IPL ୨୦୨୧:ଜାଣନ୍ତୁ କିଏ ଅଟେ ପାୱାରପ୍ଲେର ସବୁଠୁ “ବେଷ୍ଟ” ବୋଲର, ଲିଷ୍ଟରେ କେବଳ ଜଣେ ଭାରତୀୟ।

ଆଇପିଏଲ ୨୦୨୧ର ଆରମ୍ଭ ୯ ଏପ୍ରିଲରୁ ହେବ। ପୁଣିଥରେ ବ୍ୟାଟ ଓ ବଲ ମଧ୍ୟରେ ଯୁଦ୍ଧ ହେବ। ଟି-୨୦ କୁ ତ ସମସ୍ତେ ବ୍ୟାଟ୍ସମ୍ୟାନଙ୍କ ଖେଳ ମାନିଥାନ୍ତି କିନ୍ତୁ କିଛି ଏପରି ବୋଲର ଅଛନ୍ତି ଯାହାଙ୍କ ବିରୁଦ୍ଧରେ ରନ କରିବା ବହୁତ କଷ୍ଟକର। ଏହି ବୋଲର ଜବରଦସ୍ତ ଲାଇନ ଓ ଲେନଥରେ ବୋଲିଙ୍ଗ କରିଥାନ୍ତି ଓ ବ୍ୟାଟ୍ସମ୍ୟାନଙ୍କୁ ଅଶୁବିଧାରେ ପକାଇଥାନ୍ତି। ଆସନ୍ତୁ ଜାଣିବା ଆଇପିଏଲର ସେହି ୫ ଜଣ ବୋଲରଙ୍କ ବିଷୟରେ ଯିଏକି ସବୁଠୁ ଅଧିକ କଞ୍ଜୁସ ଅଟନ୍ତି।

Google

ଆଇପିଏଲରେ କମ ସେ କମ ୫୦ ଓଭରବୋଲିଙ୍ଗ କରିଥିବା ବୋଲରଙ୍କ କଥା କହିବାତ ପାୱାରପ୍ଲେରେ ସବୁଠୁ କଞ୍ଜୁସ ବୋଲର ରାଜସ୍ଥାନ ରୟାଲ୍ସର ଜୋଫ୍ରା ଆର୍ଚ୍ଚର ଅଟନ୍ତି। ଜୋଫ୍ରା ଆର୍ଚ୍ଚରଙ୍କର ପାୱାର ପ୍ଲେରେ ଇକୋନୋମିରେଟ ମାତ୍ର ୫.୪ ରନ ପ୍ରତି ଓଭର ଅଟେ। ଆର୍ଚ୍ଚର ଆଇପିଏଲ ଇତିହାସର ଏକବୋଲି ଏପରି ବୋଲର ଅଟନ୍ତି ଯାହାଙ୍କ ପାୱାରପ୍ଲେରେ ଇକୋନୋମି ୬ ରୁ କମ।

ଆଇପିଏଲରେ ପାୱାରପ୍ଲେରେ ସବୁଠୁ କମ ରନ ଦେଉଥିବା ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ରହିଛନ୍ତି ଭାରତର ଭୁବନେଶ୍ୱର କୁମାର। ନିଜ ସୁଇଙ୍ଗ ଦ୍ଵାରା ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଉଥିବା ଭୁବନେଶ୍ୱର ପାୱାରପ୍ଲେରେ ମାତ୍ର ୬ ର ଇକୋନୋମିରେ ରନ ଦେଇଥାନ୍ତି।

Google

ଆଇପିଏଲରେ ପାୱାରପ୍ଲେରେ ସବୁଠୁ କମ ରନ ଦେଉଥିବା ଲିଷ୍ଟରେ ତୃତୀୟ ନମ୍ବରରେ ଅଛନ୍ତି କେକେଆରର ସୁନୀଲ ନାରାୟନ। ସେ ଏହି ଲିଷ୍ଟରେ ଜାଗା ବନାଇଥିବା ଗୋଟିଏ ବୋଲି ସ୍ପିନର ଅଟନ୍ତି। ତାଙ୍କର ପ୍ଲାଓରପ୍ଲେରେ ଇକୋନୋମିରେଟ ୬.୩ ରନ ପ୍ରତି ଓଭର ବୋଲି ଜଣା ଯାଇଛି।

Google

ପାୱାରପ୍ଲେରେ ସବୁଠୁ କମ ରନ ଦେବ ମାମଲାରେ ଲସିଥ ମାଲିଙ୍ଗା ଓ ଡେଲ ଷ୍ଟେନ ମଧ୍ୟ କମରେ ନାହାଁନ୍ତି। ଏହି ଦୁଇ ବୋଲର ପାୱାରପ୍ଲେରେ ୬.୩ ରନ ପ୍ରତି ଓଭର ଦେଇଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *