IND vs AUS: ବିରାଟ କୋହଲି ଏଡ଼ିଲେଡ଼ରେ ସୃଷ୍ଟି କଲେ ବଡ଼ ରେକର୍ଡ, ଏମ ଏସ ଧୋନିଙ୍କୁ ଛାଡିଦେଲେ ପଛରେ।

କୋହଲି ଏଡ଼ିଲେଡ଼ ପଡ଼ିଆରେ ଟେଷ୍ଟରେ ୫୦୦ ରନ କରିଥିବା ପ୍ରଥମ ଭାରତୀୟ ହୋଇଗଲେ। ଏହି ରେକର୍ଡରେ ଭାରତର ପୂର୍ଵତନ ଅଧିନାୟକ ରାହୁଲ ଦ୍ରାଭିଡ ଦ୍ଵିତୀୟ ସ୍ଥାନ ବଜାୟୀ ରଖିଛନ୍ତି। ବିରାଟ ଏଡ଼ିଲେଡ଼ରେ ୭ଟି ପାରିରେ ୫୦୫ ରନ କରିଛନ୍ତି ଯେଉଁଥିରେ ୩ଟି ଶତକ ଓ ୧ଟି ଅର୍ଦ୍ଧ ଶତକ ସାମିଲ ଅଛି।

Google

ଭାରତର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଚାରୋଟି ଟେଷ୍ଟ ମ୍ୟାଚ ସିରିଜର ଆରମ୍ଭରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଏଡ଼ିଲେଡ଼ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ଅର୍ଦ୍ଧ ଶତକ ମାରିଛନ୍ତି। ସେ ୭୪ ରନ କରି ଆଉଟ ହୋଇଯାଇଛନ୍ତି। ଏହା ତାଙ୍କର ଟେଷ୍ଟ କ୍ୟାରିୟରର ୨୨ ତମ ଅର୍ଦ୍ଧ ଶତକ ଅଟେ। କୋହଲି ୮ ଟି ୧୮୦ ଟି ବଲ ଖେଳି ମାରି ଜୋସ ହେଜଲହୁଡ଼ଙ୍କ ଥ୍ରୋରେ ନାଥନ ଲାୟନଙ୍କ ହାତରେ ରନ ଆଉଟ ହୋଇଥିଲେ। ବିରାଟ ଏହି ପାରି ସହ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।

ସେ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ଅଧିକ ରନ କରିଥିବା ଭାରତୀୟ ଅଧିନାୟକ ହୋଇଗଲେ। ବିରାଟ ଏହି ମାମଲାରେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। ପୂର୍ବ ଭାରତୀୟ ଅଧିନାୟକ ମାହି ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୮୧୩ ରନ କରିଥିଲେ। ତାଙ୍କ ପଛରେ ସୌରଭ ଗାଙ୍ଗୁଲି ୪୪୯ ରନ କରିଥିଲେ। କୋହଲି ଅଧିନାୟକତ୍ୱ ରୂପରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ମ୍ୟାଚରେ ୮୫୧ ରନ କରିଛନ୍ତି। ଏହି ସମୟରେ ତାଙ୍କ ଔସତ ୫୦.୦୫ ରହିଥିଲା। ସେ ଚାରୋଟି ଶତକ ଓ ଦୁଇଟି ଅର୍ଦ୍ଧ ଶତକ ମାରିଛନ୍ତି। କୋହଲିଙ୍କ ହାଇସ୍କୋର ଅଷ୍ଟ୍ରେଲିଆ ସହ ୧୪୭ ଅଟେ।

କୋହଲି ଏହା ସହ ଏଡ଼ିଲେଡ଼ ପଡ଼ିଆରେ ୫୦୦ ରନ କରିଥିବା ପ୍ରଥମ ଭାରତୀୟ ହୋଇଗଲେ। ଏହି ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପୂର୍ବ ଅଧିନାୟକ ରାହୁଲ ଦ୍ରାଭିଡ଼ ଅଛନ୍ତି। ବିରାଟ ଏଡ଼ିଲେଡ଼ରେ ୭ ଟି ପାରିରେ ୫୦୫ ରନ କରିଛନ୍ତି। ଏଥିରେ ତିନୋଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ଅଛି। ସେହିପରି ଦ୍ରାଭିଡ଼ ଚାରୋଟି ଟେଷ୍ଟ ମ୍ୟାଚର ୮ଟି ପାରିରେ ୪୦୧ ରନ କରିଛନ୍ତି। ସମ୍ପୂର୍ଣ ରେକର୍ଡ କଥା କହିବାତ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ଛାଡି ସବୁଠୁ ଅଧିକ ରନ ଏଡ଼ିଲେଡ଼ରେ ବ୍ରାୟନ ଲାରା କରିଛନ୍ତି ଯାହା ହେଉଛି ୬୧୦ ରନ।

Google

ବିରାଟ କୋହଲି ଏଡ଼ିଲେଡ଼ ପଡ଼ିଆରେ ସବୁଠୁ ଅଧିକ ଭାଗ୍ୟଶାଳୀ ରହିଛନ୍ତି। କୌଣସି ଗୋଟେ ପଡ଼ିଆରେ ସବୁଠୁ ଅଧୁକ ରନ କଥା କହିବାତ କୋହଲି ଏଡ଼ିଲେଡ଼ ପଡ଼ିଆରେ ହିଁ ସବୁଠୁ ଅଧିକ ରନ କରିଛନ୍ତି। ଏହି ପଡିଆରେ କୋହଲି ୫୦୫ ରନ କରିଛନ୍ତି। ଦିଲ୍ଲୀର ଅରୁଣନ ଜେଣ୍ଟଲି ଷ୍ଟାଡିୟମରେ (ପୂର୍ଵରୁ ଫିରୋଜ ସାହା କୋଟଲା ଷ୍ଟାଡିୟମ) ରେ ୪୬୭ ରନ କରିଛନ୍ତି ,ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ୪୩୩ରନ କରିଛନ୍ତି, ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡିଅମରେ ୩୭୯ ରନ, ନାଗପୁରର ବିଦର୍ଭ କ୍ରିକେଟ ଏସୋସିଏସନ ଷ୍ଟାଡିୟମରେ ୩୫୪ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *