IPL ଅକ୍ସନ ୨୦୨୧:ଜାଣନ୍ତୁ କଣ ଅଟେ ନିଲାମୀ ପ୍ରକ୍ରିୟା, କେଉଁ ଟିମ ପାଖରେ ଅଛି କେତେ ଟଙ୍କା,କିପରି ହୋଇଥାଏ ଆରଟିଏମ କାର୍ଡର ବ୍ୟବହାର।

ଆଇପିଏଲ ୨୦୨୧ ପାଇଁ ୧୮ ଫେବୁଆରୀକୁ ଚେନ୍ନାଇରେ ଅପରାହ୍ଣ ୩ ଟାରେ ନିଲାମୀ ହେବ। କୋଭିଡ଼ ମହାମାରି କାରଣରୁ ଏଥର ନିଲାମୀ ଟିକେ ଡେରିରେ ହୋଇଛି।ଆଇପିଏଲ ୨୦୨୦ପାଇଁ ୧୯ ଡିସେମ୍ବର ୨୦୧୯କୁ ହିଁ ନିଲାମୀ ହୋଇଯାଇଥିଲା। ଏଥର ନିଲାମୀରେ ୨୯୨ ଜଣ ଖେଳାଳିଙ୍କ ଉପରେ ଦାମ ଲଗାଯିବ। ଏଥିରେ ଅଧିକ ତମ ୬୧ ଖେଳାଳି ହିଁ କିଣାଯାଇପାରିବେ ସର୍ଵ ପ୍ରଥମେ ବ୍ୟାଟ୍ସମ୍ୟାନଙ୍କର ନିଲାମୀ ହେବ ଏହା ପରେ ଅଲରାଉଣ୍ଡର ଓ ପରେ ୱିକେଟକିପରଙ୍କର ନିଲାମୀ ହେବ। ଆସନ୍ତୁ ଜାଣିବା ନିଲାମୀ ପ୍ରକ୍ରିୟା ବିଷୟରେ।

Google

 

ଆଇପିଏଲରେ ଦୁଇ ପ୍ରକାର ନିଲାମୀ ହୋଇଥାଏ ମେଗା ଓ ମିନି। ଦୁଇ ପ୍ରକାର ଫାଇନାଲ ଲିଷ୍ଟରେ ଖେଳାଳି ମାନଙ୍କୁ କ୍ୟାପଡ଼, ଅନକ୍ୟାପଡ ଓ ଓଭରସିଜ ହିସାବରେ ବଣ୍ଟାଯାଇଥାଏ। ସେହି ଖେଳାଳି ମାନଙ୍କୁ ବ୍ୟାଟ୍ସମ୍ୟାନ, ବୋଲର ଓ ଅଲରାଉଣ୍ଡର ହିସାବରେ ଅଲଗା ଅଲଗା ରଖାଯାଇଥାଏ। ଅକ୍ସନରେ ନିଲାମୀକର୍ତା ବେସ ପ୍ରାଇଜ ହିସାବରେ ଖେଳାଳିଙ୍କୁ ନାମ ଡାକିଥାନ୍ତି। ଏହା ପରେ ଟିମ ମାନେ ନିଜ ଦାମ ଡାକିଥାନ୍ତି। ଯିଏ ଅଧିକ ଦାମ ଲଗାଇଥାଏ ଖେଳାଳି ତାର ହୋଇଯାଇଥାଏ। ଅନସୋଲ୍ଡ ଖେଳାଳି ସେବେ ବିକା ଯାଇଥାନ୍ତି ଯେବେ ଟିମ ତାଙ୍କୁ ନେବା ପାଇଁ ଚାହିଁଥାଏ। ବର୍ଷ ୨୦୧୮ ରେ ସେସଥର ମେଗା ଆକ୍ସନ ହୋଇଥିଲା। ଆଗାମୀ ବର୍ଷ ଆଉ ଦୁଇଟି ନୂଆ ଟିମ ଯୋଡ଼ାହେବେ ଓ ବର୍ଷା ୨୦୨୨ରେ ଏକ ନୂଆ ମେଗା ଆକ୍ସନ ଦେଖିବାକୁ ମିଳିବ।

ମେଗା ଆକ୍ସନରେ ଟିମ ଅଧିକତମ ୫ ଜଣ ଖେଳାଳିଙ୍କୁ ହିଁ ରିଟେନ କରିପାରିବ। ଅନ୍ୟ ଖେଳାଳି ନିଲାମୀରେ ସାମିଲ ହୋଇଥାନ୍ତି। ସେମାନଙ୍କୁ କୌଣସି ମଧ୍ୟ ଟିମ କିଣିପାରେ। ଟିମ ତିନିଜଣ ଖେଳାଳିଙ୍କୁ ଆରମ୍ଭ ରାଉଣ୍ଡରେ ଓ ଦୁଇଜଣ ଖେଳାଳିଙ୍କୁ ନିଲାମୀ ସମୟରେ ରାଇଟ ଟୁ ମ୍ୟାଚ କାର୍ଡରେ ରିଟେନ କରିପାରିବେ। ଟିମ ଦ୍ଵାରା ରିଟେନ କରାଯାଇଥିବା ତିନିଜଣ ଖେଳାଳିଙ୍କ ମଧ୍ୟରୁ ଦୁଇଜଣ ବିଦେଶି ହୋଇପାରିବେ। ସବୁ ଟିମ ପାଖରେ ଦୁଇଟି ରାଇଟ ଟୁ ମ୍ୟାଚ କାର୍ଡ ରହିଥାଏ।

Google

ଯଦି ଆରମ୍ଭ ରାଉଣ୍ଡରେ ଟିମ ୩ ରୁ ୨ ବିଦେଶୀ ଖେଳାଳିଙ୍କୁ ରିଟେନ କରିଦେବ ତେବେ ଟିମ ରାଇଟ ଟୁ ମ୍ୟାଚ କାର୍ଡରେ କୌଣସି ବି ବିଦେଶି ଖେଳାଳିଙ୍କୁ ସ୍କ୍ୱାର୍ଡରେ ସାମିଲ କରିପାରିବ ନାହିଁ। ଯଦି ୩ ରୁ ଟିମ ୧ ବିଦେଶୀ ଖେଳାଳିଙ୍କୁ ରିଟେନ କରିଦେବ ତେବେ ପରେ ଆଉଜଣଙ୍କୁ ହିଁ ରିଟେନ କରିବାରେ ସକ୍ଷମ ହେବ ।

ମିନି ଅକ୍ସନରେ ଟିମରେ କମ ଥିବା ଖେଳାଳିଙ୍କ ସଂଖ୍ୟାକୁ ପୁରା କରିବା ପାଇଁ ଦାମ ଲଗାଇଥାଏ। ଏଥିରେ ଟିମ ଅଧିକ ଖେଳାଳିଙ୍କୁ ରିଟେନ କରିପରିଥାଏ। ରିଲିଜ ଖେଳାଳିଙ୍କୁ ଆଇପିଏଲ ଗଭରନିଙ୍ଗ କାଉନ୍ସିଲ ଆଉଥରେ ରେଜିଷ୍ଟ୍ରେସନ କରାଇଥାଏ। ଏଥିରେ ଶର୍ଟଲିଷ୍ଟ କରାଯାଇଥିବା ଖେଳାଳିଙ୍କୁ ଅଲଗା ଅଲଗା ଦାମ ବିଭାଗରେ ରଖାଯାଇଥାଏ।

Google

ଟିମକୁ ଏକ ନିର୍ଧାରିତ ସମୟରେ ଆଇପିଏଲ ଗଭରନିଙ୍ଗ କାଉନ୍ସିଲକୁ ରିଟେନ କରିଥିବା ଖେଳାଳି ଓ ରିଲିଜ କରିଥିବା ଖେଳାଳିଙ୍କ ଲିଷ୍ଟ ଦେବାକୁ ପଡ଼ିଥାଏ। ଖେଳାଳିଙ୍କୁ ରିଲିଜ କରିବା ପରେ ଯେଉଁ ପଇସା ବଳିଥାଏ ସେଥିରେ ଟିମ ନୂଆ ଖେଳାଳିଙ୍କୁ କ୍ରୟ କରିଥାଏ।

ସବୁ ଟିମ ଅଧିକତମ ୨୫ ଓ କମସେ କମ ୧୮ ଖେଳାଳିଙ୍କୁ ଟିମରେ ରଖିବାକୁ ପଡିଥାଏ। କୌଣସିବି ଟିମରେ ଅଧିକ ତମ ୮ ଜଣ ବିଦେଶୀ ଖେଳାଳି ରହିପାରିବେ। ବର୍ତ୍ତମାନ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ପାଖରେ ସବୁଠୁ କମ ୧୪ ଖେଳାଳି ଓ ହାଇଦ୍ରାବାଦ ପାଖରେ ସବୁଠୁ ଅଧିକ ୨୨ ଜଣ ଖେଳାଳି ରହିଛନ୍ତି। ଆରସିବିକୁ ଅତି କମରେ ୪ ଜଣ ପ୍ଲେୟରଙ୍କୁ କ୍ରୟ କରିବାକୁ ହେବ ଓ ହାଇଦ୍ରାବାଦ ଅଧିକତମ ଆଉ ୩ ଜଣଙ୍କୁ ଟିମରେ ସାମିଲ କରିପାରିବ।

Google
କିପରି ହୋଇଥାଏ ରାଇଟ ଟୁ କାର୍ଡର ବ୍ୟବହାର:

ଏହା ଦ୍ଵାରା ଟିମ ନିଜ ପୁରୁଣା ଖେଳାଳିଙ୍କୁ ନିଲାମୀ ସମୟରେ ଫେରସ୍ତ ଆଣିପାରିଥାଏ। ଏହା ପାଇଁ ତାଙ୍କୁ ନିଲାମୀରେ ଖେଳାଳି ଉପରେ ଲାଗିଥିବା ସର୍ବାଧିକ ଦାମ ସମାନ ପଇସା ଖର୍ଚ୍ଚ କରିବାକୁ ପଡିଥାଏ। ମାନି ନିଅନ୍ତୁ ରାଜସ୍ଥାନ ଏଥର ଷ୍ଟିଭ ସ୍ମିଥଙ୍କୁ ରିଲିଜ କରିଛି। ନିଲାମୀରେ ତାଙ୍କ ଉପରେ ସର୍ବାଧିକ ଦାମ ଯାହା ଡ଼କା ଯାଇଥିବ ରାଜସ୍ଥାନ ନିଜ ଆରଟିଏମ କାର୍ଡ ବ୍ୟବହାର କରି ସେତିକି ପଇସା ଦେଇ ସ୍ମିଥଙ୍କୁ ପୁନଃ ଆଣିପାରିବେ।

କଣ ଅଟେ ଟିମର ବଜେଟ:

ଆଇପିଏଲରେ ସବୁ ଟିମଙ୍କୁ ୮୫ କୋଟି ହିଁ ଦିଆଯାଇଥାଏ।ଏହା ସେହିପରି ରହିଛି। ବର୍ଷ ୨୦୧୯ରେ ଏହା ୮୦ କୋଟି ଓ ୨୦୧୮ ରେ ୬୬ କୋଟି ଥିଲା। ଏଥର ପଞ୍ଜାବ ପାଖରେ ସବୁଠୁ ଅଧିକ ପଇସା ବଳିଛି ୫୩.୨୦ କୋଟି। କମସେ କମ ଟିମକୁ ୬୦ କୋଟି ଖର୍ଚ୍ଚ କରିବାକୁ ପଡିବ ମାନେ ୭୫%।

Google
ଦୁଇଥର ହେବ ଟିମ ମେମ୍ବର ମାନଙ୍କର କରୋନା ଟେଷ୍ଟ:

ନିଲାମୀ ପୂର୍ବରୁ ଦୁଇଥର କରୋନା ଟେଷ୍ଟ କରାଯିବ। ପ୍ରଥମ ଟେଷ୍ଟ ନିଲାମୀର ୭୨ ଘଣ୍ଟା ପୂର୍ବରୁ ଓ ଦ୍ୱିତୀୟ ଚେନ୍ନାଇରେ ହୋଟେଲରେ ପହଁଚିବା ପରେ। ଦୁଇଟି ଯାକ ରିପୋର୍ଟ ନେଗେଟିଭ ରହିଲେ ଯାଇ ଏଣ୍ଟ୍ରି ମିଳିବ। ଗୋଟେ ଟିମର ୧୩ ଜଣହିଁ ଅକ୍ସନରେ ରହିପାରିବେ। ଏଥିମଧ୍ୟରୁ ୮ ଜଣ ଅକ୍ସନ ଟେବୁଲରେ ଓ ୫ ଜଣ ଗ୍ୟାଲେରୀରେ ବସିବାର ନଜର ଆସିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *