ଆଫଗାନିସ୍ତାନ ପରେ ତାଲିବାନର ନଜର IPL ଉପରେ? କଣ ହେବ? ପଢନ୍ତୁ ପୁରା ଖବର..

ଆଫଗାନିସ୍ତାନରେ ଶାସନ କର୍ତ୍ତା ସାଜିଥିବା ତାଲିବାନ ମାନେ ଆଫଗାନିସ୍ତାନର ଦେଶବାସୀ ସମେତ ଆଫଗାନିସ୍ତାନ କ୍ରିକେଟର ଓ ଅନ୍ୟ ଖେଳାଳି ମାନଙ୍କ ଉପରେ ନିଜର ନଜର ପକାଇଛି। ତାଲିବାନର ନଜର ପ୍ରାୟ ଆଇପିଏଲ ଓ ବିଗବାସ ଭଳି ବଡ଼ ବଡ଼ କ୍ରିକେଟ ଲିଗ ଉପରେ।

Google

ସୂଚନା ଯୋଗ୍ୟ ଯେ ଗତ ବର୍ଷ ତାଲିବାନ ମାନେ ଜୋର ଜବରଦସ୍ତ ଆଫଗାନିସ୍ତାନ ଭିତରେ ପଶିଥିଲେ। ନିଜର ସେନାବାହିନୀ ଦ୍ୱାରା ସମସ୍ତ ରାଜନୈତିକ ନେତା ଓ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରି ତାଙ୍କୁ ଗାଦିଚ୍ୟୁତ କରିଥିଲେ। ଆଫଗାନିସ୍ତାନର ସରକାର ଏଥିମଧ୍ୟରେ ନିଜ ଗାଦି ଛାଡି ଦେଶରୁ ଲୁଚି ପଳାଇଥିଲେ। ଏହାପରେ ତାଲିବାନ ନୂତନ ସରକାର ଗଠନ କରିବା ସହିତ ଏକଛତ୍ରବାଦୀ ଶାସନ ଚଲେଇଥିଲେ।

ବର୍ତ୍ତମାନ ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ଦଳ ଆଫଗାନିସ୍ତାନ କ୍ରିକେଟରଙ୍କ ଜରିଆରେ ଆଇପିଏଲ ଓ ବିଗବାସ୍ ଭଳି ବଡ଼ ବଡ଼ କ୍ରିକେଟ ଲିଗରେ ନିଜର ଜାଲ ବିଛାଇବାକୁ ଚେଷ୍ଟା ଚଳାଇଛନ୍ତି। ଆଫଗାନିସ୍ତାନ କ୍ରିକେଟର ରସିଦ ଖାନ, ମହମ୍ମଦ ନବି , ମୁଜିବୁର ରେହମାନ ଇତ୍ୟାଦି ଖେଳାଳୀମାନେ ସେମାନଙ୍କ ଯୋଜନାର ଶିକାର ଅଟନ୍ତି। ତାଙ୍କ ଜରିଆରେ ସେ ଅନ୍ୟ ବଡ଼ ବଡ଼ ଅଧିକାରୀ ହାସଲ କରିବାକୁ ଚାହାନ୍ତି।

Google

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ କହିଛନ୍ତି ଯେ , ଆଫଗାନିସ୍ତାନର ଅନକ ବଡ଼ ବଡ଼ ଖେଳାଳୀ ଅନେକ ଲିଗରେ ଖେଳୁଛନ୍ତି। କିନ୍ତୁ ଯେ ପର୍ଯ୍ୟନ୍ତ ବଡ଼ ଖେଳାଳୀ ଘରୋଇ କ୍ରିକେଟ ଖେଳିବେ ନାହିଁ , ସେ ପର୍ଯ୍ୟନ୍ତ ନୂତନ ପିଢ଼ିର କ୍ରିକେଟର ବାହାରି ପାରିବେ ନାହିଁ। ତେଣୁ ଆଫଗାନିସ୍ତାନ କ୍ରିକେଟର ୨୦୨୨ ପର୍ଯ୍ୟନ୍ତ ୯୦ ପ୍ରତିଶତ କେବଳ ଘରୋଇ କ୍ରିକେଟର ଖେଳିବେ। ଏହା ଦ୍ୱାରା ବିଦେଶ ଅନେକ ବଡ଼ ବଡ଼ ଲିଗ ଉପରେ ପ୍ରଭାଵ ପଡିବ। ଏହାକୁ ନେଇ ଆଇପିଏଲ ଅଧ୍ୟକ୍ଷ ମଧ୍ୟ ଚିନ୍ତାରେ।

ଏହାର ଖରାପ ପ୍ରଭାଵ କ୍ରିକେଟର ରସିଦ ଖାନ, ମହମ୍ମଦ ନବି , ମୁଜିବୁର ରେହମାନ ଇତ୍ୟାଦି ଖେଳାଳୀଙ୍କ ଉପରେ ପଡିପାରେ। ଏହାର କିଛି ପରିମାଣର ଉତ୍ତମ ବିଚାର ଧାରା ହୋଇଥିଲେ ମଧ୍ୟ ତାଲିବାନଙ୍କ ଦ୍ୱାରା ପରିଚାଳିତ ଆଫଗାନିସ୍ତାନ କ୍ରିକେଟ ବୋର୍ଡ କେବେ ବି ସଠିକ ଭାବରେ ପରିଚାଳିତ ହୋଇପାରିବ ନାହିଁ କି ଏହା ଉପରେ ଭରସା କରାଯାଇ ନ ପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *