ବର୍ତ୍ତମାନ ଇଂଲଣ୍ଡ ସହ ଚାଲିଥିବା ସିରିଜରେ ଭାରତ ପାଇଁ ଡେଭ୍ୟୁ କରିଥିବା ଖେଳାଳିମାନେ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଓ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଏହାର ପ୍ରମାଣ ଦେଉଛିକି ଭାରତର ଆଗାମୀ ଭବିଷ୍ୟତ ସୁରକ୍ଷିତ। ଏହା ସହିତ ଯେଉଁଭଳି ଭାରତର ବେଞ୍ଚ ମଜବୁତ ରହିଛି ଏହା ଆଗାମୀ ଦିନରେ ଭାରତକୁ ଏକ ମଜବୁତ ଟିମ ବନାଇବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲୁଥିବା ସିରିଜରେ ଏଭଳି ତିନି ରୁ ଚାରି ଖେଳାଳି ଅଛନ୍ତି ଯେଉଁମାନେ ନିଜ ଅନ୍ତରାଷ୍ଟ୍ରୀୟ ଡେଭ୍ୟୁ ମ୍ୟାଚରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଓ ଅନେକ ରେକର୍ଡ ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି।

ଇଂଲଣ୍ଡ ପାଇଁ ଏକ ଅଡୁଆ ସୂତା ହେଉଛନ୍ତି ଅକ୍ଷର ପଟେଲ:
ଡେମୋଷ୍ଟିକ କ୍ରିକେଟରେ ଲଗାତର ଭଲ ପ୍ରଦର୍ଶନ କରୁଥିବା ଅକ୍ଷର ପଟେଲଙ୍କୁ ଇଂଲଣ୍ଡ ସହ ହେଇଥିବା ଚାରିଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଦ୍ୱିତୀୟ ମ୍ୟାଚରେ ମୌକା ଦିଆଯାଇଥିଲା ସେ ସେଥିରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ତିନୋଟି ଟେଷ୍ଟ ମ୍ୟାଚରେ ୨୭ ୱିକେଟ ଅକ୍ତିଆର କରିଥିଲେ ଯାହା ଏବେ ପର୍ଯ୍ୟନ୍ତ ଟେଷ୍ଟରେ କୌଣସି ବି ଡେଭ୍ୟୁ କରିଥିବା ଭାରତୀୟ ବୋଲରଙ୍କ ଦ୍ଵାରା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହା ପୂର୍ବରୁ ବାମହାତୀ ଲେଗ ସ୍ପିନର ଦିଲୀପ ଦୋଷୀ ୧୯୭୯ ରେ ୬ ଟି ମ୍ୟାଚରେ ୨୭ ୱିକେଟ ଅକ୍ତିଆର କରିଥିଲେ। ଏହା ସହ ଅକ୍ଷର ଡେଭ୍ୟୁ ମ୍ୟାଚରେ ସବୁଠୁ ଅଧିକ ୱିକେଟ ନେଵା ମାମଲାରେ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସଙ୍କୁ ପଛରେ ପକାଇଛନ୍ତି। ଅକ୍ଷର ଇଂଲଣ୍ଡ ବିରୁଦ୍ଧରେ ଚାରିଟି ପାରିରେ ୫ ୱିକେଟ ନେଇ ଟେଷ୍ଟ ସିରିଜରେ ସବୁଠୁ ୫ ୱିକେଟ ନେବା କାରନାମା କରିଛନ୍ତି। ତାଙ୍କ ପୂର୍ବରୁ ଟେଷ୍ଟ ସିରିଜରେ ନରେନ୍ଦ୍ର ହୀରମାନୀ ୩ ଥର ୫ ୱିକେଟ ନେବାର କାରନାମା କରିଥିଲେ। ଅକ୍ଷର ପଟେଲ ସମସ୍ତଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି।

ଟି-୨୦ ଡେଭ୍ୟୁରେ ଚମକିଲେ ଇସାନ ଓ ସୂର୍ଯ୍ୟକୁମାର:
ଏହା ପରେ ପାଳି ଥିଲା ଟି-୨୦ରେ ରେ ଇସାନ କିଶନଙ୍କର ରେକର୍ଡ କରିବାର। ଇଂଲଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ରେ ଯେବେ ଇସାନ କିଶନଙ୍କୁ ଇଣ୍ଡିଆର ଟୋପି ପିନ୍ଧିବାକୁ ମିଳିଲା ସେ ସୁନ୍ଦର ପ୍ରଦର୍ଶନ କରି କମ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ଦ୍ୱିତୀୟ ଭାରତୀୟ ହୋଇଗଲେ। ତାଙ୍କ ପୂର୍ବରୁ ଡେଭ୍ୟୁ ମ୍ୟାଚରେ ଏହି କାରନାମା ୨୦୧୧ ରେ ରାହାଣେ କରିଥିଲେ ୬୧ ରନର ପାରି ଖେଳି। ଇସାନ କିଶନ ମାତ୍ର ୩୨ ବଲରେ ୫୬ ରନର ପାରିଖେଳିଥିଲେ ଯେଉଁଥିରେ ସେ ୫ଟି ଚୌକା ଓ ୪ ଟି ଛକା ମାରିଥିଲେ। ସୂର୍ଯ୍ୟକୁମାର କୌଣସି ବଡ଼ ରେକର୍ଡ କରିନାହାଁନ୍ତି ସତ କିନ୍ତୁ ନିଜ ଡେଭ୍ୟୁ ମ୍ୟାଚରେ ସେ ଯେଉଁଭଳି ପାରି ଖେଳିଛନ୍ତି ତାହା ପ୍ରଶଂସନିୟ। ସୂର୍ଯ୍ୟକୁମାରଙ୍କୁ ଡେଭ୍ୟୁ ମ୍ୟାଚରେ ତ ବ୍ୟାଟିଙ୍ଗ କରିବା ପାଇଁ ମୌକା ମିଳିଲା ନାହିଁ କିନ୍ତୁ ଦ୍ୱିତୀୟ ମ୍ୟାଚରେ ସେ ସୁନ୍ଦର ବ୍ୟାଟିଙ୍ଗ ପ୍ରଦର୍ଶନ କରିଛନ୍ତି। ସେ ସେହି ମ୍ୟାଚରେ ୫୭ ରନର ପାରିଖେଳିଥିଲେ ଓ ଜୋଫ୍ରା ଆର୍ଚ୍ଚରଙ୍କ ବଲକୁ ଛକା ମାରି ରନ ଆରମ୍ଭ କରିଥିଲେ।
କୁନାଲ ପାଣ୍ଡ୍ୟା ରଚିଲେ ଇତିହାସ:
ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଏକ ଦିବସିୟ ସିରିଜର ପ୍ରଥମ ମ୍ୟାଚ ୨୩ ମାର୍ଚ୍ଚକୁ ଖେଳାଯାଇଥିଲା ଏହି ମ୍ୟାଚକୁ ଭାରତ ୬୬ ରନରେ ବିଜୟ ଲାଭ କରିଥିଲା। ଏହି ମ୍ୟାଚରେ ଦୁଇଜଣ ଭାରତୀୟ ଖେଳାଳି ଡେଭ୍ୟୁ କରିଥିଲେ କୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କୃଷ୍ଣା। କୁନାଲ ପାଣ୍ଡ୍ୟା ସେହି ମ୍ୟାଚରେ ସୁନ୍ଦର ବ୍ୟାଟିଙ୍ଗ କରି ଅର୍ଦ୍ଧଶତକ ଲଗାଇ ମାତ୍ର ୨୬ ବଲରେ ଅର୍ଦ୍ଧଶତକ ମାରିଥିବା ଏକଦିବସିୟରେ ଡେଭ୍ୟୁ ମ୍ୟାଚରେ ପ୍ରଥମ ଖେଳାଳି ଅଟନ୍ତି।ତାଙ୍କ ପୂର୍ବରୁ ନ୍ୟୁଜଲ୍ୟାଣ୍ଡର ମୋରିସ ୧୯୯୦ ରେ ୩୫ ବଲରେ ଅର୍ଦ୍ଧଶତକ ମାରିଥିଲେ। ସବୁଠୁ ତଳ କ୍ରମରେ ଡେଭ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରିବା ସେ ତୃତୀୟ ଭାରତୀୟ ଅଟନ୍ତି ତାଙ୍କ ପୂର୍ବରୁ ୨୦୦୯ ରେ ରବିନ୍ଦ୍ର ଜାଡେଜା ୬୦ ରନର ପାରି ଖେଳିବାର ନଜର ଆସିଥିଲେ।

ଡେଭ୍ୟୁ ମ୍ୟାଚରେ ୪ ଟି ୱିକେଟ ନେଇଥିବା ପ୍ରଥମ ବୋଲର ହେଉଛନ୍ତି କୃଷ୍ଣା:
ପ୍ରେସ ବୋଲର ପ୍ରସିଦ୍ଧ କୃଷ୍ଣା ଡେଭ୍ୟୁ ମ୍ୟାଚରେ ୫୪ ରନଦେଇ ୪ ୱିକେଟ ଅକ୍ତିଆର କରିଥିଲେ। ଏହା ଏକଦିବସିୟରେ ଡେଭ୍ୟୁ ମ୍ୟାଚରେ କୌଣସି ଭାରତୀୟଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହା ପୂର୍ବରୁ ଏହି ରେକର୍ଡ ୨୧ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିବା ନୋଏଲ ଡେଭିଡ଼ଙ୍କ ନାମରେ ଥିଲା। ଏହା ଛଡା ଡେଭ୍ୟୁ ମ୍ୟାଚରେ ଭାରତର ୧୬ ଜଣ ବୋଲର ୩ ଟି ୱିକେଟ ଅକ୍ତିଆର କରିଛନ୍ତି। ସେମାନଙ୍କ ମଧ୍ୟରେ ମହାନ ବୋଲର ଭାଗବତ ଚନ୍ଦ୍ରଶେଖର ଅନ୍ତର୍ଭୁକ୍ତ ଅଛନ୍ତି।
ସମୁଦାୟ ଡେଭ୍ୟୁ ମ୍ୟାଚରେ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଦେଖି ଏହା ଜଣାପଡୁଛି ଭାରତର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ଅଟେ। ଏହି ୫ ଜଣ ଖେଳାଳି ଭାରତକୁ ୪୦ ଦିନ ଭିତରେ ହିଁ ମିଳିଛନ୍ତି। ଏମାନେ ୪୦ ଦିନ ଭିତରେ କୌଣସି ନା କୌଣସି ଫର୍ମାଟରେ ଡେଭ୍ୟୁ କରିବାର ନଜର ଆସିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।