ଉପବାସ ରହିବା ଦ୍ଵାରା ହୋଇଥାଏ ଏହି ସବୁ ଫାଇଦା। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଉପବାସ ଶରୀର ପାଇଁ ବହୁତ ଭଲ ଅଟେ ସୁସ୍ଥ ରହିବା ପାଇଁ ସବୁ ଧର୍ମରେ ଉପବାସକୁ ମହତ୍ତ୍ୱ ଦିଆଯାଇଛି। ଆଗ କାଳରେ ମଧ୍ୟ କୌଣସି ରୋଗରୁ ମୁକ୍ତି ପାଇଁ ଲୋକ ଉପବାସ ରହୁଥିଲେ। ଯେବେ ଆମ ଉପବାସ ରହିଥାଉ ଆମ ଡାଇଯେସନ ସିଷ୍ଟମକୁ ବିଶ୍ରାମ ମିଳିଯାଇଥାଏ ଓ ଶରୀରର ଅଙ୍ଗ ମାନଙ୍କୁ ଠିକ ହେବାକୁ ସମୟ ମିଳିଯାଇଥାଏ। ଯେବେ ଆମେ ଉପବାସ ରହିଥାଉ ଆମ ସବୁ ଶକ୍ତି ଶରୀରରେ ରହିଥାଏ ଯାହା ଦ୍ୱାରା ରୋଗ ଜଲ୍ଦି ଠିକ ହୋଇଥାଏ। ଏହା ଦ୍ଵାରା ରକ୍ତ ମଧ୍ୟ ପରିସ୍କାର ହୋଇଯାଇଥାଏ।

Google

ଉପବାସ ରହିବା ଦ୍ଵାରା ଶରୀର ହାଲକା ହୋଇଥାଏ। ଏହା ଦ୍ଵାରା ଷ୍ଟ୍ରେସ କମ ହୋଇଥାଏ। ଯଦି ଆପଣଙ୍କୁ କୌଣସି ବଡ଼ ରୋଗ ନାହିଁ ଆପଣ ଛୋଟ ଛୋଟ ରୋଗ ପାଇଁ ଉପବାସ ରହି ଏହାକୁ ଆରାମରେ ଠିକ କରିପାରିବେ। କିନ୍ତୁ ଲୋକ ଉପବାସକୁ ଠିକ ଭାବରେ ନ ବୁଝି ଭୁଲ କରିଥାନ୍ତି। ଲୋକ ଉଅବାସ ଭାଙ୍ଗିବା ପରେ ଅଧିକ ଖାଇଥାନ୍ତି ଯାହା ଦ୍ୱାରା ଏହା ଦ୍ଵାରା ଲାଭ ହେବା ବଦଳରେ କ୍ଷତି ହୋଇଥାଏ।ସେଥିପାଇଁ ଏହାକୁ ଭଲ ଭାବରେ ବୁଝିବା ଆବଶ୍ୟକ।

ଯଦି ଆପଣ ଆଗରୁ ଉପବାସ ରଖିନାହଁନ୍ତି ପଥମେ ଗୋଟେ ଦିନର ଉପିବାସ ରଖନ୍ତୁ କେବଳ ପାଣି ଦ୍ଵାରା। ଦିନଯାକ କେବଳ ପାଣିପିଇ ରୁହଁନ୍ତୁ। ପ୍ରଥମେ ଆପଣଙ୍କୁ ଅଳ୍ପ କଷ୍ଟ ଅନୁଭବ ହେବ କିନ୍ତୁ ପରେ ଆସ୍ତେ ଆସ୍ତେ ଏହା ଆପଣଙ୍କ ଅଭ୍ୟାସରେ ପରିଣତ ହୋଇଯିବ। ଅଧିକ ବୟସର ଲୋକଙ୍କୁ ଏହା ନିଶ୍ଚୟ କରିବା ଉଚିତ। ଏହା ଦ୍ଵାରା ଶରୀରରୁ ଅନେକ ରୋଗ ଦୁରେଇ ଯାଇଥାଏ। ଏହା ଦ୍ଵାରା ଆପଣ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିପାରିବେ।

Google

ଯେଉଁ ଲୋକଙ୍କୁ କୌଣସି ରୋଗ ପରେ ଭୋକ ହୋଇନଥାଏ ତାଙ୍କୁ ଜବରଦସ୍ତି ଖାଇବାକୁ ଦିଅନ୍ତୁନି କେବଳ ପାନୀୟ ପଦାର୍ଥ ଶକ୍ତି ପାଇଁ ଦିଅନ୍ତୁ। ଏହା ଦ୍ଵାରା ସେ ଜଲ୍ଦି ଠିକ ହୋଇଯିବେ। ଉପବାସ ରହିବା ଦ୍ଵାରା ଶରୀରରେ ଜମା ହୋଇଥିବା ଚର୍ବି ବାହାରିଥାଏ ଯାହା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିଥାଏ। ଯେଉଁମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଉପବାସ ରହିପାରିବେ ନାହିଁ ସେମାନେ ସପ୍ତାହରେ ଗୋଟେ ଦିନ ନିଶ୍ଚୟ ଉପବାସ ରୁହଁନ୍ତୁ।

ଏହା ଦ୍ଵାରା ଆପଣ ନିଜେ ମଧ୍ୟ ଏହାର ଉପକାରୀତାକୁ ଅନୁଭବ କରିବେ।ପୁରା ଖାଲି ପେଟରେ ନରହି ଫଳ ରସ ଓ ପାଣି ପିଅନ୍ତୁ ଏହା ଦ୍ଵାରା ଶରୀରରେ ଶକ୍ତି ରହିଥାଏ ଓ ଉପକାର ମିଳିଥାଏ।କାରଣ ଆପଣଙ୍କ ଶରୀର ଅନବରତ କାର୍ଯ୍ୟ କରୁଛି ଯଦି ଏହାକୁ ଆପଣ ବିଶ୍ରାମ ନଦେବେ ଏହା ଜଲ୍ଦି ଖରାପ ହେବ।କାରଣ କୌଣସି ବି ମେସିନ ହେଉ ନା କାହିଁକି ସବୁବେଳେ କାମ କରିବା ଦ୍ଵାରା ସେ ଖରାପ ହୋଇଥାଏ। ଆମ ଶରୀର ବି ଏକ ମେସିନ ପରି ତେଣୁ ଏହାକୁ ବିଶ୍ରାମ ଦେବ ଅତ୍ୟନ୍ତ ଆବଶ୍ୟକ। ତେଣୁ ପ୍ରତ୍ୟେକ ବ୍ୟକ୍ତିକୁ ମଝିରେ ମଝିରେ ଉପବାସ ରହିବା ଆବଶ୍ୟକ। ଏହା ଶରୀରକୁ ସ୍ଵସ୍ଥ ରଖିବାର ସବୁଠୁ ଭଲ ଉପାୟ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *