କୁମ୍ବଲେ ଏକା ପରାସ୍ତ କରିଦେଇଥିଲେ ପୁରା ପାକିସ୍ତାନକୁ, ଜାଣନ୍ତୁ ସେହି ୧୦ ୱିକେଟର କିଛି ଅଦ୍ଭୁତ କାହାଣୀ।

୭ଫେବୁଆରୀ ୧୯୯୯ରେ ଦେଶ ଯେଉଁଠି ଶୀତର ପ୍ରକୋପରେ ଥିଲା ସେହି ସମୟରେ ଦିଲ୍ଲୀ ସମେତ ବାକି ଇଲାକାରେ ଫ୍ୟାନ୍ସ ଭାରତ ଓ ପାକିସ୍ତାନ ବିରୁଦ୍ଧରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଗରମକୁ ଅନୁଭବ କରୁଥିଲେ।ଭାରତୀୟ ଫ୍ୟାନ୍ସଙ୍କର ହୃଦ ସ୍ପନ୍ଦନ ଜୋରେ ହେଉଥିଲା କାରଣ ଦୁଇଟି ଟେଷ୍ଟ ମ୍ୟାଚରୁ ଗୋଟିଏ ପାକିସ୍ତାନ ଜିତିଥିଲା ଓ ଅନ୍ୟଟିରେ ଚତ୍ରୁର୍ଥ ଦିନ ପାକିସ୍ତାନ ଜିତିବା ପାଇଁ ୪୨୦ରନର ପିଛା କରିବା ପାଇଁ ଓହ୍ଲାଇଥିଲା କିନ୍ତୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ସଇଦ ଅନବର, ସାହିଦ ଅଫରିଦି କୌଣସି ଉଇକେଟ ନହରାଇ ୨୪ ଓଭରରେ ୧୦୧ ରନ କରିଦେଇଥିଲେ। ଏଥିରି ଅନୁମାନ କରାଯାଇପାରୁଥିବ କି ଟିଭିରେ ଖେଳ ଦେଖୁଥିବା ଫ୍ୟାନ୍ସଙ୍କ ଅବସ୍ଥା କଣ ହେଉଥିବ।ସେବେ ଲାଗିଥିଲା କି ଏହି ମ୍ୟାଚକୁ ଏବେ ଚମତ୍କାର ହିଁ ବଞ୍ଚାଇ ପାରିବ। ସେବେ ସେଇଆ ହିଁ ହେଲା।

Google

କୁମ୍ବଲେ ପାକିସ୍ତାନର ପାରିର ୧୦ ଟି ଯାକ ୱିକେଟ ନେଇ ଇତିହାସ ରଚିବା ସହିତ ଦେଶକୁ ହାରରୁ ବଞ୍ଚାଇବା ସହ ପାକିସ୍ତାନ ବିରୁଦ୍ଧରେ ସୁନ୍ଦର ବିଜୟ ହାସଲ କରିଲେ। ଏହି ବିଜୟର ମହତ୍ତ୍ଵ କେତେ ଏହି କଥାରୁ ଅନୁମାନ ଲଗାଯାଇପାରିବ କି ଭାରତକୁ ପାକିସ୍ତାନ ବିରୁଦ୍ଧରେ ୨୩ ମ୍ୟାଚ ପରେ ବିଜୟ ମିଳିଥିଲା। ଏକ ପାରିରେ ୧୦ ଉଇକେଟ ନେବା ସହଜ କଥା ନୁହେଁ। ସେବେ ଏହି କରିସ୍ମା ବିଶ୍ୱ କ୍ରିକେଟରେ ଦୁଇଥର ହୋଇଥିଲା। ଥରେ ଯିମ ଲେକର ୧୦ ଉଇକେଟ ନେଉଥିଲେ ଓ ଦ୍ୱିତୀୟ ଥର ଅନୀଲ ମୁମ୍ବଲେ ଏହି କାମ କରିଥିଲେ। କ୍ରିକେଟର ଏତେ ଲମ୍ବା ସମୟ ପରେ ମଧ୍ୟ କୌଣସି ଖେଳାଳୀ ଏହି କାଯ୍ୟ ତୃତୀୟ ଥର କରିପାରିନାହିଁ। ଏତେ ସୁନ୍ଦର ପ୍ରଦର୍ଶନ ପଛରେ କାହାଣୀ ମଧ୍ୟ ଥିବ। ଆସନ୍ତୁ ଜାଣିବା କୁମ୍ବଲେଙ୍କର ସେହି ପ୍ରଦର୍ଶନର ୫ ଟି କଥା।

୧-ଲଞ୍ଚ ପର୍ଯ୍ୟନ୍ତ ପାକିସ୍ତାନର ଗଳି ନଥିଲା କୌଣସି ୱିକେଟ ଓ ରନ ହୋଇଯାଇଥିଲା ୧୦୧:

୪୨୦ ରନର ପିଛା କରିବାକୁ ଓହ୍ଲାଇଥିବା ପାକିସ୍ତାନ ଟିମର ଆରମ୍ଭ ବହୁତ ଭଲ ରହିଥିଲା। ସଇଦ ଅନବର, ସାହିଦ ଅଫରିଦି କୌଣସି ଉଇକେଟ ନହରାଇ ୨୪ ଓଭରରେ ୧୦୧ ରନ କରିଦେଇଥିଲେ। ସେବେ ଲୋକଙ୍କୁ ଲାଗିଥିଲାକି ଖେଳ ପାକିସ୍ତାନ ପକ୍ଷରେ ଅଛି। କୁମ୍ବଲେ ସେହି ଦିନକୁ ମନେ ପକାଇ କହିଛନ୍ତିକି ଲଞ୍ଚରେ ସେହି ସମୟର କୋଚ ଅଂଶୁମାନ ଗାଏକବାଡ଼ ସମସ୍ତ ଖେଳାଳୀଙ୍କୁ କହିଲେ କି ସମସ୍ତେ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଅ। ଅଧିନାୟକ ଅଜହରଙ୍କୁ ଭରସା ଥିଲା କି କୁମ୍ବଲେ ଏହି ମ୍ୟାଚକୁ ଚେଞ୍ଜ କରିପାରିବେ।

Google
୨-କୁମ୍ବଲେ ନିଜ ପକ୍ଷ ବଦଳାଇଲେ ଓ ସବୁକିଛି ବଦଳାଇ ଦେଲେ:

କୁମ୍ବଲେ ଫୁଟବଲ ଷ୍ଟ୍ରେଣ୍ଡ ପଟୁ ବୋଲିଙ୍ଗ କରୁଥିଲେ। ତାଙ୍କର ୬ ଓଭରରେ ୨୭ ରନ ହୋଇଯାଇଥିଲା ଓ ଗୋଟିଏ ମଧ୍ୟ ଉଇକେଟ ମିଳିନଥିଲା। ସେବେ ଅଧିନାୟକ ଅଜହର କୁମ୍ବଲେଙ୍କୁ ପବିଲିୟନ ପଟୁ ବୋଲିଙ୍ଗ କରିବା ପାଇଁ କହିଥିଲେ। କୁମ୍ବଲେ ନିଜ ପକ୍ଷ ବଦଳାଇଲେ ଓ ପୁରା ମ୍ୟାଚ ବଦଳିଗଲା। କୁମ୍ବଲେଙ୍କର ଅଫଷ୍ଟମ୍ପ ଆଡ଼କୁ ଯାଉଥିବା ବଲ ଅଫରିଦି ଛାଡିଲେ ଓ ବୋଲ୍ଡ ହୋଇଗଲେ।ଏହା ପରେ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ଲାଇନ ଲାଗିଗଲା।

୩-ମୁମ୍ବଲେ ୯ ୱିକେଟ ନେଇସାରିଥିଲେ ଏହା ପରେ ଶ୍ରୀନାଥଙ୍କ ବଲରେ କ୍ୟାଚ ପାଇଁ ରମେଶ ଲଗାଇଲେ ଦୌଡ଼:

ନିଜର ୧୦ ଉଇକେଟକୁ ମନେ ପକାଇ କୁମ୍ବଲେ କହିଛନ୍ତି ସେ ଯେବେ ୬ଟି ଉଇକେଟ ନେଇଗଲେ ତାଙ୍କୁ ଲାଗିଲାକି ସେ ୧୦ ଉଇକେଟ ଅକ୍ତିଆର କରିପାବରିବେ। ଏହା ପରେ ଯେବେ ୯ ଉଇକେଟ ଗଳିଲା ସେବେ ଏହା ଲାଗିଲା କି କୁମ୍ବଲେ ୧୦ ଉଇକେଟ ନେବାର ରେକର୍ଡ କରିପାରନ୍ତି। ଏହା ପରେ ପ୍ଲାନ କରାଗଲା କି ଯଦି ଶ୍ରୀନାଥ ଓଭରରେ କ୍ୟାଚ ଉଠିଲା ତେବେ କେହି ତାକୁ ଧରିବ ନାହିଁ। ଏହା ପରେ ଏକ ବଲ ବକାର ୟୁନିସର ବ୍ୟାଟରେ ବାକି କ୍ୟାଚ ଉଠିଲା ରମେଶ କ୍ୟାଚ ଧରିବା ପାଇଁ ଦୌଡିଲେ କୁମ୍ବଲେ କହିଥିଲେ ମତେ ଲାଗୁନାହିଁକି ରମେଶ ସେହି ପ୍ଲାନକୁ ଶୁଣିଥିଲେ। ସେ ଜାଣିପାରିନଥିଲେକି ମୁଁ ୯ ୱିକେଟ ନେଇଛି। ସେ ବଲ ତାଙ୍କଠୁ ବହୁତ ଦୂରରେ ପଡିଲା।

Google
୪- ୱିକେଟ ନ ଗଳିବା ପାଇଁ ଶ୍ରୀନାଥ ସବୁ ବଲ ବାହାର ଆଡ଼କୁ ପକାଇଲେ:

କୁମ୍ବଲେଙ୍କ ଅନୁସାରେ ଯେବେ ସେ ୯ ଉଇକେଟ ନେଇଥିଲେ ଶ୍ରୀନାଥ କହିଲେ କି ସେ ୯ ୱିକେଟରେ ମ୍ୟାଚ ଶେଷ ନକରନ୍ତୁ କିନ୍ତୁ କୁମ୍ବଲେ ବୋଲିଙ୍ଗ କରିକରି ଥକି ଯାଇଥିଲେ।କିନ୍ତୁ ଶ୍ରୀନାଥଙ୍କୁ ଲାଗୁଥିଲାକି କୁମ୍ବଲେ ୧୦ ୱିକେଟ ନେଇପାରନ୍ତି। ସେଥିପାଇଁ ୱିକେଟ ନଯିବା ପାଇଁ ସେ ସବୁ ବଲ ବାହାର ଆଡ଼କୁ ପକାଉଥିଲେ। ବହୁତ କଷ୍ଟରେ ସେ କୌଣସି ଉଇକେଟ ନନେଇ ନିଜ ଓଭର ସମାପ୍ତ କଲେ।

୫-ଉଆକର ୟୁନିସ ରନ ଆଉଟ ହୋଇ କୁମ୍ବଲେଙ୍କୁ ରେକର୍ଡ କରିବାରୁ ଅଟକାଇବାକୁ ଚାହୁଁଥିଲେ:

କୁମ୍ବଲେ ନିଜ ପାରିରେ ଯେପରି ୧୦ ୱିକେଟ ନନେଇ ପାରିବେ ଏଥିପାଇଁ ଉଆକାର ୟୁନିସ ମଧ୍ୟ ଚେଷ୍ଟା କରିଥିଲେ ଏହାର ଖୁଲାସା ମଧ୍ୟ ତାଙ୍କର ସାଥି ଉଆସିମ ଆକରମ କରିଛନ୍ତି। କୁମ୍ବଲେ ଯେବେ ଏହି ରେକର୍ଡର ଏତେ ପାଖରେ ପହଁଚିଯାଇଥିଲେ ସେବେ ବକାର ରନ ଆଉଟ ହେବାକୁ ଚାହୁଁଥିଲେ। ପାକିସ୍ତାନ ଅଧିନାୟକ ବସିମଙ୍କ କାରଣରୁ ବକାରଙ୍କର ଏହି ପ୍ଲାନ ସଫଳ ହୋଇପାରିଲା ନାହିଁ। ବସିମ ବକାରଙ୍କୁ କହିଥିଲେ ଯଦି ମୁମ୍ବଲେଙ୍କ ଭାଗ୍ୟରେ ଏହି ରେକର୍ଡ ଅଛିତ ଆମେ ତାଙ୍କୁ ଅଟକାଇ ପାରିବା ନାହିଁ। ଏହାର ଅଳ୍ପ ସମୟ ପରେ କୁମ୍ବଲେ ବସିମଙ୍କୁ ଆଉଟ କରିଦେଲେ। ବକାର ୟୁନିସ ଏହାକୁ ମାନିନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *