ରାଞ୍ଚିର ରାଜକୁମାର ତଥା ଭାରତୀୟ ମାନଙ୍କର ଅତି ପ୍ରିୟ କ୍ରିକେଟର ଏମଏସ ଧୋନୀ ଏବେ ରିଟେଲ ବିଜିନେସରେ ବି ମନୋନିବେଶ କରିଛନ୍ତି। ତାଙ୍କର ରିଟେଲିଙ୍ଗ ବ୍ୟବସାୟ ଫାର୍ମ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଇଂଜା ଫାର୍ମସ ନାମରେ ଖୋଲିଛି। ଏଠାରେ ଅର୍ଗାନିକ ଫାର୍ମୀଂ ସହିତ ଆହୁରି ଅନେକ ପ୍ରଡକ୍ଟ ଯେପରି କି ଡେୟାରୀ ପ୍ରଡକ୍ଟ ଭଳି ଅନେକ କିଛି ଉତ୍ପାଦନ କରା ଯାଉଛି। ରିଟେଲ ବିଜିନେସ ଦ୍ୱାରା ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ପୁଣି ଥରେ ନିଜର ବ୍ରାଣ୍ଡ ଭ୍ୟାଲୁ ବଢ଼େଇବାରେ ଲାଗି ପଡିଛନ୍ତି। ଧୋନୀଙ୍କର ରିଟେଲ ଶପରେ ସବୁଠୁ ମହଙ୍ଗା ଘିଅ ବିକ୍ରି ହେଉଅଛି। ୩୦୦ ଟଙ୍କା ଲେଖାଏ ପ୍ରତି ୨୫୦ ଗ୍ରାମ ଭାବେ କିଲୋ ପ୍ରତି ୧୨୦୦ ଟଙ୍କା ଦରରେ ଘିଅ ବିକ୍ରି ଚାଲିଛି।

ଧୋନିଙ୍କର କ୍ରିକେଟ ତଥା କ୍ରିକେଟ ପାଇଁ ଥିବା ପ୍ୟାସନ ଯେପରି ଲୋକଙ୍କର ମସ୍ତିଷ୍କରେ ରାଜ କରୁଛି ଠିକ ସେହିପରି ହିଁ ତାଙ୍କର ଏହି ଆଉଟଲେଟ ବି ଲୋକ ମାନଙ୍କର ମସ୍ତିଷ୍କ ରେ ରାଜ କରୁଛି। ଲୋକ ମାନଙ୍କର କହିବା କଥା କି ଧୋନୀ ହୁଏତ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇ ଯାଇଛନ୍ତି ମାତ୍ର ତାଙ୍କର ଛାପ ଆଜି ବି ଲୋକ ମାନଙ୍କ ଭିତରେ ବସି ରହିଛି। ଏବେ ତାଙ୍କର ପ୍ରଡକ୍ଟସ ଲୋକ ମାନଙ୍କର ସ୍ୱାସ୍ଥ୍ୟ ସମ୍ଭାଳିବ। ଧୋନୀଙ୍କର ଫାର୍ମର ପ୍ରଡକ୍ଟ ବହୁତ ଭଲ କ୍ବାଲିଟି ତଥା ବହୁତ ଶସ୍ତା ହେଇଥିବାରୁ ତାହା ଲୋକ ମାନଙ୍କ ଭିତରେ ବହୁତ ପ୍ରଶଂସା ପାଉଛି।
ଏଠାରେ ଭାରତୀୟ ପୂର୍ବ ଅଧିନାୟକ ଧୋନୀ ଯେଉଁ ରିଟେଲ ବିଜିନେସରେ ଏଣ୍ଟ୍ରି ନେଇଛନ୍ତି ତ ତାଙ୍କୁ ଅନେକ ଲୋକ ଯୋଗଗୁରୁ ରାମଦେବ ବାବା ତଥା ତାଙ୍କର କମ୍ପାନୀ ପତାଞ୍ଜଳି ସହ ତୁଳନା କରିବାରେ ଲାଗିଛନ୍ତି। ଏବେ ଏବେ ଖୋଲିଥିବା ଇଂଜା ଫାର୍ମରେ ବାହାରୁଥିବା ପ୍ରଡକ୍ଟ ଘିଅ, କ୍ଷୀର ତଥା ଅନ୍ୟାନ୍ୟ ଜିନିଷ ବହୁତ ଚଢା ଭାବରେ ବିକ୍ରି ହେବାରେ ଲାଗିଛି। ରାଞ୍ଚିରେ ଧୋନୀଙ୍କର ୪୩ ଏକରର ଫାର୍ମ ଅଛି ଯେଉଁଠାରେ କି ଧୋନୀ ଅର୍ଗାଅନିକ ଫାର୍ମୀଂ ଆଉ ଅନ୍ୟାନ୍ୟ ଖେତି କରିବାର ନଜର ଆସୁଛନ୍ତି।

ଏଠାରେ ଧୋନୀଙ୍କ ଫାର୍ମରେ ମିଳୁଥିବା ଜିନିଷ ମାନଙ୍କର ଦାମ ଅଛି:
ମଟର: ୬୦ ଟଙ୍କା କିଲୋ
ଶିମଲା ଲଙ୍କା: ୫୦ ଟଙ୍କା କିଲୋ
ଆଳୁ: ୧୫ ଟଙ୍କା କିଲୋ
ବିନସ୍ : ୪୦ ତାଙ୍କ ପ୍ରତି କିଲୋ
ଅମୃତଭଣ୍ଡା : ୪୦ ଟଙ୍କା ପ୍ରତି କିଲୋ
ବ୍ରୋକଳି: ୨୫ ଟଙ୍କା ପ୍ରତି କିଲୋ
କ୍ଷୀର: ୫୫ ଟଙ୍କା ପ୍ରତି ଲିଟର
ଘିଅ: ୩୦୦ ଟଙ୍କା ପ୍ରତି ୨୫୦ ଗ୍ରାମ
ଷ୍ଟ୍ରବେରୀ: ୪୦ ଟଙ୍କା ପ୍ରତି ୨୦୦ ଗ୍ରାମ
ଆପଣଙ୍କୁ କହିରଖୁଛୁ କି ଧୋନୀଙ୍କର ଇଂଜା ଫାର୍ମ ମେନ ରୋଡ଼ର ସୁଜାତା ଛକ ପାଖାପାଖି ଖୋଲା ଯାଇଅଛି। ଏଠାରେ ଧୋନୀଙ୍କର ଫାର୍ମର ଅର୍ଗାନିକ ପରିବା ତଥା କ୍ଷୀର-ଘିସ ବିକ୍ରି ହେଉଅଛି। ଏହା ଆଗରୁ ତାଙ୍କ ଫାର୍ମର ପରିବା କେବଳ ବିଦେଶ ହିଁ ଯାଉଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।