ଏହି ଲୋକମାନଙ୍କୁ ଭାବି ଚିନ୍ତିକରି କୋରନା ଭାଇରସ ଟୀକା ଲଗେଇବା ଆବଶ୍ୟକ । ନହେଲେ ଘଟିପାରେ ବଡ଼ ଅନର୍ଥ । ନିଶ୍ଚିତ ଜାଣନ୍ତୁ

ପୂରା ଦୁନିଆରେ କୋରନା ଭାଇରସର ମାମଲାରେ ଏବେ ହ୍ରାସ ହେବାକୁ ଲାଗିଛି। ସେହିପରି ଆଉ ଏକ ପଟରୁ କେତେକ ଦେଶରେ ଲୋକଙ୍କୁ ଟୀକା ଦେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି।ଫାଇଜର-ବାୟୋଏନଟେକ,ମାଡ଼ରନା,ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଭଳି ଟୀକା ନିଜର ଟ୍ରାଏଲରେ ସଫଳ ପ୍ରମାଣିତ ହୋଇସାରିଛି ଏବଂ ଏହାର ବହୁତ କମ ପାର୍ଶ୍ୱ ପ୍ରତିକ୍ରିୟା ମିଳିଛି। ସେହିପରି ଭାରତରେ କୋବିସିଲଡ଼ ଓ କୋଭ୍ୟାକ୍ସିନର ଟ୍ରାଏଲରେ ଭଲ ପରିଣାମ ଆସିବା ପରେ ଏହାର ଆପଦକାଳୀନ ସ୍ୱୀକୃତି ମିଳିସାରିଛି।

Google

ଏମିତିରେ ତ କୋରନା ଭାଇରସର ସମସ୍ତ ଟୀକା ବଡ଼ ଜନବସତି ପାଇଁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଟେ କିନ୍ତୁ କିଛି ଲୋକଙ୍କୁ ବହୁତ ଭାବି ଚିନ୍ତି ଟୀକା ନେବାର ଉପଦେଶ ଦିଆଯାଉଅଛି। ଆସନ୍ତୁ ଜାଣିବା କେଉଁ ସମୂହର ଲୋକଙ୍କୁ କୋରନା ଭାଇରସର ଟୀକା ନେବା ପୂର୍ବରୁ ଡାକ୍ତରଙ୍କ ସହ ବିଚାର-ବିମର୍ଶ କରିବା ଆବଶ୍ୟକ ଅଟେ।

ଆଲର୍ଜି ସମସ୍ୟା ଥିବା ଲୋକ: ଆମେରିକାର ସିଡିସି (ସେଣ୍ଟରସ୍ ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ)ଅନୁସାରେ ଫାଇଜର ଓ ମାଡ଼ରନାର ଟୀକାରୁ କେତେକ ଲୋକଙ୍କ ମଧ୍ୟରେ ଗମ୍ଭିର ଆଲର୍ଜି ମିଳିଛି।ଏକ୍ସପର୍ଟସଙ୍କ କହିବା କଥା କି ଟୀକା ଲଗାଇବା ପରେ ଛୋଟ-ଛୋଟ ଅସୁବିଧା ସାଧାରଣ କଥା ଅଟେ କିନ୍ତୁ ଏନାଫିଲେକ୍ସିସ୍ ଭଳି ଆଲର୍ଜି ଘାତକ ହୋଇପାରେ। ସିଡିସିର ଉପଦେଶ ଅଟେ କି ଟିକାର ବ୍ୟବହୃତ କୌଣସି ମଧ୍ୟ ସାମଗ୍ରୀରୁ ଯଦି କାହାକୁ ଆଲର୍ଜି ଥାଏ ତେବେ ଏହି ଟୀକା ଲଗାଇବା କଥା ନୁହେଁ।

Google

ଯଦି କେହି ମଧ୍ୟ ଇଂଜେକସନ ଲଗାଇବା ପରେ ଆଲର୍ଜିର ସମସ୍ୟା ହେଉଅଛି ତେବେ ତାଙ୍କୁ ମଧ୍ୟ କୋରନାର ଟୀକା ନେବା ପୂର୍ବରୁ ନିଜ ଡାକ୍ତରଙ୍କ ସହ କଥା ହେବା ଜରୁରୀ ଅଟେ। ଯଦି କୌଣସି ବ୍ୟକ୍ତିଙ୍କୁ କୋଭିଡ-୧୯ ଟୀକା ପ୍ରଥମ ପାନରୁ ଗମ୍ଭିର ଆଲର୍ଜି ହେଉଅଛି,ତେବେ ସିଡିସି ତାଙ୍କୁ ଟିକାର ଦ୍ୱିତୀୟ ପାନ ନ ଦେବାର ଉପଦେଶ ଦେଉଅଛି। ଯେଉଁ ଲୋକଙ୍କର ଆଲର୍ଜି ପୂର୍ବରୁ କିଛି ଅଭିଯୋଗ ନାହିଁ ତାଙ୍କୁ ଟୀକା ଦେବାର ୧୫ ମିନିଟ ପରେ ଯେବେକି ଆଲର୍ଜିର ଅଭିଯୋଗକାରୀଙ୍କୁ ୩୦ ମିନିଟ ଯାଏ ରକ୍ଷଣାବେକ୍ଷଣାରେ ରଖାଯିବାର ବ୍ୟବସ୍ଥା ।

ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା: ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ କୋରନା ଟୀକା ଲଗାଇବା ପୂର୍ବରୁ ଡାକ୍ତରଙ୍କ ଠାରୁ ପରାମର୍ଶ କରିବା ନିହାତି ଜରୁରୀ। ଗର୍ଭବତୀ ମହିଳାମାନଙ୍କ ମଧ୍ୟରେ କୋଭିଡ-୧୯ ଟିକାର ସୁରକ୍ଷା ଉପରେ କୌଣସି ସୂଚନା ନାହିଁ କାରଣ ତାଙ୍କୁ କ୍ଲିନିକାଲ ଟ୍ରାଏଲ ଠାରୁ ବାହାରେ ରଖାଯାଇଥିଲା। ଏମିତିରେ ଏହି ଲୋକଙ୍କର ଟୀକା ଚିନ୍ତାର ବିଷୟ ପାଲଟିପାରେ।

Google

ଯଦିଓ, ଆମେରିକାର କିଛି ସ୍ୱାସ୍ଥ୍ୟବିତଙ୍କର କହିବା କଥା କି ଗର୍ଭବତୀ ମହିଳାମାନଙ୍କ ମଧ୍ୟରେ କୋରନା ଯୋଗୁ ଅଧିକ ରୋଗ ହେବାର ଆଶଙ୍କା ଥାଏ। ଯଦିଓ ଗର୍ଭବତୀ ମହିଳାମାନଙ୍କର ଟୀକାର ତଥ୍ୟ ଉପଲବ୍ଧ ନାହିଁ କିନ୍ତୁ ଏହା କୋରନା ଠାରୁ ସୁରକ୍ଷା ଦିଏ ଓ କୋରନା କାରଣରୁ ଗର୍ଭାବସ୍ଥାରେ କୁପ୍ରଭାଵ ଠାରୁ ବଞ୍ଚାଇ ପାରେ। ଏଥିପାଇଁ ଡାକ୍ତରଙ୍କ ଠାରୁ ପରାମର୍ଶ ପରେ ଗର୍ଭବତୀ ମହିଳାମାନେ ମଧ୍ୟ ଟୀକା ଲଗାଇ ପାରିବେ। ସେହିପରି ସିଡିସିର କହିବା କଥା କି ସ୍ତନ୍ୟପାନ କରୁଥିବା ପିଲାମାନଙ୍କର ଟୀକାର ବର୍ତ୍ତମାନ କୌଣସି ପ୍ରକାରର ପ୍ରଭାବ ଦେଖା ଯାଇନାହିଁ।

କୋରୋନା ପଜେଟିଭ ଲୋକଙ୍କୁ: କ୍ଲିନିକାଲ ଟ୍ରାୟଲରେ ସବୁ ଭାକ୍ସିନ ସେହି ଲୋକଙ୍କ ଉପରେ ସୁରକ୍ଷିତ ଜଣାପଡିଛି, ଯିଏ ପ୍ରଥମେ କୋଭିଡ଼ ୧୯ର ଶିକାର ଥିଲେ। ସିଡିସି କହିବା ଅନୁସାରେ କୋଭିଡ ସଂକ୍ରମଣ ବ୍ୟକ୍ତି ଙ୍କୁ ଏହି ଭାକ୍ସିନ ସେବେ ପର୍ଯ୍ୟନ୍ତ ଦିଆଯିବ ନାହିଁ,ଯେ ପର୍ଯ୍ୟନ୍ତ ସେ ଆଇସଲେସନ ଓ ଏହି ସଂକ୍ରମଣରୁ ମୁକ୍ତ ହୋଇନାହାନ୍ତି।ସେହିପରି ଆଣ୍ଟିବଡ଼ି ଥେରାପୀ ନେବା ବ୍ୟକ୍ତିଙ୍କୁ ୩ ମାସ ପରେ ଭାକ୍ସିନ ଦିଆଯିବ।

ମେଡ଼ିକାଲ କଣ୍ଡିସନ ଲୋକ: କ୍ଲିନିକାଲ ଟ୍ରାଇଲ ଅନୁସାରେ,ଭାକ୍ସିନ ମେଡ଼ିକାଲ କଣ୍ଡିସନ ଲୋକଙ୍କ ଉପରେ ସେମିତି ପ୍ରଭାବ ପକାଏ ଯେତିକି ସ୍ୱାସ୍ଥ୍ୟ ଲୋକଙ୍କ ଉପରେ।କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ସଂକ୍ରମକ ରୋଗର ପ୍ରମୁଖ ଡାକ୍ତର ଡିଲ ବଲମଵର୍ଗ ହେଲଥ ଲାଇନକୁ କହିଲେ କି ,”ଆମ ପାଖରେ ଇମ୍ୟୁନୋ କମ୍ପ୍ରମାଇଜଡ଼ ବା ଏଚ ଆଇ ଭି ରୋଗୀଙ୍କ ଡାଟା ନାହିଁ ହେଲେ ଆମେ ଜାଣିଛୁ କି ଏମାନଙ୍କୁ କୋରୋନା ସଂକ୍ରମଣର ଗମ୍ଭୀର ଅଟେ। ଏଥିପାଇଁ ଏହି ଲୋକ ମଧ୍ୟ ଭାକ୍ସିନ ଲଗେଇପାରିବେ। ହେଲେ ଏହା ତାଙ୍କର ବ୍ୟକ୍ତିଗତ ନିର୍ଣ୍ଣୟ ଅଟେ ଓ ଏହାକୁ ନବା ଆଗରୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ଅଟେ।”

Google

ଛୋଟ ଛୁଆ: ମଡ଼ର୍ଣ୍ଣ ଭାକ୍ସିନ ୧୮ ବର୍ଷ ବା ତା ଠାରୁ ଅଧିକ ବର୍ଷୀୟ ଲୋକଙ୍କ ପାଇଁ। ସେହିପରି ଫାଇଜର ଭାକ୍ସିନ ୧୬ ବର୍ଷ ବା ତାଠାରୁ ଅଧିକ ବୟସ୍କ ଲୋକଙ୍କ ପାଇଁ। ସେହିପରି ଭାରତର ବାୟୋଟେକର କୋ ଭାକ୍ସିନ ୧୨ବା ତାଠାରୁ ଉର୍ଦ୍ଧ ଲୋକଙ୍କ ପାଇଁ। ଅନ୍ୟପଟେ କୋବାସିଲଡ଼ର ବ୍ୟବହାର ୧୮ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଅଟେ। ଏହି ସମୟରେ ଛୁଆଙ୍କ ପାଇଁ କୋଭିଡ ଟୀକା ଷ୍ଟଡି ହୋଇନାହିଁ। ତେଣୁ ତାଙ୍କୁ ଭାକ୍ସିନ ଦେବା ପାଇଁ ଅଥରାଇଜଡ଼ କରାଯାଇ ନାହିଁ।

ଏହି ଲୋକମାନଙ୍କୁ ପ୍ରଥମେ ଦିଆଯିବ ଟୀକା: ଭାରତରେ ୧୬ ଜାନୁଆରୀରୁ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଅଛି। ଏହି ଟୀକାକରଣ ଅଭିଯାନରେ ସବୁଠୁ ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ,ସଫେଇ କର୍ମଚାରୀଙ୍କ ସହିତ ସମସ୍ତ ଆଗ ଧାଡ଼ିର କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ। ଏହାପରେ ୫୦ରୁ ଅଧିକ ବୟସ ହୋଇଥିବା ଓ ଗମ୍ଭୀର ରୋଗ ସହ ଯୁଦ୍ଧ କରୁଥିବା ଲୋକଙ୍କୁ ଟୀକା ଦେବାର କାମ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *