ଭାରତର ସବୁଠୁ ଶାନ୍ତ ସ୍ଵଭାଵର ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାପ୍ଟଟେନ କୁଲ ନାମରେ ଜଣାଯାଇଥାଏ। ସେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି ଓ ସେହିପରି ସେ ଆଇପିଏଲରେ ମଧ୍ୟ ଅନେକ ରେକର୍ଡ ନିଜ ନାମରେ ସାମିଲ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ ପଟେ ଖେଳି ସବୁ କ୍ଷେତ୍ରରେ ରେକର୍ଡ ବଜାଇ ରଖିଛନ୍ତି।

ଧୋନୀଙ୍କ କଥା କହିବା ତ ସେ ଗ୍ରାଉଣ୍ଡରେ କ୍ୟାପଟେନସି କରିବା ହେଉ କି ବ୍ୟାଟିଙ୍ଗ ହେଉ ବା ୱିକେଟ ପଛରେ କିପିଙ୍ଗ କରିବା ହେବ ସେ ସବୁ ବିଭାଗରେ ଏପରି ରେକର୍ଡ କରିଛନ୍ତି ଯାହାର ଆଖପାଖରେ କେହି ନାହାଁନ୍ତି।
ଏହିସବୁ ମିଶାଇ ଆଜି ଆମେ ଆପଣଙ୍କୁ ମାହିଙ୍କର ଏପରି ୫ ଟି ରେକର୍ଡ ବିଷୟରେ କହିବୁ ଯାହାକୁ ପାଇଥିବା ମାହି ଗୋଟିଏ ହିଁ ଖେଳାଳି ଅଟନ୍ତି।
ଅଧିନାୟକ ରୂପରେ ୨୦୦ ଟି ଆଇପିଏଲ ମ୍ୟାଚ ଖେଳିବାର ମୌକା:
ଆଇପିଏଲର ୧୪ ତମ ସଂସ୍କରଣ ୯ ଏପ୍ରିଲରୁ ଆରମ୍ଭ ହେବ। ଚେନ୍ନାଇ ସୁପର କିଙ୍ଗସର ପ୍ରଥମ ମ୍ୟାଚ ୧୦ ଏପ୍ରିଲକୁ ଦିଲ୍ଲୀ କ୍ୟାପିଟଲ୍ସ ସହ ହେବ। ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂହ ଧୋନି କ୍ୟାପଟେନ ରୂପରେ ୨୦୦ ତମ ମ୍ୟାଚ ଖେଳିପାରନ୍ତି। ସେ ଏପରି କରିବା ପ୍ରଥମ ଆଇପିଏଲ କ୍ୟାପଟେନ ହୋଇଯିବେ।

କହିରଖିବୁ ଧୋନି ଆଇପିଏଲରେ ଏବେ ପର୍ଯ୍ୟନ୍ତ ୧୮୮ ମ୍ୟାଚରେ ଅଧିନାୟକ ରହିସାରିଛନ୍ତି ଓ ଏହା ସବୁଠୁ ଅଧିକ ଅଟେ। ଏହି ସଂସ୍କରଣ ଶେଷ ମଧ୍ୟରେ ସେ ଆଇପିଏଲରେ ୨୦୦ ମ୍ୟାଚରେ ଅଧିନାୟକତ୍ୱ ପୁରା କରିପାରିବେ। ଯଦି ସେ ଏପରି କରନ୍ତି ତେବେ ସେ ଆଇପିଏଲରେ ୨୦୦ ମ୍ୟାଚରେ କ୍ୟାପଟେନସି କରିଥିବା ପ୍ରଥମ ପ୍ଲେୟର ହୋଇଯିବେ।
ଏହି ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଅଛନ୍ତି ଗୌତମ ଗମ୍ଭୀର ଯିଏକି ୧୨୯ ମ୍ୟାଚରେ କ୍ୟାପଟେନ୍ସି କରିଥିଲେ। ତୃତୀୟ ନମ୍ବରରେ ଅଛନ୍ତି ଆରସିବିର ଅଧିନାୟକ ବିରାଟ କୋହଲି ଯିଏକି ୧୨୫ ମ୍ୟାଚରେ କ୍ୟାପଟେନସି ଦାୟିତ୍ୱ ତୁଲାଇଛନ୍ତି।
ଆଇପିଏଲରେ ସବୁଠୁ ଅଧିକ ଛକା ମାରିଥିବା ଭାରତୀୟ:
ମାହି ୨୦୪ ଆଇପିଏଲ ମ୍ୟାଚରେ ୨୧୬ ଟି ଛକା ମାରିଛନ୍ତି।ଯାହା କୌଣସିବି ଭାରତୀୟ ଖେଳାଳିଙ୍କ ଦ୍ଵାରା ଆଇପିଏଲରେ ସବୁଠୁ ଅଧିକ ଛକା। ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଏହି ସୂଚୀରେ ଦ୍ୱିତୀୟ ନମ୍ବରରେ ଅଛନ୍ତି ଯିଏକି ସେ ଧୋନିଙ୍କ ଠୁ ମାତ୍ର ୩ ଟି ଛକାରେ ପଛରେ ରହିଛନ୍ତି। ସେ ୨୦୦ ମ୍ୟାଚରେ ୨୧୩ ଛକା ମାରିସାରିଛନ୍ତି।

ଧୋନି ଆଇପିଏଲରେ ୧୦୦ରୁ ଅଧିକ ମ୍ୟାଚ ଜିତିଥିବା ଏକମାତ୍ର ଅଧିନାୟକ ଅଟନ୍ତି:
ଧୋନି ସବୁ କ୍ଷେତ୍ରରେ ରେକର୍ଡ ହାସଲ କରିଛନ୍ତି। ସେ ଆଇପିଏଲରେ ସବୁଠୁ ଅଧିକ ମ୍ୟାଚ ଜିତିଥିବା କ୍ୟାପଟେନ ଅଟନ୍ତି। ସେ ଗୋଟିଏ ହିଁ କ୍ୟାପଟେନ ଅଟନ୍ତି ଯିଏକି ୧୦୦ ରୁ ଅଧିକ ମ୍ୟାଚ ଜିତିବାର ନଜର ଆସିଛନ୍ତି।
ମାହି ୧୮୮ ମ୍ୟାଚରେ ଅଧିନାୟକତ୍ୱ କରି ୧୧୦ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ନମ୍ବରରେ ଗୌତମ ଗମ୍ଭୀର ଅଛନ୍ତି ସେ ୧୨୯ ମ୍ୟାଚରେ ଅଧିନାୟକତ୍ୱ କରି ୭୧ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଏହି ରେକର୍ଡରେ ଅଲଗା କ୍ୟାପଟେନ ଧୋନିଙ୍କ ଠୁ ବହୁତ ପଛରେ ଗତି କରୁଛନ୍ତି।

ସବୁଠୁ ଅଧିକ ଆଇପିଏଲ ଫାଇନାଲ ଖେଳିବାର ରେକର୍ଡ:
ଆଇପିଏଲରେ ସବୁଠୁ ଅଧିକ ଫାଇନାଲ ଖେଳିବା କଥା କହିବା ତ ଧୋନି ଏବେ ପର୍ଯ୍ୟନ୍ତ ୧୩ ଟି ଆଇପିଏଲ ସଂସ୍କରଣରୁ ୯ ଟି ଫାଇନାଲ ଖେଳିବାର ନଜର ଆସିଛନ୍ତି। ଏଥିରୁ ୮ ଟି ଫାଇନାଲ ସେ ନିଜ ଅଧିନାୟକତ୍ୱରେ ଚେନ୍ନାଇ ଟିମରେ ଖେଳିଛନ୍ତି। ଓ ଆଉଏକ ଫାଇନାଲ ପୁନେ ଟିମରେ ଥିବାବେଳେ ୨୦୧୭ ରେ ଖେଳିଥିଲେ।
ଦ୍ୱିତୀୟ ନମ୍ବରରେ ମିଷ୍ଟର ଆଇପିଏଲ ସୁରେଶ ରାଇନା ଅଛନ୍ତି ଯିଏକି ଏବେ ପର୍ଯ୍ୟନ୍ତ ୮ ଟି ଆଇପିଏଲରେ ଫାଇନାଲରେ ଖେଳିବାର ନଜର ଆସିଛନ୍ତି। ତୃତୀୟ ନମ୍ବରରେ ରୋହିତ ଶର୍ମା ଅଛନ୍ତି ଯିଏକି ୬ ଟି ଫାଇନାଲ ଖେଳିବାର ନଜର ଆସିଛନ୍ତି। ଗୋଟେ ଡେକାନ ଚାର୍ଜର ପଟେ ଓ ଆଉ ୫ ଟି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନସି କରି।

୧୫୦ ଆଉଟ କରିଥିବା ୱିକେଟ କିପର ହେବାର ମୌକା:
ୱିକେଟ ପଛରେ ମଧ୍ୟ ଧୋନି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। କହିରଖିବୁକି ଧୋନି ୨୦୪ ଆଇପିଏଲ ମ୍ୟାଚରେ ୧୪୮ ଷ୍ଟମ୍ପିଙ୍ଗ କରିଛନ୍ତି। ଆଉ ଦୁଇଟି ଷ୍ଟମ୍ପିଙ୍ଗ କରିବା ପରେ ସେ ଆଇପିଏଲର ପ୍ରଥମ ୱିକେଟକିପର ହୋଇଯିବେ ଯିଏକି ୧୫୦ ଷ୍ଟମ୍ପିଙ୍ଗ ନିଜ ନାମରେ କରିବେ।

ଏହି ସୂଚିରେ ଦ୍ୱିତୀୟ ନମ୍ବରରେ ଦିନେସ କାର୍ତିକ ଅଛନ୍ତି ଯିଏକି ୧୯୬ ମ୍ୟାଚରେ ୧୪୦ ଷ୍ଟମ୍ପିଙ୍ଗ କରିସାରିଲେଣି। ସେ ଏହି ବି ରେକର୍ଡ କରିପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।