IPL ୨୦୨୧:ଜାଣନ୍ତୁ ଆଇପିଏଲରେ ଏଥର ପ୍ରଥମେ ବ୍ୟାଟିଂ କରିବା ହେବ ଫାଇଦା ନା ଚେସ କଲେ ମିଳିବ ସୁବିଧା। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଆଇପିଏଲର ୧୪ତମ ସଂସ୍କରଣର ଷ୍ଟାର୍ଟ ୯ ଏପ୍ରିଲରୁ ହେବାକୁ ଯାଉଅଛି। କୋରନା କାରଣରୁ ଏହି ଥର କେବଳ ୬ଟି ଭେନ୍ୟୁର ୩ ବର୍ଷର ଟି୨୦ର ରେକର୍ଡକୁ ଦେଖିବା ତେବେ ଏଠାରେ ଲକ୍ଷ୍ୟର ପିଛା କରିବା ସହଜ ରହିଛି।ଅର୍ଥାତ ଏହି ଥର ଟି୨୦ ଲିଗରେ ଟସ ମହତ୍ତ୍ୱପୂର୍ଣ୍ଣ ହେବ।ଲିଗର ପ୍ରଥମ ମ୍ୟାଚ ପୂର୍ବ ବର୍ଷ ବିଜେତା ମୁମ୍ବାଇ ଇଣ୍ଡିଆନ ଓ ରୟାଲ ଚ୍ୟାଲେଞ୍ଜରର୍ସ ମଧ୍ୟରେ ଚେନ୍ନାଇରେ ଅନୁଷ୍ଠିତ ହେବ। ମୁମ୍ବାଇ ସବୁଠାରୁ ଅଧିକ ୫ଥର ଆଇପିଏଲର କିତାବ ଜିତିଛି ଯେବେକି ବାଙ୍ଗାଲୋରର ଦଳ ଜିତିପାରି ନାହିଁ।

Google

ଏହି ଥର ଆଇପିଏଲର ମୁକାବିଲାଗୁଡିକ ମୁମ୍ବାଇ ବାଙ୍ଗାଲୋର,କୋଲକାତା, ଦିଲ୍ଲୀ, ଅହମ୍ମଦାବାଦ ଓ ଚେନ୍ନାଇରେ ଅନୁଷ୍ଠିତ ହେବ। ୧ ଜାନୁଆରୀ ୨୦୧୮ରୁ ହୋଇଥିବା ଟି୨୦ ମୁକାବିଲାର କଥା କହିବା ତେବେ ସବୁଠାରୁ ଅଧିକ ୪୧ଟି ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଗ୍ରାଉଣ୍ଡରେ ଖେଳାଯାଇଅଛି। ସେହିପରି ସବୁଠାରୁ କମ ୧୦ଟି ମୁକାବିଲା ଚେନ୍ନାଇରେ ହୋଇଛି। ଏହି ସମସ୍ତ ଭେନ୍ୟୁରେ ଲକ୍ଷ୍ୟର ପିଛା କରିଥିବା ଦଳକୁ ଅଧିକ ବିଜୟ ମିଳିଛି। ଇଣ୍ଟରନ୍ୟାସନାଲ ମ୍ୟାଚରେ ମଧ୍ୟ ଆମକୁ ଏହି ଜିନିଷ ଦେଖିବାକୁ ମିଳିଛି ବୋଲି ଜଣା ଯାଇଛି।

୪ଟି ଭେନ୍ୟୁରେ ୬୦%ରୁ ମ୍ୟାଚ ଲକ୍ଷ୍ୟର ପିଛା କରିଥିବା ଦଳ ଜିତିଛି:

୬ରୁ ୪ଟି ଭେନ୍ୟୁରେ ତ ୬୦% ରୁ ଅଧିକ ମୁକାବିଲା ଲକ୍ଷ୍ୟର ପିଛା କରିଥିବା ଦଳ ଜିତିଛି। ବାଙ୍ଗାଲୋରରେ ସବୁଠାରୁ ଅଧିକ ୭୫% ମ୍ୟାଚରେ ଏପରି ହୋଇଛି। ଏଠାରେ ମୋଟ ୧୫ଟି ମୁକାବିଲା ହୋଇଛି ଓ ୯ଟି ମ୍ୟାଚ ପଛରେ ବ୍ୟାଟିଂ କରିଥିବା ଦଳ ଜିତିଛି। ଏହା ଛଡା ମୁମ୍ବାଇରେ ୬୧%, ଅହମ୍ମଦାବାଦରେ ୬୭% ଏବଂ ଚେନ୍ନାଇରେ ୬୦% ମ୍ୟାଚ ଲକ୍ଷ୍ୟର ପିଛା କରୁଥିବା ଦଳ ଜିତିଛି। କୋଲକାତାରେ ୫୧ ଏବଂ ଦିଲ୍ଲୀରେ ୫୭ ପ୍ରତିଶତ ମ୍ୟାଚରେ ବିଜୟ ମିଳିଛି। ମୁମ୍ବାଇରେ ଏହି ସମୟରେ ୪୧, ବାଙ୍ଗାଲୋର ୧୫,କୋଲକାତାରେ ୩୭,ଦିଲ୍ଲୀରେ ୨୮,ଅହମ୍ମଦାବାଦରେ ୧୨ ଏବଂ ଚେନ୍ନାଇରେ ୧୦ ମୁକାବିଲା ହୋଇଛି।

Google
ସ୍ପିନ ବୋଲିରମାଙ୍କନର ଇକୋନୋମି ଚେନ୍ନାଇରେ ସବୁଠାରୁ ଭଲ,ମୁମ୍ବାଇକୁ ୫ଟି ମ୍ୟାଚ ଖେଳିବାର ଅଛି:

ଏହି ସମୟରେ ସମସ୍ତ ୬ଟି ମୈଦାନ ଉପରେ ବୋଲରମାନଙ୍କର ପ୍ରଦର୍ଶନକୁ ଦେଖିବା ତେବେ ସ୍ପିନ ବୋଲିଂର ପ୍ରଦର୍ଶନ ଚେନ୍ନାଇରେ ସବୁଠାରୁ ଭଲ ଅଛି। ଏଠାରେ ସେ ସବୁଠାରୁ କମ ୬.୩ର ଇକୋନୋମିରେ ରନ ଦେଇଛନ୍ତି। ବାଙ୍ଗାଲୋରରେ ସବୁଠୁ ଅଧିକ ଇକୋନୋମି ରହିଛି। ଏଠାରେ ସ୍ପିନ ବୋଲର ୮ର ଇକୋନୋମିରେ ରନ ଦେଇଛନ୍ତି। ଦିଲ୍ଲୀରେ ୭.୨, ଅହମ୍ମଦାବାଦରେ ୭.୬ ଓ ମୁମ୍ବାଇରେ ସ୍ପିନ ବୋଲରଙ୍କ ଇକୋନୋମି ୭.୯ ରହିଛି। ଏହି ମଧ୍ୟରେ ସ୍ପିନ ବୋଲରଙ୍କର ଷ୍ଟ୍ରାଇକ ରେଟ ଚେନ୍ନାଇରେ ସବୁଠାରୁ ଭଲ ଅଛି।

Google
ଦ୍ରୁତ ବୋଲରଙ୍କ ପାଇଁ ଅହମ୍ମଦାବାଦ ଲାଭଦାୟକ, ବାଙ୍ଗାଲୋର ସବୁଠାରୁ ଖରାପ:

ଫାଷ୍ଟ ବୋଲରଙ୍କ ପ୍ରଦର୍ଶନ କଥା କହିବା ତେବେ ତାଙ୍କର ଇକୋନୋମୀ ଅହମ୍ମଦାବାଦରେ ସବୁଠାରୁ ଭଲ ରହିଛି। ସେ ଏଠାରେ ୮ର ଇକୋନୋମୀରେ ରନ ଦେଇଛନ୍ତି ଓ ୨୦ର ଷ୍ଟ୍ରାଇକ ରେଟରେ ୱିକେଟ ଅକ୍ତିଆର କରିଛନ୍ତି। କୋଲକାତାରେ ୮.୫,ଦିଲ୍ଲୀରେ ୮.୬,ମୁମ୍ବାଇରେ ୮.୭,ଚେନ୍ନାଇରେ ୮.୮ ଓ ବାଙ୍ଗାଲୋରରେ ଫାଷ୍ଟ ବୋଲର ୯.୭ରେ ରନ ଦେଇଛନ୍ତି। କୋଲକାତାର ଦ୍ରୁତ ବୋଲରଙ୍କ ଷ୍ଟ୍ରାଇକ ରେଟ ସବୁଠାରୁ ଭଲ ରହିଛି। ଏଠାରେ ତାଙ୍କର ଷ୍ଟ୍ରାଇକ ରେଟ ପାଖାପାଖି ୧୮ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *