IPL ନିଲାମୀ:୧୪ କୋଟିରେ ବିକ୍ରି ହେବା ଦ୍ୱାରା ରିଚାର୍ଡସନଙ୍କ ଅବସ୍ଥା କିଛି ହୋଇଥିଲା ଏମିତି , ଜାଣନ୍ତୁ ସେ କଣ କହିଲେ।

ଅଷ୍ଟ୍ରେଲିଆର ଉଦିୟମାନ ଦୃତ ବୋଲର ଝାୟ ରିଚାର୍ଡସନ ଆଇପିଏଲ ନିଲାମୀରେ ୧୪ କୋଟି ଟଙ୍କାରେ ବିକ୍ରି ହେବା ପରେ ‘ଚେତାଶୂନ୍ୟ’ ହୋଇଯାଇଥିଲେ ଏବଂ ତାଙ୍କୁ ବିଶ୍ୱାସ ହେଉନଥିଲା କି ପଞ୍ଜାଵ କିଙ୍ଗସ ତାଙ୍କ ଉପରେ ଏତେ ଅଧିକ ମୂଲ୍ୟ ଲଗାଇଛନ୍ତି।

Google

ଏହି ସଂସ୍କରଣରେ ବିଗବାସ ଲିଗରେ ସର୍ବାଧିକ ୱିକେଟ ଅକ୍ତିଆର କରିଥିବା ଯାୟ ରିଚାର୍ଡସନ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଆଗାମୀ ଟି୨୦ ଶୃଙ୍ଖଳା ପାଇଁ କ୍ରାଇଷ୍ଟଚର୍ଚ୍ଚରେ ନିଜ ହୋଟେଲ ରୁମରେ ପୃଥକବାସରେ ଚେନ୍ନାଇରେ ଗୁରୁବାରକୁ ଚାଲୁଥିବା ଆଇପିଏଲ ନିଲାମୀକୁ ଦେଖୁଥିଲେ।

କ୍ରିକେଟ.କମ.ଏୟୁ ଅନୁସାରେ ରିଚାର୍ଡସନ କହିଲେ,”ମୋ ନାମ ଡକାଗଲା ଓ ଥରେ ତ ମତେ ଏପରି ଲାଗିଲା କି ଯେପରି ୨୦ମିନିଟ ପର୍ଯ୍ୟନ୍ତ କେହି ବୋଲି ଲଗାଇ ନାହାନ୍ତି।ତେବେ କେହି ବୋଲି ଲଗାଇଲେ ଯାହା କି ୫ କିମ୍ବା ୧୦ ସେକେଣ୍ଡ ପରେ ଲଗାଇ ଦିଆଗଲା କିନ୍ତୁ ମତେ ବହୁତ ଅଧିକ ଟାଇମ ପରି ଲାଗୁଥିଲା ।”

Google

ସେ କହିଲେ,”ମତେ ଏପରି ଲାଗିଲା କି ଯେପରି ମୁଁ କାଲି ମ୍ୟାଚ ଖେଳିଛି। କେତେ ପ୍ରକାରର ଭାବନାର ଜୁଆର ଉଙ୍କୁଥିଲା ଓ ମୋତେ ମାନସିକ ରୂପରେ ଥକିଲା ପରି ଲାଗୁଥିଲା। “ରିଚାର୍ଡସନ କହିଲେ କି ଥରେ ତାଙ୍କୁ ବିଶ୍ୱାସ ହେଲା ନାହିଁ କି ତାଙ୍କ ଉପରେ ଏତେ ବଡ଼ ବୋଲି ଲଗାଯାଇଛି।

ଏହି ୨୪ ବର୍ଷୀୟ ବୋଲର କହିଲେ,”ଭାବନାଗୁଡିକ ସମ୍ପୂର୍ଣ୍ଣ ଭାବେ ଅଧିକ ଥିଲା। ଏମିତିରେ ଆପଣ ଭୁଲି ଯାଆନ୍ତି।ଆପଣଙ୍କୁ ବିଶ୍ୱାସ ହୁଏ ନାହିଁ। ଆପଣ ଦ୍ୱିତୀୟ ଥର ଦେଖନ୍ତି(କି ଆପଣଙ୍କୁ କେତେରେ କିଣା ଯାଇଛି),ଆପଣ ତୃତୀୟ ଥର, ଚତୁର୍ଥ ଥର ଦେଖନ୍ତି। ସେଥିରେ ଟିକେ ଟାଇମ ଲାଗିଲା ଓ ମୁଁ ଏବେ ମଧ୍ୟ ସେହି ସମୟରେ ବଞ୍ଚିଛି।”

Google

ସେ କହିଲେ,” ମୁଁ ଚେତାଶୂନ୍ୟ ହୋଇଯାଇଥିଲି। ମୁଁ ତାକୁ ଦେଖୁଥିଲି କିନ୍ତୁ ଏପରି ଲଗୁଥିଲା କି ଯେପରି ମୁଁ ତାକୁ ଦେଖୁ ହିଁ ନାହିଁ। ସବୁକିଛି ହେବା ପରେ ବାସ୍ତବରେ ବହୁତ ଖୁସି ଥିଲି।”ରିଚାର୍ଡସନ ୨୦୧୭ରେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ ପରେ ୨ଟି ଟେଷ୍ଟ,୧୩ଟି ଦିନିକିଆ ଓ ୯ଟି ଟି୨୦ ଇଣ୍ଟରନାସନାଲ ମ୍ୟାଚ ଖେଳିଛନ୍ତି।

ସେ କହିଲେ,”ମୋର ଲକ୍ଷ୍ୟ ଅଧିକରୁ ଅଧିକ ଟେଷ୍ଟ କ୍ରିକେଟ ଖେଳିବାର ଅଛି କିନ୍ତୁ ଏବେ ମୁଁ ଏଥିରେ ଖେଳୁ ନାହିଁ।ଏଥିପାଇଁ ମୋ ସାମ୍ନାରେ ଯାହା ହେଉଅଛି ତାହା ମୋ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ ଓ ଏବେ ଏହା ମୋ ନିମନ୍ତେ ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.