ଏହି ୧୨ ଲକ୍ଷ କୃଷକଙ୍କୁ ଜାରୀ ହେବାକୁ ଯାଉଅଛି କିଷାନ କ୍ରେଡିଟ କାର୍ଡ,ଏପରି କରନ୍ତୁ ଆବେଦନ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭାର୍ଥୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ଦିଆଯାଇଥାଏ। ଏ ପର୍ଯ୍ୟନ୍ତ ଶହ ଶହ କୃଷକମାନଙ୍କୁ ଏହାର ଫାଇଦା ଦିଆସରିଛି। ଏହି ଧାଡିରେ ଏବେ ଉତ୍ତର ପ୍ରଦେଶର ୧୨ ଲକ୍ଷ କୃଷକମାନଙ୍କୁ ଏହି କାର୍ଡ ଜାରି କରାଯାଉଅଛି। ଏହି କାର୍ଡର ମାଧ୍ୟମରେ ଏହି କୃଷକମାନଙ୍କୁ ବି ରିହାତି ଦରରେ ଋଣ ମିଳିପାରିବ।

Google

ରାଜ୍ୟ ସରକାର ୧୨ ଲକ୍ଷ କୃଷକମାନଙ୍କୁ କେସିସି ଜାରୀ କରିବାର ପ୍ରସ୍ତୁତି କରିସାରିଛି। ଅର୍ଥନୀତିକ ବର୍ଷ ୨୦୨୦-୨୧ ମଧ୍ୟରେ ୧୯ ଲକ୍ଷରୁ ଅଧିକ କୃଷକମାନଙ୍କୁ କେସିସି ଦ୍ୱାରା ୨୪ ହଜାର କୋଟିରୁ ଅଧିକ ଋଣ ରିହାତି ଦରରେ ଦିଆଯାଇଅଛି। ସରକାର କୃଷକମାନଙ୍କୁ ଏହି ମାଧ୍ୟମରେ ୭ ଶତକଡା ଦରରେ ଋଣ ଅଫର କରୁଅଛି।

କୃଷକମାନଙ୍କୁ ଏହାର ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ବିନା ଦିଆଯାଇଥାଏ। ସେହିପରି ୫ ବର୍ଷରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଶର୍ଟ ଟର୍ମ ଲୋନ ଦିଆଯାଇଥାଏ ଯଦିଓ କୃଷକମାନଙ୍କୁ ଏହା ପାଇଁ ପ୍ରଥମେ ନିଜକୁ ଆବେଦନ କରିବାକୁ ପଡିବ ସେତେବେଳେ ତାଙ୍କୁ ଏହି କାର୍ଡ ମିଳିବ।ଶସ୍ତା ଦରରେ ଋଣ ଉପଲବ୍ଧ କରେଇକି ସରକାର କୃଷକମାନଙ୍କ ଆୟରେ ବୃଦ୍ଧି କରିବାକୁ ଚାହୁଁଛନ୍ତି ଏବଂ ଏହା ସହିତ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ବି ମଜଭୂତ ରଖିବାକୁ ଚାହୁଁଛନ୍ତି।

କାର୍ଡ ପାଇଁ କୃଷକକୁ-ଅପରେଟିଭ ବ୍ୟାଙ୍କ,ଖେତ୍ରିୟ ଗ୍ରାମୀଣ ବ୍ୟାଙ୍କ,ନ୍ୟାଶନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ସହ ସମ୍ପର୍କ କରିପାରନ୍ତି। ଏହା ଛଡା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଈଣ୍ଡଷ୍ଟ୍ରୀୟଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ବି ଏହି କାର୍ଡ ନେଇଯାଇ ପାରନ୍ତି।

Google

ଏଥିମଧ୍ୟରୁ ଆପଣ ଯେଉଁ ବି ବ୍ୟାଙ୍କରୁ କ୍ରେଡିଟ କାର୍ଡ ବନେଇବା ପାଇଁ ଚାହାଁନ୍ତି ଏହି ବ୍ୟାଙ୍କର ୱେବସାଇଟରେ ଦେଖିପାରିବେ। ୱେବସାଇଟରେ ଆପଣଙ୍କୁ କୃଷକ କ୍ରେଡିଟ କାର୍ଡ ସେକ୍ସନରେ କ୍ଲିକ କରିବାକୁ ହେବ । ଏଠାରୁ ଆବେଦନ ଫର୍ମ ଡାଉନଲୋଡ କରି ପାଖ ବ୍ୟାଙ୍କ ଶାଖାରେ ଯାଇକରି ଜମା କରିଦେବେ।

ଲୋନ ଅଧିକାରୀ ଆପଣଙ୍କ ସହ କଥା ହେବେ ଏବଂ ଆପଣଙ୍କୁ ସବୁ କାଗଜପତ୍ର,ଯୋଗ୍ୟ ବିବେଚିତ ହେବ ତ ଲୋନ ମଞ୍ଜୁର ହେବା ସହିତ ଆପଣଙ୍କ କାର୍ଡ ଠିକଣାରେ ପହଞ୍ଚାଇ ଦିଆଯିବ। ଧ୍ୟାନ ରଖିବେ ଲୋନ ଅଧିକାରୀ ଆପଣଙ୍କୁ ପୁରୁଣା କୃଷି ଲୋନର ସୂଚନା ବିଷୟରେ ପଚାରିବେ। ଜମି ସହିତ ଜଡିତ କୌଣସି ବି ବ୍ୟକ୍ତି ଯିଏକି ନିଜ ଜମିରେ ଚାଷ କରୁଥାଉ କିମ୍ବା ଅନ୍ୟ କାହାର ଜମିରେ କାମ କରୁଅଛି ,ସେ କେସିସି କରିପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *