IPL 2021: କରୋନାଠୁ ହାରିଗଲା ଆଇପିଏଲ, ଜାଣନ୍ତୁ କେଉଁ ଟିମରୁ କେତେ ଖେଳାଳି ସଂକ୍ରମିତ ।

ଆଇପିଏଲରେ ଜଣେ ଜଣେ କରି ଖେଳାଳି ଓ ଷ୍ଟାପ ସଂକ୍ରମଣ ହେବା ପରେ ବିସିସିଆଇ ବାଧ୍ୟ ହୋଇ ଆଇପିଏଲକୁ କିଛି ଦିନ ପାଇଁ ବନ୍ଦ ରଖିଦେଲା। ୨ ଦିନ ଭିତରେ ତିନୋଟି ଟିମର କୋଲକତା ନାଇଟ ରାଇଡ଼ର୍ସ, ସନରାଇଜର୍ସ ହାଇଦ୍ରାବାଦ, ଓ ଚେନ୍ନାଇ ସୁପର କିଙ୍ଗସର ୪ ଖେଳାଳି, ୧ କୋଚ ଓ ୨ ଅନ୍ୟ ସଦସ୍ୟ ସଂକ୍ରମିତ ମିଳିଥିଲେ ତେଣୁ ଆଇପିଏଲର ବନ୍ଦର ଆଶା ଥିଲା ଓ ମଙ୍ଗଳବାର ଦିନ ବିସିସିଆଇ ଏହାକୁ ମୋହର ମାରିଦେଲା।

Google

ଆଇପିଏଲ ପୋଷ୍ଟପନଡ଼ ହେବା ପୂର୍ବରୁ ୫ ଟି ଅଲଗା ଅଲଗା ଟିମରୁ ଖେଳାଳିମାନେ କରୋନା ପଜିଟିଭି ମିଳିଛନ୍ତି। ଏଥିରୁ କିଛି ଖେଳାଳି ଲିଗ ପୂର୍ବରୁ ସଂକ୍ରମିତ ହୋଇଥିବା ବେଳେ ଆଉକିଛି ଖେଳାଳି ଲିଗ ସମୟରେ ସଂକ୍ରମିତ ହୋଇଥିଲେ। ଯେଉଁ ଖେଳାଳି ଲିଗ ପୂର୍ବରୁ ସଂକ୍ରମିତ ହୋଇଥିଲେ ସେଥିରୁ କେକେଆରର ନୀତିଶ ରାଣା, ଆରସିବିର ଦେବଦତ ପଡିକଲ, ଦିଲ୍ଲୀ କ୍ୟାପିଟଲ୍ସର ଅକ୍ସର ପଟେଲ, ଏନରିକ ନୋର୍ଥୀଆ, ଓ ଆରସିବିର ଡେନିୟଲ ସାମସ ସାମିଲ ।

୨ ଦିନରେ ଚାରିଜଣ ଖେଳାଳି ସଂକ୍ରମଣ ମିଳିଲେ:

ଏହା ଛଡା ଲିଗ ସମୟରେ ଚାରିଜଣ ଖେଳାଳି ପଜିଟିଭି ମିଳିଛନ୍ତି। ଏଥିରେ କେକେଆର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅର ସାମିଲ ଅଛନ୍ତି। ଏହି ଦୁହିଁଙ୍କ କରୋନା ରିପୋର୍ଟ ସୋମବାରକୁ ପଜିଟିଭି ଆସିଥିଲା। ଏଥିପାଇଁ ଗୋଟେ ଦିନ ପୂର୍ବରୁ କେକେଆର ଓ ଆରସିବି ମଧ୍ୟରେ ହେବାକୁ ଥିବା ଅହମ୍ମଦାବାଦ ମ୍ୟାଚକୁ ବାତିଲ କରିବାକୁ ପଡିଥିଲା। ଏହା ପର ଦିନ ସନରାଇଜର୍ସ ହାଇଦ୍ରାବାଦର ୱିକେଟ କିପର ରିଧିମାନ ସାହା ଓ ଦିଲ୍ଲୀ କ୍ୟାପିଟଲ୍ସର ଅମୀତ ସାହାଙ୍କ ରିପୋର୍ଟ ପଜିଟିଭି ଆସିଥିଲା। ଏହା ଛଡା ଚେନ୍ନାଇ ସୁପର କିଙ୍ଗସର ବୋଲିଙ୍ଗ କୋଚ ଲକ୍ଷ୍ମୀପତି ବାଲାଜି ଓ ଦୁଇଜଣ ଅନ୍ୟ ଷ୍ଟାଫ ପଜିଟିଭି ମିଳିଥିଲେ।

Google
ଏବେ ପର୍ଯ୍ୟନ୍ତ କରୋନା ପଜିଟିଭି ହୋଇଥିବା ଖେଳାଳି:

ଦେଖନ୍ତୁ ଲିଷ୍ଟ ଖେଳାଳି ଏବଂ ଟିମ

ବରୁଣ ଚକ୍ରବର୍ତ୍ତୀ -କେକେଆର

ସନ୍ଦୀପ ୱାରିଅର -କେକେଆର

ନୀତିଶ ରାଣା- କେକେଆର

ଦେବଦତ ପଡିକଲ- ଆରସିବି

ଅକ୍ଷର ପଟେଲ-ଦିଲ୍ଲୀ କ୍ୟାପିଟଲ୍ସ

ଏନରିକ ନୋର୍ଥୀଆ- ଦିଲ୍ଲୀ କ୍ୟାପିଟଲ୍ସ(ଡିସି)

ଡେନିୟଲ ସାମସ- ଆରସିବି

ଅମିତ ମିଶ୍ରା- ଦିଲ୍ଲୀ କ୍ୟାପିଟଲ୍ସ(ଡିସି)

ରିଧିମାନ ସାହା- ହାଇଦ୍ରାବାଦ

ଲକ୍ଷ୍ମୀପତି ବାଲାଜି(କୋଚ) – ଚେନ୍ନାଇ ସୁପରକିଙ୍ଗସ(ସିଏସକେ)

ମାଇକେଲ୍ ହୁସେ (କୋଚ ବ୍ୟାଟିଂ) – ଚେନ୍ନାଇ ସୁପରକିଙ୍ଗସ(ସିଏସକେ)

କକିରଣ ମାରେ (କୋଚ) – ମୁମ୍ବାଇ ଇଣ୍ଡିଆନ୍ସ

Google
ଅଶ୍ୱିନୀ ସମେତ ୪ ଜଣ ଖେଳାଳି ଲିଗରୁ ବାହାରିଲେ:

ଏହା ପୂର୍ବରୁ କରୋନା ପାଇଁ ଦିଲ୍ଲୀ କ୍ୟାପିଟଲ୍ସର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସହିତ ଆଉ ୪ ଜଣ ଖେଳାଳି ଆଇପିଏଲ ୨୦୨୧ରୁ ହଟିଯାଇଥିଲେ। ଅଶ୍ୱିନୀ ପରିବାର ଲୋକ କରୋନା ସଂକ୍ରମଣ ହେବା ପରେ ଲିଗରୁ ହଟିବାପାଇଁ ଫଇସଲା କରିଥିଲେ। ତାଙ୍କ ପୂର୍ବରୁ ତିନିଜଣ ଅଷ୍ଟ୍ରେଲିଆ ଖେଳାଳି ମଧ୍ୟ ଲିଗ ସ୍ଥଗିତ ହେବାର ଦୁଇ ଦିନ ପୂର୍ବରୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଯାଇଥିଲେ। ଏଥିରେ ରାଜସ୍ଥାନ ରୟାଲ୍ସର ଆଣ୍ଡ୍ରୟୁ ଟାଏ, ଆରସିବିର କେନ ରିଚର୍ଡସନ ଓ ଏଡ଼ମ ଜାମ୍ପା ସାମିଲ ଥିଲେ ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *