IND vs ENG: କୂଳଦୀପଙ୍କ ବେକ ଚିପିବାରୁ ସିରାଜଙ୍କୁ ନେଇ ଫ୍ୟାନସ ମାନେ BCCIକୁ କଲେ ଏହି ଦାବି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଭାରତର ଦୁଇ ଖେଳାଳିଙ୍କ ଭିତରର ଝଗଡା ହୋଇଯାଇଛି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଦ୍ରୁତ ବୋଲର ମହମ୍ମଦ ସିରାଜ ସ୍ପିନର କୁଲଦୀପ ଯାଦବଙ୍କ ବେକ ଧରିଥିବା ଦେଖାଯାଉଛି। ସିରାଜ ବହୁତ ରାଗରେ ଦେଖାଯାଉଛନ୍ତି ଓ ତାଙ୍କର ଏହି କାମ ଦେଖି ତାଙ୍କ ଫ୍ୟାନ୍ସ ବହୁତ ନିରାଶ ଅଛନ୍ତି। ଫ୍ୟାନ୍ସ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶ୍ନ କରିଛନ୍ତି।ଅନେକ ଫ୍ୟାନ୍ସ ତ ଏହି ମାମଲାରେ ବିସିସିଆଇ ଯାଞ୍ଚର ଦାବି ମଧ୍ୟ କରିଛନ୍ତି।

Google

ବକହିରଖିବୁକି ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ଚେନ୍ନାଇ ଟେଷ୍ଟର ଚୂଡାନ୍ତ ଏକାଦଶରୁ ବାହାର ଅଟନ୍ତି। ସିରାଜଙ୍କ ଜାଗାରେ ଇସାନ୍ତ ଓ କୁଲଦୀପଙ୍କ ଜାଗାରେ ବାମ ହାତୀ ସ୍ପିନର ସାହବାଜ ନଦିମଙ୍କୁ ପ୍ରାଥମିକତା ଦିଆଯାଇଛି।ଡ୍ରେସିଙ୍ଗ ରୁମ ବାହାରେ ଏହି ଦୁହିଁଙ୍କ ମଧ୍ୟରେ କିଛି ଏପରି ହେଲା ଯାହା ପରେ ସିରାଜ କୁଲଦୀପଙ୍କ ବେକକୁ ଚିପିବାର ନଜର ଆସିଥିଲେ।

ସିରାଜଙ୍କ ଉପରେ ତଦନ୍ତ ହେବ:

ଅଷ୍ଟ୍ରେଲିଆ ଗ୍ରସ୍ତରେ ସବୁଠୁ ଅଧିକ ୧୩ ୱିକେଟ ନେଇଥିବା ମହମ୍ମଦ ସିରାଜ ରାତାରାତି ହିରୋ ହୋଇଯାଇଥିଲେ ଏବେ ଫ୍ୟାନ୍ସ ତାଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି। ମହମ୍ମଦ ସିରାଜଙ୍କୁ ଚେନ୍ନାଇ ଟେଷ୍ଟର ପ୍ରଥମ ଦିନ କୁଲଦୀପ ଯାଦବଙ୍କ ବେକ ଧରିଥିବା ଦେଖାଯାଇଥିଲା। ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେଥିରେ ସିରାଜ ବହୁତ ରାଗରେ ଦେଖାଯାଉଛନ୍ତି। ସିରାଜ ଓ କୁଲଦୀପଙ୍କ ଭିତରେ ମଜା ମସ୍ତିରେ ଏପରି ହୋଇଥିବ ଏହାର ଆଶା କମ ଦେଖାଯାଉଛି। ଏବେ ମାମଲା କଣ ଅଟେ ଏହାର ଖୁଲାସା ଆଗକୁ ଯାଇ ହେବ କିନ୍ତୁ ଏବେ ପ୍ରଶ୍ନ ଉଠୁଛି କଣ ଏହି ଭିଡ଼ିଓ ଦେଖିବା ପରେ ଟିମ ମ୍ୟାନେଜମେଣ୍ଟ କଣ ତଦନ୍ତ କରିବ?

ପୂର୍ବରୁ ମଧ୍ୟ ହୋଇସାରିଛି ଭାରତୀୟ ଖେଳାଳୀମାନଙ୍କ ମଧ୍ୟରେ ଝଗଡା:

କହିରଖିବୁକି ଟିମ ଇଣ୍ଡିଆର ଖେଳାଳୀମାନଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ଝଗଡା ହୋଇସାରିଛି। ବର୍ଷ ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ମ୍ୟାଚରେ ସୁରେଶ ରାଇନା ଓ ରବିନ୍ଦ୍ର ଜାଡେଜା ଝଗଡା କରିଥିଲେ। ସୁରେଶ ରାଇନା ଜାଡେଜାଙ୍କ ଡ୍ରେସ ମଧ୍ୟ ଟାଣି ଦେଇଥିଲେ। ଦୁହିଁଙ୍କୁ ଖେଳାଳୀମାନେ ଧରି ଝଗଡା ସାନ୍ତ କରିଥିଲେ। ଏବେ ସିରାଜ ଓ କୁଲଦୀପଙ୍କ ମଧ୍ୟରେ ଏପରି ଝଗଡା ଦେଖିବାକୁ ମିଳିଛି। ଏହି ବିଷୟରେ ଆଗକୁ କଣ ହେବ ଏହା ସମୟ ହିଁ କହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *