ନିକଟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପିତୃତ୍ୱ ଅବକାଶ ଦେଇଛନ୍ତି।ଏକ ସମୟ ଏମିତି ଥିଲା ଗାଙ୍ଗୁଲି ତାଙ୍କ ଝିଅକୁ ମାସ ପର୍ଯ୍ୟନ୍ତ ଦେଖି ପାରି ନଥିଲେ।

ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ସିରିଜରେ ଟିମ ଇଣ୍ଡିଆ ସହ ପ୍ରଥମ ଟେଷ୍ଟ ମ୍ୟାଚ ପର୍ଯ୍ୟନ୍ତ ରହିବେ,ତା ପରେ ସେ ତାଙ୍କ ପ୍ରଥମ ଛୁଆ ପାଇଁ ଭାରତ ଫେରି ଆସିବେ । ୩ଟି ଟି ୨୦,୩ଟି ୱାଣ୍ଡେ ଓ ୪ ଟି ଟେଷ୍ଟ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଟିମ ଇଣ୍ଡିଆ ୨୭ ନଭେମ୍ବରରେ ନିଜର ଅଭିଯାନ ଆରମ୍ଭ କରିବ ।ଏହାପରେ ଟି ୨୦ ମ୍ୟାଚ ଖେଳିବାର ଅଛି। ଏହାପରେ ୧୭ ଡିସେମ୍ବରରେ ଟେଷ୍ଟ ମ୍ୟାଚ ଖେଳିବ। ପ୍ରଥମ ଟେଷ୍ଟ ମ୍ୟାଚ ଆଡ଼ିଲେଡ଼ରେ ଡେ ଓ ନାଇଟ ଖେଳାଯିବ।
ଏବେ ପ୍ରଥମ ଟେଷ୍ଟ ପରେ ବିସିସିଆଇ ବିରାଟଙ୍କ ପିତୃତ୍ୱ ଅବକାଶକୁ ସ୍ୱୀକାର କରିଛନ୍ତି ତ ଏବେ ସମସ୍ତେ ପୂର୍ବ ଅଧିନାୟକ ଏମ୍ ଏସ ଧୋନୀଙ୍କ କଥା ମନେ ପକାଇଛନ୍ତି।ଯିଏ ୱାଲର୍ଡ଼ କପ ସମୟରେ ଜୀଭାର ଜନ୍ମ ସମୟରେ ଟିମ ସହ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ଫେବ୍ରୁଆରୀ ୨୦୧୫ ରେ ଟିମ ୱାଲର୍ଡ କପ ପ୍ରସ୍ତୁତି କରିବା ସମୟରେ ଜୀଭାଙ୍କ ଜନ୍ମ ହୋଇଥିଲା। ସେବେ ସାକ୍ଷୀ ରାଇନାଙ୍କୁ ଫୋନ କରି ଏହି ଖୁସି ଖବର ଧୋନୀଙ୍କ ନିକଟରେ ପହଞ୍ଚାଇଥିଲେ।
ଏଠାରେ ଜାଣନ୍ତୁ କେଉଁ ଭାରତୀୟ କ୍ରିକେଟରଙ୍କୁ ଏବେ ପର୍ଯ୍ୟନ୍ତ ମିଳିଛି ପିତୃତ୍ୱ ଅବକାଶ ଓ କାହାର ହୋଇଛି ଖାରଜ:-
-ବିସିସିଆଇ ୧୯୭୬ରେ ସୁନିଲ ଗାଭାସ୍କରଙ୍କ ଛୁଟିକୁ ନାମଞ୍ଜୁର କରିଥିଲା। ସେହି ସମୟରେ ତାଙ୍କର ପୁଅ ରୋହନ ଗାଭାସ୍କରଙ୍କ ଜନ୍ମ ହୋଇଥିଲା। ଏହା ପରେ ଗାଭାସ୍କରଙ୍କୁ ୪ ଟି ଟେଷ୍ଟ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଗସ୍ତ କରିବାକୁ ପଡିଥିଲା। ତାଙ୍କୁ ପାଖାପାଖି ୨.୫ମାସ ପରେ ତାଙ୍କ ପୁଅକୁ ଦେଖିବାର ସୁଯୋଗ ମିଳିଥିଲା।

-ରାହୁଲ ଡ୍ରାଭିଡ ୨୦୦୯ ରେ ତାଙ୍କ ଦ୍ୱିତୀୟ ପୁତ୍ର ଅନବୟ ଜନ୍ମରେ ଆଇପିଏଲ ମଝିରୁ ଛାଡି ଚାଲିଆସିଥିଲେ। ୨୦୦୯ ରେ ଆଇପିଏଲ ସାଉଥ ଆଫ୍ରିକାରେ ଖେଳାଯାଇଥିଲା।
-୨୦୧୮ ରେ ମଧ୍ୟ ବିସିସିଆଇ ରୋହିତ ଶର୍ମାଙ୍କ ପିତୃତ୍ୱ ଅବକାଶକୁ ସ୍ବୀକାର କରିଥିଲା ଓ ସେ ତାଙ୍କ ଝିଅ ସମୟରା ଜନ୍ମ ସମୟରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୪ ତମ ଓ ୫ ତମ ଟେଷ୍ଟ ମ୍ୟାଚ ନଖେଳି ଭାରତ ଫେରି ଆସିଥିଲେ।
-ପୂର୍ବ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ୨୦୧୪ ରେ ଆଇପିଏଲ ଛାଡି ୟୁଏଇରୁ ଭାରତ ଫେରି ଆସିଥିଲେ। ଝିଅ ଅଜିମଙ୍କ ଜନ୍ମ ପରେ ସେ ପରବର୍ତ୍ତୀ ମ୍ୟାଚ କୋଲକାତା ନାଇଟ ରାଇଡ଼ରସ ପାଇଁ ଖେଳିବା ପାଇଁ ରାଞ୍ଚୀ ଚାଲିଯାଇଥିଲେ।
– ବିରାଟ କୋହଲିଙ୍କ ଛୁଟିକୁ ମଞ୍ଜୁର ଦେଇଥିବା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଜନ୍ମର ଏକ ମାସ ପରେ ତାଙ୍କ ଝିଅକୁ ଦେଖିବାର ସୁଯୋଗ ପାଇଥିଲେ। ଯେବେ ତାଙ୍କ ଝିଅ ସନାଙ୍କ ଜନ୍ମ ହେଲା ସେ ୨୦୦୧ ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ଅଧିନାୟିକତ୍ୱ କରୁଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।