ସୂର୍ଯ୍ୟକୁମାର ଯାଦବଙ୍କ ଲଭ ଷ୍ଟୋରି:କଲେଜରେ ସାଉଥ ଇଣ୍ଡିଆନ ଯୁବତୀଙ୍କୁ ଦେଇଥିଲେ ହୃଦୟ, ପରେ ଘଟିଲା କିଛି ଏମିତି, ନିଶ୍ଚିତ ଜାଣନ୍ତୁ।

ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଚର୍ଚାରେ ଅଛନ୍ତି। ଇଂଲଣ୍ଡ ସହ ୧୨ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ ପାଇଁ ତାଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଛି। ସୂର୍ଯ୍ୟକୁମାରଙ୍କୁ ପ୍ରଥମଥର ଭାରତୀୟ ଟିମରେ ବଛାଯାଇଛି। ଆଇପିଏଲ ୨୦୨୦ରେ ଭଲ ପ୍ରଦର୍ଶନ କରିଥିବାର ପୁରସ୍କାର ତାଙ୍କୁ ମିଳିଛି। ଯେଉଁଭଳି ସୁନ୍ଦର ପାରି ସୂର୍ଯ୍ୟକୁମାର ଗ୍ରାଉଣ୍ଡରେ ଖେଳନ୍ତି ସେଇଭଳି ସୁନ୍ଦର ଅଟେ ତାଙ୍କର ଲାଭଷ୍ଟୋରି।

Google

ଖବର ଅନୁସାରେ ସୂର୍ଯ୍ୟକୁମାର ଓ ଦିବେସାଙ୍କ ଭେଟ ୨୦୧୨ ରେ ମୁମ୍ବାଇର ପୌଦାର ଡିଗ୍ରୀ କଲେଜରେ ହୋଇଥିଲା। ସେବେ ସୂର୍ଯ୍ୟକୁମାର ୨୨ ବର୍ଷୀୟ ଥିଲେ ଓ ୧୯ ବର୍ଷୀୟ ଦିବେସା ୧୨ ପାସ କରିଥିଲେ। ସୂର୍ଯ୍ୟକୁମାର ସେବେ ବିକମ ଫାଷ୍ଟ ଇୟରରେ ଥିଲେ। ସୂର୍ଯ୍ୟଙ୍କୁ ଦିବେସାଙ୍କର ନାମ ଦିବାନା କରିଦେଇଥିଲା। ସେହିପରି ଦିବେସାଙ୍କୁ ମଧ୍ୟ ସୂର୍ଯ୍ୟକୁମାରଙ୍କ ବ୍ୟାଟିଙ୍ଗ ବହୁତ ପସନ୍ଦ ଥିଲା। ଦୁହିଁଙ୍କ ଭିତରେ ସେଠାରୁ ଏକ ସମ୍ପର୍କ ଗଢିଉଠିଲା ଓ ୪ ବର୍ଷ ଏହିପରି ରହିବା ପରେ ଦୁହେଁ ୨୦୧୬ ରେ ବିବାହ କରିନେଲେ।

ଦିବେସା ସାଉଥ ଇଣ୍ଡିଆନ ଅଟନ୍ତି ଓ ଏହି ଦୁହିଁଙ୍କ ବିବାହ ମଧ୍ୟ ଦକ୍ଷିଣ ଭାରତୀୟ ନୀତି ରୀତି ଅନୁସାରେ ହୋଇଛି।ଦିବେସା ସର୍ବଦା ଗ୍ରାଉଣ୍ଡରେ ତାଙ୍କୁ ଚିୟର କରୁଥିବା ଦେଖାଯାଇଛି କିନ୍ତୁ ସୂର୍ଯ୍ୟକୁମାର ଅନ୍ୟ ଖେଳାଳିଙ୍କ ଭଳି ପରିବାର ସହିତ ବହୁତ କମ ଦେଖାଯାଇଥାନ୍ତି। ସେ ଆଇପିଏଲର ପୂର୍ବ କିଛି ସଂସ୍କରଣରେ ଭଲ ଖେଳ ଦେଖେଇଛନ୍ତି। ରାଷ୍ଟ୍ରୀୟ ଟିମର ଚୟନକର୍ତା ତାଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଅଣଦେଖା କରିଥିଲେ। ଶେଷରେ ତାଙ୍କୁ ଭାରତୀୟ ଦଳରେ ଜାଗା ମିଳିଲା।

Google

ସୂର୍ଯ୍ୟକୁମାର ଆଇପିଏଲ ୨୦୨୦ରେ ୧୬ ଟି ମ୍ୟାଚରେ ୪ ଟି ଅର୍ଦ୍ଧଶତକ ସହ ୪୮୦ ରନ ବନେଇଥିଲେ। ସେ ଏହି ସମୟରେ ୬୧ ଟି ଚୌକା ଓ ୧୧ ଟି ଛକା ମାରିବାର ନଜର ଆସିଥିଲେ। ଯାଦବ ୪୦ ଔସତ ରନରେଟରେ ରନ କରିଥିଲେ। ତାଙ୍କର ଷ୍ଟାଇକ ରେଟ ୧୪୫.୦୧ ରହିଥିଲା କିନ୍ତୁ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ଖାସ କରିପାରିନଥିଲେ। ସେ ୭, ୩୮, ୦, ୮ ଓ ୨୨ ରନର ପାରି ଖେଳିଥିଲେ। ତାଙ୍କୁ ଆଇପିଏଲର ଖେଳ ଦ୍ଵାରା ଟିମରେ ବଛାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *