ୍ରଶ୍ନ ଏହା ଯେ ଫେସବୁକରେ ଆମର କଣ କଣ ବିବରଣୀ ଯାଇପାରେ?

ଯେମିତି ହ୍ଵାଟ୍ସଆପ ଆକାଉଣ୍ଟର ମୋବାଇଲ ନମ୍ବର,ହ୍ଵାଟ୍ସଆପ ପେମେଣ୍ଟର କିଣାକିଣି ବିଲ,ଆପଣଙ୍କ ଆଇପି ଆଡ୍ରେସ,ତାହା ସବୁ ପ୍ରକାରର ବିବରଣୀ ଯାହା ଆପଣ ହ୍ଵାଟ୍ସଆପକୁ ଦିଅନ୍ତି । ଏବେ ଏକ ପ୍ରଶ୍ନ ଆପଣଙ୍କ ମନରେ ଉଠୁଥିବ କି ଫେସବୁକ ଆପଣଙ୍କ ଡାଟାର ବ୍ୟବହାର କିପରି ଓ କାହିଁକି କରିବ? ଫେସବୁକ ନିଜ ଡାଟା ଡିଲେଭରି ସୁଧାରିବା ପାଇଁ ଆପଣଙ୍କ ପସନ୍ଦ ହିସାବରେ ଫେସବୁକ ଉପରେ କଣ୍ଟେଟ ଦେଖେଇବାରେ ଆପଣଙ୍କ ସହ ଜଡ଼ା ଯିବା ଆର୍ଡ ଦେଖେଇବାରେ ବ୍ୟବହାର କରିବ।

Google

ହ୍ଵାଟ୍ସଆପ ୟୁଜର୍ସଙ୍କ ପାଖରେ ଏବେ ନଟ ନାଓର ଅପ୍ସନ ମଧ୍ୟ ରହିଛି। ଯଦି ୟୁଜର୍ସ ଚାହିଁବେ ଏହାକୁ ଏକସେପ୍ଟ ମଧ୍ୟ ନ କରିପାରିବେ। ଯଦି ନୂଆ ପଲିସିରେ ଯଦି ଆପଣ ହ୍ଵାଟ୍ସଆପର ଏହି ସର୍ତ୍ତକୁ ମାନିବେ ନାହିଁ ତେବେ,ଆପଣଙ୍କ ଆକାଉଣ୍ଟ ଡିଲେଟ ହେଇଯିବ ବୋଲି ଜଣା ଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *