IPL ପ୍ରଥମ ଥର ହେଲା ବଡ଼ ପରିବର୍ତ୍ତନ, ରବି ଶାସ୍ତ୍ରୀ ICCକୁ ଶୁଣାଇଲେ କଡା ଶବ୍ଦ, ଏହା ଅଟେ ଖେଳ ଜଗତର ୧୦ ଟି ବଡ଼ ଖବର।

ରବିବାର ଦିନ ଖେଳ ଜଗତରେ ବହୁତ କିଛି ଘଟିଲା ଗୋଟେ ପଟ ଆଇପିଏଲ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଥିବା ବେଳେ ବ୍ୟାର୍ଡମିଣ୍ଟନ ଖେଳରେ ଖରାପ ଖବର ଆସିଛି।ଭାରତୀୟ କୋଚ ରବି ଶାସ୍ତ୍ରୀ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲକୁ କଡା ଶବ୍ଦ ଶୁଣାଇଛନ୍ତି ଓ ଏହା ସହ ଟ୍ରୋଲ କରୁଥିବା ଲୋକଙ୍କୁ ମଧ୍ୟ କଡା ଜବାବ ଦେଇଛନ୍ତି। ଇଂଲଣ୍ଡର କ୍ରିକେଟ କୋଚ ସିଲବରବୁଡ଼ଙ୍କ ଦୁଃଖ ବି ସାମ୍ନାକୁ ଆସିଲା। ଆସନ୍ତୁ ଜାଣିବା ୭ ମାର୍ଚ୍ଚର ୧୦ ଟି ବଡ଼ ଖବର।

Google

୧:ବିସିସିଆଇ ରବିବାରକୁ ଆଇପିଏଲ ୨୦୨୧ର କାଯ୍ୟକ୍ରମ ଘୋଷଣା କରିଛି। ଆଇପିଏଲର ୧୪ ସଂସ୍କରଣର ପ୍ରଥମ ମ୍ୟାଚ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେବ। ଆଇପିଏଲ ଏଥର ୬ ଟି ସହରରେ ହେବ। ଏଥର କୌଣସି ଟିମ ନିଜ ସହରରେ ଆଇପିଏଲ ଖେଳିପାରିବେ ନାହିଁ। ଏହା ଆଇପିଏଲ ଇତିହାସରେ ପ୍ରଥମ। ଆଇପିଏଲର ଫାଇନାଲ ୩୦ ମଇକି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ।

୨:ଭାରତୀୟ କୋଚ ରବିଶାସ୍ତ୍ରୀ ନିଜର ଆଲୋଚନା କରୁଥିବା ଲୋକ ଓ ଆଇସିସିକୁ କଡା ଜବାଵ ଦେଇଛନ୍ତି।ସେ ଏକ ଭ୍ରଚ୍ୟୁଆଲ ପ୍ରେସ କଂଫ୍ରେନ୍ସରେ କହିଛନ୍ତି ମତେ ସୋସିଆଲ ମିଡିଆରେ ଯେଉଁମାନେ ଟ୍ରୋଲ କରୁଛନ୍ତି ଏଥିରେ ମତେ କୌଣସି ପ୍ରଭାବ ପଡିବ ନାହଁ। ଯେବେ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି ମତେ କୌଣସି ଦୁଃଖ ନାହିଁ। ଓ ଖବର ପ୍ରଦର୍ଶନରେ ତ ଏମିତିବି ଲୋକ କୁହନ୍ତି। ଏହା ସହ ସେ ଆଇସିସିକୁ ମଧ୍ୟ କହିଛନ୍ତି। ସେ ଆଇସିସିକୁ ବିଶ୍ୱଟେଷ୍ଟ ଚାମ୍ପିୟାନସିପର ଫାଇନାଲକୁ ଅଧାରୁ ପରିବର୍ତ୍ତନ କରିବା ପାଇଁ କଡା କଥା କହିଛନ୍ତି। ସେ କହିଛନ୍ତି ଭଲ ପ୍ରଦର୍ଶନ କରିବା ପରେ ମଧ୍ୟ ଟିମ ଇଣ୍ଡିଆକୁ ଫାଇନାଲରେ ପହଁଞ୍ଚିବା ପାଇଁ ଶେଷ ମ୍ୟାଚ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଲା।

Google

୩:ଇଂଲଣ୍ଡର କୋଚ କ୍ରିସ ସିଲବରହୁଡ଼ ମାନିଛନ୍ତିକି ଭାରତ ବିରୁଦ୍ଧରେ ସେସ ତିନୋଟି ଟେଷ୍ଟରେ ଇଂଲଣ୍ଡ ଖରାପ ପ୍ରଦର୍ଶନ କରିଛି। ଅଶ୍ୱିନୀ ଓ ଅକ୍ଷରଙ୍କ ବଲକୁ ଖେଳିବାକୁ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଅସକ୍ଷମ ଦେଖାଗଲେ। ଦୁହେଁ ମିଶି ୫୯ ୱିକେଟ ହାସଲ କରିଛନ୍ତି। ତାଙ୍କର କହିବା ଅଟେ କି ଏହି ହାରର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ପଡିବ।

୪:ଭାରତୀୟ ପିଚ ଉପରେ ପ୍ରଶ୍ନ କରୁଥିବା ଇଂଲଣ୍ଡର ପୂର୍ଵ ଅଧିନାୟକ ମାଇକଲ ବୋନ କଥା ପରିବର୍ତ୍ତନ କରୁଛନ୍ତି।ଏବେ ସେ ଭାରତକୁ ପ୍ରସଂସା କରିଛନ୍ତି ଓ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିବାକୁ କହିଛନ୍ତି। ସେ କହିଛନ୍ତି ଯଦି ଭାରତ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିବ ତେବେ ଯାଇ ବେଷ୍ଟ ଟିମ କୁହାଯିବ ।

Google

୫:ଭାରତର ପୂର୍ଵ ୱିକେଟକିପର କିରଣ ମାରେ ରିଷଭ ପନ୍ତଙ୍କର ପ୍ରଶଂସା କରିଛନ୍ତି। ମାରେ ପନ୍ତଙ୍କ କିପିଙ୍ଗ ଓ ବ୍ୟାଟିଙ୍ଗ ଦେଖି ବହୁତ ଖୁସି। ସେ କହିଛନ୍ତି ପନ୍ତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତ ପାଇଁ କ୍ରିକେଟ ଖେଳିବେ ଓ ଧୋନିଙ୍କର ସବୁ ରେକର୍ଡ ଭଙ୍ଗ କରିବେ।

୬:ଇଂଲଣ୍ଡର ମହିଳା କ୍ରିକେଟର ଏଲେକ୍ସ ହାର୍ଟଲି ରବିବାରକୁ ବଡ଼ ଖୁଲାସା କରି କହିଛନ୍ତି ଅହମ୍ମଦାବାଦରେ ଇଂଲଣ୍ଡକୁ ୧୦ ୱିକେଟରେ ହାର ମିଳିବା ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା। ଭାରତ ସେହି ମ୍ୟାଚକୁ ଦୁଇ ଦିନରେ ଜିତିଯାଇଥିଲା ଏହା ଲରେ ହାର୍ଟଲି ପୁରୁଷ ଟିମକୁ ଟ୍ୱିଟ କରି ଟ୍ରୋଲ କରିଥିଲେ। ଏହା ପରେ ଇଂଲଣ୍ଡର ଖେଳାଳି ରୋରି ବୋନ୍ସ ତାଙ୍କ ସହ ଝଗଡା କରିଥିଲେ।

Google

୭:ଅହମ୍ମଦାବାଦରେ ଖେଳାଯାଇଥିବା ୪ୟ ଟେଷ୍ଟରେ ୯୬ ରନର ନଟଆଉଟ ପାରି ଖେଳିଥିବା ୱାସିଙ୍ଗଟନ ସୁନ୍ଦରଙ୍କ ବାପା ମହମ୍ମଦ ସିରାଜ ଓ ଇସାନ୍ତ ଶର୍ମାଙ୍କ ଉପରେ ନିରାଶ ହୋଇଛନ୍ତି। ତାଙ୍କର କହିବା ଅଟେ କି ସୁନ୍ଦର ଶତକ ଲଗାଇ ପାରିଲେନି ଯଦି ମହମ୍ମଦ ସିରାଜ କି ଇସାନ୍ତ ଶର୍ମା ଅଳ୍ପ ସମୟ ରହିଥାନ୍ତେ ତେବେ ସୁନ୍ଦର ଶତକ ମାରିଥାନ୍ତେ।

୮:ପାକିସ୍ତାନର ପୂର୍ବ ଅଲରାଉଣ୍ଡର ସାହିଦ ଅଫରିଦି ନିଜ ଝିଅ ପାଇଁ ବର ବାଛିଛନ୍ତି। ଜଲ୍ଦି ହିଁ ପାକିସ୍ତାନ କ୍ରିକେଟ ଟିମର ପ୍ରେସ ବୋଲର ସାହିନ ଅଫରିଦିଙ୍କ ସହ ତାଙ୍କ ଝିଅର ବାହାଘର ହେବାକୁ ଯାଉଛି।

୯:ଦିଲ୍ଲୀ ବିଜୟ ହଜାରେ ଟ୍ରଫିର କ୍ୱାଟର ଫାଇନାଲରେ ଜାଗା ସୃଷ୍ଟି କରିଛନ୍ତି। ପ୍ରିକ୍ୱାଟର ଫାଇନାଲ ମ୍ୟାଚରେ ଦିଲ୍ଲୀ ଉତ୍ତରାଖଣ୍ଡକୁ ୪ ୱିକେଟରେ ହରେଇଛି। ଦିଲ୍ଲୀର ବିଜୟର ହିରୋ ନିତିସ ରାଣା ଓ ଅନୁଜ ରାଵତ ରହିଲେ। ରାଵତ ନଟ ଆଉଟ ରହି ୯୬ ରନ କରିଥିଲେ ଓ ରାଣା ୮୧ ରନ କରିବା ସହ ଦୁଇଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ।

Google

୧୦:ପିବି ସିନ୍ଧୁ ସିବସ ଓପନର ଫାଇନାଲରେ ହାରିଗଲେ।ସ୍ପେନର ଖେଳାଇ କ୍ୟାରୋଲୀନ ମାରିନ ସିନ୍ଧୁଙ୍କୁ କେବଳ ୩୫ ମିନିଟରେବି୨୧-୧୨, ୨୧-୫ ରେ ହରାଇ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *