ପୁଣି କମିଲା ସୁନା ଏବଂ ରୁପା ଦାମ, ଜାଣନ୍ତୁ କଣ ରହିଛି ଏବେ ନୂଆ ଦାମ

ପୁଣି ସୁନା କିଣିବା ପାଇଁ ଚାହୁଁଥିବା ଲୋକଙ୍କ ପାଇଁ ଭଲ ଖବର ଆସିଛି। କାରଣ ଏବେ ମିଳିଥିବା ସୂଚନା ଅନୁସାରେ ଏବେ ସୁନା ୪୬ ହଜାର ପ୍ରତି ୧୦ ଗ୍ରାମକୁ ପହଁଚିଗଲାଣି। ଏମସିଏକ୍ସରେ ତିନିଥର ଭିତରେ ସୁନା ପ୍ରତି ୧୦ ଗ୍ରାମକୁ ୧.୩% ହ୍ରାସ ପାଇଯାଇଛି। ଲଗାତର ସୁନାଦର କମିଥିବା ବେଳେ ଆଜି ସୁନାଦାମ ୦.୧୩% ବୃଦ୍ଧି ପାଇଯାଇଛି। କିନ୍ତୁ ରୁପା ଦର ଲଗାତର ଭାବେ କମିଚାଲିଛି କାରଣ ଅଳ୍ପ ଦିନ ତଳେ ସୁନା କିଲୋ ପିଛା ୧୭୬ କମିଥିବା ବେଳେ ଏବେ ୮୯୮ କମି ଏବେ କିଲୋପିଛା ୬୧ ହଜାର ୭୧୫ ହୋଇଯାଇଛି।

Google

ଏବେ ପର୍ଯ୍ୟନ୍ତ ସୁନା ଦର ମୋଟ ୧୧ ହଜାରରୁ ଅଧିକ ଟଙ୍କା କମ ହୋଇଗଲାଣି। କାରଣ ଏକ ବର୍ଷ ପୂର୍ବରୁ ସୁନା ମୂଲ୍ୟରେ ବୃଦ୍ଧି ଘଟି ୫୬ ହଜାର ୨ ଶହରେ ପହଁଚିଥିଲା କିନ୍ତୁ ଏବେ ଏହା ଧୀରେ ଧୀରେ କମି ୪୫ ହଜାର ହୋଇଗଲାଣି। ଆପଣଙ୍କୁ କହିରଖିବୁକି ଏବେ ସୁନାର ଦାମ କମିଛ ଯଦି ଆପଣ ଏହି ସମୟରେ ସୁନାରେ ନିବେଶ କରିବେ ଭଲ ଲାଭ ପାଇବେ କାରଣ। ପୂର୍ବ ବର୍ଷ ମଧ୍ୟ ଲୋକ ୨୮% ଲାଭ ପାଇଥିଲେ।

ସୁନା ଫେରସ୍ତର ଅଧିକାରୀଙ୍କ ରିପୋର୍ଟ ଅନୁସାରେ ସୂଚନା ମିଳିଛିଯେ ଏବେ ୨୪ କ୍ୟାରେଟ ସୁନା ୧୦ ଦାମକୁ ୪୬ ହଜାର ୨୮୦ ଟଙ୍କା ଅଛି ଓ ରୁପା ପ୍ରତି କିଲୋ ୬୨ ହଜାର ୫ ଶହ ଟଙ୍କା ଅଛି। କିନ୍ତୁ ପୂର୍ଵ ବର୍ଷ ରୁପା ପ୍ରତି କିଲୋ ପିଛା ୬୮ ହଜାର ହୋଇଯାଇଥିଲା। ସେହିପରି କହିରଖିବୁକି ପୂର୍ଵ ବର୍ଷ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୪୫,୪୫୦ ଓ ୨୪ କ୍ୟାରେଟ ୧୦ ଗ୍ରାମ ପିଛା ୪୭,୭୩୦ ଟଙ୍କା ରହିଥିଲା। ଯଦି ଆପଣ ସୁନା ବିଷୟରେ ଅଧିକ ବିବରଣୀ ଜାଣିବାକୁ ଇଛା ପ୍ରକାଶ କରୁଛନ୍ତି କି ସୁନାର କ୍ୟାରେଟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଅତି ସହଜରେ ଆପଣ “ବିଆଇଏସ କେୟାର”ଆପ ଦ୍ଵାରା ଏହା ଜାଣିପାରିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *