୧୩ ହଜାର କିଲୋମିଟର ଦୂରରୁ ଆସିଲା ଏହି ପାରା, ଯାହାକୁ ମାରିବାକୁ ଚାହୁଁଛି ଅଷ୍ଟ୍ରେଲିଆ, ଜାଣନ୍ତୁ କଣ ଅଟେ ଏହା ପଛର କାରଣ।

ଅଷ୍ଟ୍ରେଲିଆର ସରକାରଙ୍କୁ ଆମେରିକାରୁ ଆସିଥିବା ଏକ ଧଳା ପାରାକୁ ଏହି ସମୟରେ ଜୈବିକ ସୁରକ୍ଷା ପାଇଁ ବିପଦ ଅନୁଭବ ହେଉଅଛି। ଅଷ୍ଟ୍ରେଲିଆ ସରକାରଙ୍କ ମାନିବା କଥା କି ଏହି ଏକ ପାରା ଆସିବା କାରଣରୁ ରୋଗ ବ୍ୟାପିପାରେ। ଯେତେବେଳେ କି,ଏହି ପାରା ଆମେରିକାରୁ ଅଷ୍ଟ୍ରେଲିଆ ୧୩ ହଜାର କିଲୋମିଟର ଯାତ୍ରା କରି ପହଁଚିଛି। ତେବେ ବିଳମ୍ବ ନ ମାରି ଆସ ଜାଣିବା ଏହି ଧଳା ପାରାର କାହାଣୀ…

Google

ସମାଚାର ଏଜେନ୍ସି ଏପିର ରିପୋର୍ଟ ଅନୁସାରେ ଗତ ବର୍ଷ ଅକ୍ଟୋବର ମାସରେ ଏହି ଧଳା ପାରା ଆମେରିକାର ଓରେଗନରେ ପାରାମାନଙ୍କ ଦୌଡ଼ରେ ଭାଗ ନେଉଥିଲା।କିନ୍ତୁ ଦୌଡ଼ ସମୟରେ ହିଁ ଏହା ପଳେଇ ଆସିଛି। ଏହାର ନାମ ଜୋ ଅଟେ। ଏହାର ଏକ ଗୋଡ଼ରେ ନୀଳ ରଙ୍ଗର ପଟି ବନ୍ଧା ହୋଇଛି। ଏହା ୧୩ କିଲୋମିଟର ଯାତ୍ରା କରିକି ୨୬ ଡିସେମ୍ବରକୁ ମେଲବର୍ନରେ ପହଁଚିଲା।

ଏବେ ଧଳା ପାରା ଜୋ ର ଯାତ୍ରା ଏବଂ ତାର ଗୋଡ଼ରେ ବନ୍ଧା ଯାଇଥିବା ନୀଳ ବ୍ୟାଣ୍ଡର ଆଧାରରେ ଅଷ୍ଟ୍ରେଲିଆର ସରକାର ଏହା ମାନୁଛନ୍ତି କି ଏହା ରୋଗ ବ୍ୟାପକ କରାଇପାରେ। ଏଥିପାଇଁ ଏହି ପାରାକୁ ମାରି ଦିଆଯିବ ହେଲେ ଏହା ପୂର୍ବରୁ ଆମେରିକାରେ ଓକ୍ଲାହୋମାରେ ସ୍ଥିତ ଅମେରିକନ ରେସିଙ୍ଗ ପିଜନ ୟୁନିୟନର ସ୍ପୋର୍ଟ ଡେଭଲପମେଣ୍ଟ ମ୍ୟାନେଜର ଡିୟୋନ ରୋବର୍ଟସ୍ କହିଲେ କି ପାରାର ଗୋଡ଼ରେ ବନ୍ଧା ଯାଇଥିବା ନୀଳ ବ୍ୟାଣ୍ଡ ନକଲି ଅଟେ।

ଡିୟୋନ ରୋବର୍ଟସ୍ କହିଲେ କି ଅଷ୍ଟ୍ରେଲିଆରେ ଯେଉଁ ପାରା ମିଳିଛି ତାହା ଆମେରିକାର ନୀଳ ବ୍ୟାଣ୍ଡର ପାରାଙ୍କ ଠାରୁ ଅଲଗା ଅଟେ। କାହିଁକିନା ଏହି ପାରାକୁ ଆମେ ଚିହ୍ନଟ କରିପାରୁ ନାହୁଁ ଯିଏ ଦୌଡ଼ରୁ ଅଦୃଶ୍ୟ ହୋଇଥିଲା।ଯଦି ଏହା ଦୌଡ଼ର ପାରା ହୋଇଥାନ୍ତା ତେବେ ଆମେ ତାକୁ ତାର ବ୍ୟାଣ୍ଡରୁ ଜାଣି ପାରିଥାନ୍ତୁ। ଏହା ନିଶ୍ଚିନ୍ତ ରୂପରେ ଅଷ୍ଟ୍ରେଲିଆର ହିଁ ପାରା ଅଟେ, ଏହାର ଘର ଆମେରିକାରେ ନାହିଁ।

Google

ଯଦିଓ ଅଷ୍ଟ୍ରେଲିଆର କୃଷି ବିଭାଗ ଏ ପର୍ଯ୍ୟନ୍ତ କହିନାହାନ୍ତି କି ଯଦି ଏହାର ବ୍ୟାଣ୍ଡ ନକଲି ଅଟେ ତେବେ ଏହାକୁ ମରା ହେବ ନା ନାହିଁ କିନ୍ତୁ ଧଳା ପାରା ଜୋ ଉପରେ ଅଷ୍ଟ୍ରେଲିଆର ସରକାର ନଜର ରଖୁଛନ୍ତି। ଗୁରୁବାରକୁ ଅଷ୍ଟ୍ରେଲିଆର ସରକାର କହିଥିଲେ କି ଏହି ପାରାକୁ ଅଷ୍ଟ୍ରେଲିଆରେ ରହିବାର କୌଣସି ଅଧିକାର ନାହିଁ। ଏହାର କାରଣରୁ ଅଷ୍ଟ୍ରେଲିଆରେ ଖାଦ୍ୟ ସୁରକ୍ଷା ଏବଂ ବଣୁଆ ପକ୍ଷୀମାନଙ୍କର ସଂଖ୍ୟାକୁ ବିପଦ ହୋଇପାରେ।

ଅଷ୍ଟ୍ରେଲିଆର କୃଷି ବିଭାଗ ସ୍ପଷ୍ଟ ଭାବରେ ନିଜର ବୟାନରେ କହିଛି କି ଧଳା ପାରା ଜୋ କୁ ଅଷ୍ଟ୍ରେଲିଆରେ ଏକ ଜୈବିକ ବିପଦ ଅଛି । ଏହା ଆମର ପଲ୍ୟୁଟାରୀ ଇଣ୍ଡଷ୍ଟ୍ରି ଏବଂ ଅଷ୍ଟ୍ରେଲିଆର ପକ୍ଷୀମାନଙ୍କ ପାଇଁ ବିପଦ ଅଟେ।କିନ୍ତୁ ମେଲବର୍ନର ବାସିନ୍ଦା କେବିନ ସେଲିବର୍ଡ଼ କହିଲେ କି ଧଳା ପାରା ଜୋ ବହୁତ ସୁନ୍ଦର ଅଟେ। ସେ ମୋର ଛାତ ଉପରେ ରହୁଅଛି। ଏହାକୁ ମାରିବା କଥା ନୁହେଁ। ଏହା ଠାରୁ କାହା ପ୍ରତି କାହାକୁ ବି କିଛି ସଙ୍କଟ ନାହିଁ।

କେବିନ ସେଲିବର୍ଡ଼ ଆମେରିକାର ରେସିଙ୍ଗ ପିଜନ ୟୁନିୟନଙ୍କୁ ଫୋନ କରିକି ପାରାର ବ୍ୟାଣ୍ଡରେ ଲେଖା ଯାଇଥିବା ନମ୍ବର ଆଧାରରେ ତାର ମାଲିକକୁ ଖୋଜିବାର ଦାବି କରିଛନ୍ତି। ଏହି ବ୍ୟାଣ୍ଡରେ ଏକ ନମ୍ବର ଏବଂ ଏକ ଦାଗ ବି ଅଛି। କେବିନ କହିଛନ୍ତି କି ଯେତେବେଳେ ଏହି ପାରା ଆସିଥିଲା ତେବେ ବହୁତ ଥକି ଯାଇଥିଲା। ସେ କେତେ ଦିନ ପର୍ଯ୍ୟନ୍ତ ମୋ ଛାତ ଉପରେ ଆରାମ କଲା। ମୁଁ ବି ତାକୁ ଦାନା ଓ ପାଣି ଦେଲି। ଏବେ ସେ କେବେ କେବେ ମୋ ଛାତ ଉପରକୁ ଆସୁଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *