ଯଶପ୍ରୀତ ବୁମରାଙ୍କର ସଂଘର୍ଷର କାହାଣୀ କିଛି ଥିଲା ଏମିତି, ଜାଣିଲେ ଆଖିରେ ଆସିଯିବ ଲୁହ।

ଭାରତୀୟ ଟିମର ପ୍ରେସର ବୋଲର ଯଶପ୍ରୀତ ବୁମରା ନିଜ ଖତରନାମ ବୋଲିଙ୍ଗ ପାଇଁ ଜଣାଯାଇଥାନ୍ତି। ୨୭ ବର୍ଷୀୟ ବୁମରା ଭାରତ ପାଇଁ ୧୯ ଟେଷ୍ଟ ୬୭ ଦିନିକିଆ ଓ ୫୦ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି। ୧୪ ବର୍ଷ ବୟସରୁ ନିଜ କ୍ୟାରିଅର କ୍ରିକେଟରେ କରିବାକୁ ନିଷ୍ପତ୍ତି ନେଇଥିବା ଏହି ବୋଲର ଜଲ୍ଦି ବିବାହ କରିବାକୁ ଯାଉଛି।ସେ ନିଜ ବାପାଙ୍କୁ ୫ ବର୍ଷ ବୟସରୁ ହରାଇଦେଇଥିଲେ। ଏହା ପରେ ତାଙ୍କ ମା ହିଁ ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ପାଳି ପୋଷି ବଡ଼ କରିଛନ୍ତି।

Google

ବାପାଙ୍କ ମୃତ୍ୟୁ ପରେ ପରିବାର ଆର୍ଥିକ ରୂପରେ କମଜୋର ହୋଇଯାଇଥିଲା। ଆଜି କୋଟି କୋଟି ଟଙ୍କା ଦରମା ପାଉଥିବା ଏହି ବୋଲର ଦିନେ ଗୋଟେ ଯୋଡି ଜୋତା ଓ ଗୋଟେ ଯୋଡ଼ା ଟି ଶର୍ଟରେ ସମୟ କାଟିଥିଲେ। ମୁମ୍ବାଇ ଇଣ୍ଡିଆନ୍ସକୁ ଦେଇଥିବା ଏକ ଇଣ୍ଟରଭିଉରେ ସେ କହିଥିଲେ,”ବାପାଙ୍କୁ ହରାଇବା ପରେ ଆମେ କିଛିବି କରିବାକୁ ସକ୍ଷମ ନଥିଲୁ। ମୋ ପାଖରେ ଗୋଟେ ଯୋଡ଼ା ଜୋତା ଓ ଗୋଟେ ଯୋଡ଼ା ଟି ଶାର୍ଟ ହିଁ ଥିଲା। ମୁଁ ତାକୁ ପ୍ରତ୍ୟେକ ଦିନ ଧୋଉଥିଲି ଓ ବ୍ୟବହାର କରୁଥିଲି। ଯେବେ ଆପଣମାନେ ଛୋଟ ଥିଲେ ଏହିପରି କାହାଣୀ ଶୁଣିଥିବେ।ଜୀବନରେ କିଛି ଲୋକଙ୍କ ସହ ଏପରି ସତରେ ହୋଇଥାଏ”।

ସେହି ଇଣ୍ଟରଭିଉରେ ବୁମରାଙ୍କ ମା କହିଥିଲେ,”ଯେବେ ମୁଁ ବୁମରାକୁ ପ୍ରଥମଥର ଆଇପିଏଲ ଖେଳୁଥିବା ଦେଖିଥିଲି କାନ୍ଦିପକାଇଥିଲି ।ସେ ମତେ ଆର୍ଥିକ ଓ ଶାରୀରିକ ରୂପରେ ସଂଘର୍ଷ କରିଥିବା ଦେଖିଛି”। ଭାରତୀୟ ଟିମକୁ ୨୦୦୩ ବିଶ୍ୱକପ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇଥିବା କୋଚ ଜୋନ ରାଇଟ ବୁମରାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ କରିଥିଲେ।ସେ ବୁମରାଙ୍କ ଦ୍ଵାରା ଆକର୍ଷିତ ଥିଲେ। ଯେଉଁ ବୁମରାଙ୍କ ପାଖରେ ଦିନେ ଜୋତା କିଣିବାକୁ ପଇସା ନଥିଲା ସେ ଆଜି ଦରମା ଆକାରରେ ୧୪ କୋଟି କମାଇଥାନ୍ତି। ତାଙ୍କୁ ବିସିସିଆଇରୁ ୭ କୋଟି ଓ ମୁମ୍ବାଇ ଇଣ୍ଡିଆନ୍ସରୁ ୭ କୋଟି ବାର୍ଷିକ ମିଳିଥାଏ।

Google

ବୁମରା ଇଂଲଣ୍ଡ ସହ ତୃତୀୟ ଟେଷ୍ଟ ପରେ ବୋର୍ଡ ଠୁ ଛୁଟି ନେଇଛନ୍ତି। ସେ ଚତ୍ରୁର୍ଥ ଟେଷ୍ଟ ଖେଳିପାରିବେନି।ବିସିସିଆଇର ଜଣେ କର୍ମଚାରୀ କହିଛନ୍ତି କି ବୁମରା ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବୁମରାଙ୍କୁ ୨୦୧୮ରେ ସୁନ୍ଦର ପ୍ରଦର୍ଶନ କାରଣରୁ ଆଇସିସିର ଟେଷ୍ଟ ଓ ଏକଦିବସିୟ ଟେଷ୍ଟରେ ସାମିଲ କରାଯାଇଥିଲା। ସେ ସବୁଠୁ ଅଧିକ ୧୦୦ ୱିକେଟ ନେଇଥିବା ଦ୍ୱିତୀୟ ବୋଲର ଅଟନ୍ତି। ସେ ଟେଷ୍ଟରେ ହାଟ୍ରିକ ନେଇଥିବା ତୃତୀୟ ଭାରତୀୟ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *