ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କେସ ବଲିଉଡ଼ରେ ଭୂକମ୍ପ ସୃଷ୍ଟି କରିଛି ।ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବେ ପର୍ଯ୍ୟନ୍ତ ଅନେକ ବଡ଼ କଳାକାରଙ୍କ ପଚରାଉଚୁରା ପାଇଁ ଡକାଇ ସାରିଛି । ସେହିପରି ଡ୍ରଗ୍ସ ଚାଟ ଭାଇରାଲ ହେବା ପରେ ଦୀପିକା ପାଦୁକୋନଙ୍କୁ ବି ଶନିବାର ଦିନ ପଚରାଉଚୁରା ପାଇଁ ଡ଼କାଯାଇଥିଲା । ତାଙ୍କୁ ପାଖାପାଖି ସାଢ଼େ ପାଞ୍ଚଘଣ୍ଟା ପଚରାଉଚୁରା କରାଗଲା ଯାହା ଦ୍ୱାରା ସେ ଅନେକ ପ୍ରଶ୍ନର ଉତ୍ତର ଦେଲେ ।
ଏନସିବି ଅଧିକାରୀଙ୍କ ଦ୍ଵାରା ପଚରାଉଚୁରା ସମୟରେ ସେ ଡ୍ରଗ୍ସ ନନେଉଥିବା ବୋଲି ସଫା ସଫା ମନା କରିଦେଇଥିଲେ କିନ୍ତୁ ଜଣାପଡିଛି କି ଦୀପିକା ଖାସ ପ୍ରକାର ସିଗରେଟ ପିଉଥିବା ସ୍ୱକାର କରିଛନ୍ତି । ଯାହାକୁ ସାଧାରଣ ଭାଷାରେ ‘ଡୁବ’ କୁହାଯାଏ ।ଆସନ୍ତୁ ଆମେ ଆପଣଙ୍କୁ କହିବୁ କଣ ହୋଇଥାଏ ସେହି ‘ଡୁବ’ ସିଗରେଟ ? କଣ ଏଥିରେ କୌଣସି ପ୍ରକାରର ଡ୍ରଗ୍ସ ବ୍ୟବହାର ହୋଇଥାଏ ଓ ଏନଡ଼ିପିଏସ କାନୁନ ଏହା ଉପରେ କଣ କହୁଛି ।

‘ଡୁବ’ ସିଗରେଟ କଣ ?
‘ଡୁବ’ ଏକ ପ୍ରକାର ହ୍ୟାଣ୍ଡ ରୋଲ୍ଡ ସିଗରେଟ ଅଟେ । ଏହାକୁ ନିଜେ ଆପଣଙ୍କୁ ପେପର ରୋଲ କରିକି ପ୍ରସ୍ତୁତ କରିବାକୁ ପଡିଥାଏ ଓ ସେଥିରେ ମନ ଇଚ୍ଛା ଜିନିଷ ମିଶାଇ ସେବନ କରାଯାଇଥାଏ । ଏହାର ଅଧିକାଂଶ ବ୍ୟବହାର ନିଶା ସେବନ କରିବା ପାଇଁ କରାଯାଇଥାଏ । ଏଥିରେ ନିଶାର କୌଣସି ବି ପ୍ରଦାର୍ଥ ପୁରାଯାଇପାରିବ । ଏନସିବିର ପଚରାଉଚୁରା ସମୟରେ ରକୁଳ ପ୍ରୀତି ସିଂ ବି ରିୟାଙ୍କ ସହିତ ହୋଇଥିବା ଡ୍ରଗ୍ସ କଥାବାର୍ତ୍ତା ଚାଟ ଉପରେ କହିଛନ୍ତି ସେ ସେହି ଚାଟରେ ଯେଉଁ ‘ଡୁବ’ କଥା କହିଛନ୍ତି ସେ ଏହି ରୋଲ୍ଡ ସିଗରେଟ ଅଟେ । କୌଣସି ନାରକୋଟିକ୍ସ ପଦାର୍ଥ ବା ଡ୍ରଗ୍ସ ନୁହେଁ ।
ପ୍ରତିବନ୍ଧକ ଡ୍ରଗ୍ସର ସେବନ କଲେ ହୋଇପାରେ ଏତିକି ବର୍ଷର ସଜା:
କାନୁରର ତଥ୍ୟ ଅନୁସାରେ ଏନଡ଼ିପିଏସ ଆର୍ଟ ଅନୁସାରେ ଯଦି କୌଣସି ବ୍ୟକ୍ତି ନିୟମ ଉଲଘଂନ କରିକି କୌଣସି ପ୍ରକାର ଡ୍ରଗ୍ସକୁ ତିଆରି କରିଥାଏ, ନିଜ ପାଖରେ ରଖିଥାଏ, ଅନ୍ତରଷ୍ଟ୍ରୀୟ ଚାଲାଣ କରିଥାଏ, ବା କିଣିଥାଏ ଯଦି ସେହି ଡ୍ରଗ୍ସର ମାତ୍ରା କମ ହୋଇଥାଏ ତେବେ ସେହି ବ୍ୟକ୍ତିକୁ ୬ ମାସର ସଜା ସହିତ ୧୦ ହଜାର ଜୋରିମାନା ହୋଇପାରେ । ସେହିପରି ଯଦି ଅଧିକ ପରିମାଣରୁ କମ କିନ୍ତୁ ସାଧାରଣ ପରିମାଣରୁ ଅଧିକ ଡ୍ରଗ୍ସ ହୋଇଥାଏ ତେବେ ୧୦ ବର୍ଷର ସଜା ସହିତ ୧ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଏହା ପରେ ଯଦି ଡ୍ରଗ୍ସର ମାତ୍ରା ଅଧିକ ହୋଇଥାଏ ତେବେ ୧୦-୨୦ ବର୍ଷର ସଜା ସହିତ ୨ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।
/cdn.vox-cdn.com/uploads/chorus_image/image/63457335/tobacco_age_san_francisco_59718965.0.jpg)
ଏନଡ଼ିପିଏସ ଆର୍ଟ ଅନୁସାରେ ନାରକୋଟିକ୍ସ ଡ୍ରଗ୍ସର ସେବନ କରୁଥିବା ବ୍ୟକ୍ତିକୁ ବି ଏକ ବର୍ଷ ପର୍ଯ୍ୟନ୍ତ ସଜା ହୋଇପାରେ ବୋଲି ପ୍ରାବନ୍ଧନ ଅଛି ଓ ଯେଉଁ ମାନେ ଏହି କ୍ରିୟାକଳାପକୁ ବଢ଼ାଉଛନ୍ତି ସେମାନଙ୍କୁ ୧୦-୨୦ ବର୍ଷର ସଜା ସହିତ ୨ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।