ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ: ଜାଣନ୍ତୁ କେଉଁ ଖେଳାଳି ପାଇବେ କେତେ ସାଲାରୀ। ସବୁଠୁ ଅଧିକ ପାଇବେ ଏହି ୩ ଖେଳାଳି।

ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ଼(ବିସିସିଆଇ) ଗୁରୁବାର ଦିନ ଅକ୍ଟୋବର ୨୦୨୦ ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଅବଧି ର ରାଶି ଘୋଷଣା କରିସାରିଛି। ସିନିଯର ମୁଖ୍ୟ ଖେଳାଳିମାନଙ୍କ ଏହି କଣ୍ଟ୍ରାକ୍ଟରେ ୩ଜଣ ଖେଳାଳିଙ୍କୁ A+ କ୍ୟାଟେଗୋରୀରେ ରଖାଯାଇଛି। ଏମାନଙ୍କ ଭିତରେ ଅଧିନାୟକ ବିରାଟ କୋହଲିଙ୍କ ସହ ରୋହିତ ଶର୍ମା ଏବଂ ଜସପ୍ରୀତ ବୁମରାହ ମଧ୍ୟ ରହିଛନ୍ତି। ତାଲିକାରେ ୧୦ଜଣ ଖେଳାଳିଙ୍କୁ A, ୫ ଜଣ ଖେଳାଳିଙ୍କୁ B ଏବଂ ୧୦ ଜଣଙ୍କୁ C ଗ୍ରେଡରେ ରଖାଯାଇଛି ବୋଲି ଜଣା ଯାଇଛି।

Google

ବିସିସିଆଇ A+ ଗ୍ରେଡ ଖେଳାଳିମାନଙ୍କୁ ୭-୭ କୋଟି ଟଙ୍କା ଦେଇଥାଏ ବୋଲି ସୂଚନା। A ଗ୍ରେଡର ଖେଳାଳିମାନଙ୍କୁ ୫-୫ କୋଟି ଦେଉଥିବା ବେଳେ,B ଗ୍ରେଡ ଖେଳାଳିଙ୍କୁ ୩-୩ କୋଟି ଏବଂ C ଗ୍ରେଡ ଖେଳାଳିଙ୍କୁ ୧-୧ କୋଟି ଟଙ୍କା ଦେଇଥାଏ। ଗତ ବର୍ଷ A ଗ୍ରେଡରେ ଥିବା ଖେଳାଳି ଭୁବନେଶ୍ୱର କୁମାର ଏବଂ କୁଲଦୀପ ଯାଦବଙ୍କୁ କ୍ଷତି ସହିବାକୁ ପଡିଛି। ଏହି ବର୍ଷ ଭୁବନେଶ୍ୱରଙ୍କୁ B ଏବଂ କୁଲଦୀପଙ୍କୁ C ଗ୍ରଡ଼ରେ ରଖାଯାଇଛି। ହାର୍ଦିକ ପାଣ୍ଡ୍ୟାଙ୍କୁ ଲାଭ ମିଳିଛି ତାଙ୍କୁ ଏହି ବର୍ଷ B ଗ୍ରେଡରୁ A ଗ୍ରେଡ଼ରେ ସାମିଲ କରାଯାଇଛି। ପୂର୍ବ ବର୍ଷ A ଗ୍ରେଡରେ ୧୧ଜଣ ଖେଳାଳି ଥିବାବେଳେ ଏହିବର୍ଷ ୧୦ଜଣ ଖେଳାଳି ସାମିଲ ବୋଲି ଜଣା ଯାଇଛି।

ପୂର୍ବ ବର୍ଷ B ଗ୍ରେଡରେ ୫ଜଣ ଖେଳାଳି ଥିଲେ। ରିଧିମାନ ସାହା,ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦିକ ପାଣ୍ଡ୍ୟା ଏବଂ ମୟଙ୍କ ଅଗ୍ରୱାଲ। ଏହି ବର୍ଷ ମଧ୍ୟ B ଗ୍ରେଡରେ ୫ଜଣ ଖେଳାଳି ରହିଛନ୍ତି ବୋଲି ଜଣା ଯାଇଛି। ହାର୍ଦିକ A ଗ୍ରେଡରେ ସାମିଲ ହୋଇଥିବାବେଳେ ସାହା,ଉମେଶ ଏବଂ ମୟଙ୍କ B ଗ୍ରେଡରେ ଅଛନ୍ତି। ଏଠାରେ ଭୁବନେଶ୍ୱରଙ୍କ ସହ ସାରଦୁଲ ଠାକୁର ଯାଇଛନ୍ତି। ସାରଦୁଲ ପୂର୍ବ ବର୍ଷ C ଗ୍ରେଡ଼ରେ ଥିଲେ। ଚହଲଙ୍କୁ କ୍ଷତି ସହିବାକୁ ପଡିଛି। କାରଣ ତାଙ୍କ ନାମ ଏଥର C ଗ୍ରେଡ଼ରେ ରଖାଯାଇଛି।

Google

ପୂର୍ବ ବର୍ଷ C ଅର୍ଥାତ ସବୁଠୁ ତଳ ଗ୍ରେଡରେ ୮ଜଣ ଖେଳାଳିଙ୍କୁ ରଖାଯାଇଥିଲା। କିନ୍ତୁ ଏହି ବର୍ଷ ୧୦ଜଣଙ୍କୁ ରଖାଯାଇଛି। ୨୦୧୯-୨୦ରେ କେଦାର ଯାଦବ, ନବଦୀପ ସୈନି, ଦୀପକ ଚାହାର, ମନୀଷ ପାଣ୍ଡେ, ହନୁମା ବିହାରୀ,ସାରଦୁଲ ଠାକୁର, ଶ୍ରେୟସ ଅୟର, ଏବଂ ୱାସିଙ୍ଗଟନ ସୁନ୍ଦର ଥିଲେ। ୨୦୨୦-୨୧ ନୂଆ ତାଳିକରେ କୁଲଦୀପ,ନବଦୀପ ସୈନି,ସୁଵମାନ ଗିଲ, ହନୁମା ବିହାରୀ, ଅକ୍ଷର ପଟେଲ, ଶ୍ରେୟସ ଅୟର, ୱାଶିଂଟନ ସୁନ୍ଦର, ଚାହଲ ଏବଂ ମହମ୍ମଦ ସିରାଜଙ୍କୁ ରଖାଯାଇଛି ବୋଲି ଜଣା ଯାଇଛି। ବିସିସିଆଇ ଏଥର କେଦାର ଯାଦବ ଏବଂ ମନୀଷ ପାଣ୍ଡେଙ୍କୁ ଅନୁବନ୍ଧିତ କରିନାହିଁ। ଗିଲ, ଅକ୍ଷର, ଏବଂ ସିରାଜ ଅନୁବନ୍ଧିତ ହୋଇଥିବା ନୂଆ ଖେଳାଳି ଅଟନ୍ତି ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *