ବିରାଟ କୋହଲି ଭାଙ୍ଗିଲେ ଏହି ମହାନ କ୍ୟାପଟେନଙ୍କ ରେକର୍ଡ, ବନିଲେ ସୁପରଷ୍ଟାର।

ଭାରତ ଇଂଲଣ୍ଡକୁ ଚାରୋଟି ଟେଷ୍ଟ ମ୍ୟାଚର ସିରିଜର ତୃତୀୟ ମୁକାବିଲାରେ ୧୦ ୱିକେଟରେ ହରାଇଦେଇଛି।ଅହମ୍ମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଡେ ନାଇଟ ଟେଷ୍ଟ ମ୍ୟାଚ ଦୁଇ ଦିନରେ ହିଁ ସମାପ୍ତ ହୋଇଗଲା। ଏହି ବିଜୟରେ ଭାରତୀୟ ଦଳ ସିରିଜରେ ୨-୧ରେ ବଢତି ହାସଲ କରିନେଇଛି।ସେହିପରି, ଅଧିନାୟକ ବିରାଟ କୋହଲି ନାମରେ ଆଉ ଏକ ବଡ଼ ରେକର୍ଡ ନାମିତ ହେଲା। ସେ ଘରୋଇ ମୈଦାନରେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ ଜିତିଥିବା ଭାରତୀୟ କ୍ୟାପଟେନ ହୋଇଯାଇଛନ୍ତି।

Google

କୋହଲି ଅହମ୍ମଦାବାଦ ଟେଷ୍ଟ ଜିତି ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ରେକର୍ଡ ଭାଙ୍ଗିଦେଲେ।କୋହଲିଙ୍କ ଅଧିନାୟକତ୍ୱରେ ଭାରତ ନିଜ ଘରେ ଯେଉଁ ୨୯ଟି ଟେଷ୍ଟ ମ୍ୟାଚ ଖେଳିଛି, ସେଥିମଧ୍ୟରୁ ୨୨ଟିରେ ତାଙ୍କୁ ବିଜୟ ମିଳିଛି। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଘରୋଇ ଭୂମିରେ ୩୦ଟି ଟେଷ୍ଟ ମ୍ୟାଚରେ ୨୧ଟି ବିଜୟ ହାସଲ କରିଥିଲା। ମହମ୍ମଦ ଅଜହରୁଦିନଙ୍କ ଅଧିନାୟକତ୍ୱରେ ୨୦ଟି ଟେଷ୍ଟରେ ୧୩ଟି ବିଜୟ ମିଳିଥିଲା। ସୌରଭ ଗାଙ୍ଗୁଲି ୨୧ଟିରୁ ୧୦ଟି ଟେଷ୍ଟ ଘରୋଇ ମୈଦାନରେ ବିଜୟ ପ୍ରାପ୍ତ କରିଥିଲେ। ସେହିପରି ସୁନୀଲ ଗାଭାସ୍କରା ପଞ୍ଚମ ସ୍ଥାନରେ ଅଛନ୍ତି। ସେ ଘରୋଇ ମୈଇଦାନରେ ୨୯ଟି ଟେଷ୍ଟରେ ଅଧିନାୟକତ୍ୱ କରିଥିଲେ।ତାଙ୍କୁ ୭ଟି ମ୍ୟାଚରେ ବିଜୟ ମିଳିଥିଲା।

ସମ୍ପୂର୍ଣ୍ଣ ରେକର୍ଡର କଥା କହିବା ତେବେ କୋହଲି ୩୫ଟି ବିଜୟ ସହିତ ପ୍ରଥମରୁ ହିଁ ଭାରତର ସବୁଠାରୁ ସଫଳ କ୍ୟାପଟେନ ବନିଯାଇଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ମୋଟ ୨୭ଟି ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି। ତାଙ୍କ ପରେ ସୌରଭ ଗାଙ୍ଗୁଲି (୨୧ଟି ବିଜୟ) ଓ ମହମ୍ମଦ ଅଜହରୁଦିନ(୧୪ଟି ବିଜୟ)ଙ୍କର ନମ୍ବର ଆସେ। ଏହି ବିଜୟ ସହିତ ବିରାଟ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ଷ୍ଟିଭ ୱଙ୍କର ମଧ୍ୟ ସମାନତା କଲେ। ଷ୍ଟିଭ ୱ ନିଜ ଘରୋଇ ମୈଦାନରେ ୨୯ଟି ମ୍ୟାଚରୁ ୨୨ଟିରେ ବିଜୟ ହାସଲ କରିଥିଲେ।

Google

ବିଦେଶି ଭୂମିରେ ସବୁଠାରୁ ଅଧିକ ଟେଷ୍ଟ ଜିତିଥିବା ମାମଲାରେ ମଧ୍ୟ କୋହଲି ସବୁ ଭାରତୀୟ କ୍ୟାପଟେନଙ୍କଠୁ ଆଗରେ ଗତି କରୁଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୩୦ଟିରୁ ୧୩ଟି ଟେଷ୍ଟ ବିଦେଶରେ ଜିତିଛି। ୧୨ଟି ମୁକାବିଲାରେ ପରାଜୟ ମିଳିଛି। ୫ଟି ମ୍ୟାଚ ଡ୍ର ରହିଛି। ଏହି ମାମଲାରେ ସୌରଭ ଗାଙ୍ଗୁଲି ଦ୍ୱିତୀୟ ନମ୍ବରରେ ରହିଛନ୍ତି। ଗାଙ୍ଗୁଲି ବିଦେଶରେ ୨୮ଟି ମ୍ୟାଚରେ ୧୧ଟିରେ ବିଜୟ ହାସଲ କରିଥିଲେ। ୧୦ଟିରେ ପରାଜୟ ଭୋଗିବାକୁ ପଡିଥିଲା ଓ ୭ଟି ଡ୍ର ରହିଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ଚତୁର୍ଥ ଟେଷ୍ଟ ୪ ରୁ ୮ ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *