IPL ୨୦୨୧: KKR VS SRH: ସାକୀବ-ଭୁବନେଶ୍ୱର ଖେଳିବା ପକା,ଦେଖନ୍ତୁ କେକେଆର ଓ ହାଇଦ୍ରାବାଦର ପ୍ଲେଇଁ ଏକାଦଶ।

ଆଇପିଏଲର ତୃତୀୟ ମ୍ୟାଚରେ ରବିବାରକୁ କେକେଆର ଭେଟିବ ସନ ରାଇଜର୍ସ ହାଇଦ୍ରାବାଦକୁ। ପୂର୍ଵ ସଂସ୍କରଣରେ ଯେଉଁଠି ହାଇଦ୍ରାବାଦ ତୃତୀୟ ନମ୍ବରରେ ରହିଥିଲା ଅନ୍ୟ ପଟେ କେକେଆର ପ୍ଲେଅଫରେ ମଧ୍ୟ ଜାଗା ସୃଷ୍ଟି କରିପାରିନଥିଲା। ଏବେ କେକେଆର ପାଖରେ ଖରାପ ପ୍ରଦର୍ଶନ ବଦଳାଇବା ପାଇଁ ମୌକା ଅଛି। କେକେଆର ଟିମ ଏ ବର୍ଷ ଅକ୍ସନରେ ନୂଆ ଖେଳାଳିଙ୍କୁ କିଣି ପରିବର୍ତ୍ତନର ଇସାରା କରିଦେଇଛନ୍ତି।

Google

କେକେଆରର କଥା କହିବା ତ ପୂର୍ଵ ସଂସ୍କରଣରେ ଓପନର ଶୁଭମନ ଗିଲଙ୍କ ପ୍ରଦର୍ଶନ ଭଲ ରହିଥିଲା। ସେ ୧୪ ଟି ମ୍ୟାଚରେ ତିନୋଟି ଅର୍ଦ୍ଧଶତକ ସହ ୪୪୦ ରନ ବନେଇଥିଲେ। ଗିଲ ଓ ରାହୁଲ ତ୍ରିପାଠୀଙ୍କୁ ଓପନିଙ୍ଗ ପାଇଁ ପଠାଯାଇପାରେ। ମଧ୍ୟ କ୍ରମରେ ନୀତିଶ ରାଣା, ଅଧିନାୟକ ଇୟୋନ ମୋର୍ଗାନ, ଦିନେସ କାର୍ତିକ ଅଛନ୍ତି। ମୋର୍ଗାନ ମୁଖ୍ୟ ରହିବେ। ପୂର୍ଵ ବର୍ଷ ଅଫ ସ୍ପିନର ସୁନୀଲ ନାରାୟଣଙ୍କ ଖେଳ ଭଲ ରହିନଥିଲା। ଟିମ ଏଥର ବାମହାତୀ ଲେଗ ସ୍ପିନର ଓ ଅଲରାଉଣ୍ଡର ସାକୀବ ଅଲ ହସନଙ୍କୁ ଦଳରେ ସାମିଲ କରିଛି। ଆଣ୍ଡ୍ରେ ରସଲ ଓ ସାକୀବଙ୍କୁ ଅଲରାଉଣ୍ଡର ରୂପରେ ଟିମ ଓହ୍ଲାଇପାରେ। ପ୍ରେସ ବୋଲିଙ୍ଗର ଜିମେଦାରୀ ପେଟ କମିନ୍ସଙ୍କ ହାତରେ ରହିବ।

Google
ଭୁବନେଶ୍ୱର ଫେରିବା ପରେ ହାଇଦ୍ରାବାଦର ପ୍ରେସ ବୋଲିଙ୍ଗ ମଜବୁତ ହୋଇଛି:

ଭୁବନେଶ୍ୱର କୁମାର ପୂର୍ଵ ସଂସ୍କରଣରେ ଆଘାତ କାରଣରୁ କେବଳ ୪ ଟି ମ୍ୟାଚ ହିଁ ଖେଳିପାରିଥିଲେ। ଏହା ପରେ ମଧ୍ୟ ଟିମ ପ୍ଲେଅଫ ପର୍ଯ୍ୟନ୍ତ ପହଁଚିଥିଲା। ଭୁବନେଶ୍ୱର ଆସିବା ପରେ ବୋଲିଙ୍ଗ ଆହୁରି ମଜବୁତ ହେବ। ଟିମରେ କେନ ୱିଲିୟମର୍ସନଙ୍କ ଜାଗା କଷ୍ଟକର। ଓପନିଙ୍ଗରେ ୱାନର ଓ ବେୟରଷ୍ଟୋ ଓହ୍ଲାଇବେ। ରିଧିମାନ ସାହାଙ୍କୁ ପୂର୍ଵ ସଂସ୍କରଣରେ ଓପନିଙ୍ଗ ପାଇଁ ପଠାଯାଇଥିଲା ଓ ସେ ଭଲ ପାରି ମଧ୍ୟ ଖେଳିଥିଲେ। ଲେଗ ସ୍ପିନର ରାସିଦ ଖାନ ଟିମର ଜଣେ ମୁଖ୍ୟ ଖେଳାଳି ଅଟନ୍ତି।

କେକେଆରର ସମ୍ଭାବିତ ଚୂଡାନ୍ତ ଏକାଦଶ:

ଇଓନ ମୋରଗାନ(କ୍ୟାପଟେନ),ସୁଭମନ ଗିଲ, ରାହୁଲ ତ୍ରିପାଠୀ, ଦିନେସ କାର୍ତ୍ତିକ, ନୀତିଶ ରାଣା,ପେଟ କମିନ୍ସ ,ସାକୀବ ଅଲ ହସନ, ଆଣ୍ଡ୍ରେ ରସଲ, ଶିଭମ ମାଭି, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା।

Google
ହାଇଦ୍ରାବାଦର ସମ୍ଭାବିତ ଚୂଡାନ୍ତ ଏକାଦଶ:

ଡେଭିଡ ୱାନର(କ୍ୟାପଟେନ), ଜନି ବେୟରଷ୍ଟୋ, ମନୀଷ ପାଣ୍ଡେ, ରିଧିମାନ ସାହା,ପ୍ରିୟମ ଗର୍ଗ, ଯେସନ ହୋଲଡ଼ର,ଅଭିଷେଖ ଶର୍ମା ,ଭୁବନେସ୍ୱର କୁମାର, ଟି ନଟରାଜନ,ରାସିଦ ଖାନ,ସାହବାଜ ନଦୀମ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *