IND VS ENG:କୋହଲି ମୋଟେରାରେ ବନେଇବେ ରନର ରେକର୍ଡ। ଏହି ଷ୍ଟାର ଖେଳାଳିଙ୍କୁ ଛାଡି ପାରନ୍ତି ପଛରେ।

ବିରାଟ କୋହଲି ଯେତେବେଳେ ବି ବ୍ୟାଟିଂ କରିବା ପାଇଁ ଆସନ୍ତି କିଛି ନା କିଛି ରେକର୍ଡ ନିଶ୍ଚୟ ବନାନ୍ତି। ଏହି ସମୟରେ ଅହମ୍ମଦବାଦର ମୋଟେରା ଷ୍ଟାଡିୟମରେ ଇଂଲଣ୍ଡ ସହ ୨୪ ଫେବୃଆରୀକୁ ହେବାକୁ ଥିବା ଟେଷ୍ଟ ମ୍ୟାଚରେ କୋହଲି ଯଦି ଆଉ ୬୫ ରନ କରନ୍ତି ତାହେଲେ ଘରୋଇ କଣ୍ଡିସନରେ ସର୍ବାଧିକ ରନ ବନେଇବା ଭାରତୀୟ ଖେଳାଳି ହେଇଯିବେ। ଏହି ଲିଷ୍ଟରେ ସଚିନ ତେନ୍ଦୁଲକର ତଥା ରାହୁଲ ଦ୍ରାଭିଡଙ୍କ ଭଳି ବଡ଼ ବଡ଼ ନାମ ସାମିଲ ଅଛି। ଏହି ସମୟରେ କୋହଲି ଏହି ବଡ଼ ମଉକାକୁ ଛାଡିବାକୁ ଚାହିଁବେନି।

Google

ଅଧିନାୟକ କୋହଲି ଘରୋଇ କଣ୍ଡିସନରେ ୪୧ଟି ଟେଷ୍ଟରେ ୬୬ ହାରରେ ୩୭୦୩ ରନ ବନେଇଛନ୍ତି। ଏହା ଭିତରେ ତାଙ୍କର ୧୩ଟି ଶତକ ଆଉ ୧୨ଟି ଅର୍ଦ୍ଧଶତକ ଅଛି। ୨୫୪ ରନର ଇନିଂସ ତାଙ୍କର ସର୍ବାଧିକ ପାରି ଅଟେ। ଘରୋଇ କାଣ୍ଡିସନରେ ରନ ବନେଇବା ଵାଲା ବ୍ୟାଟ୍ସମ୍ୟାନ ମାନନ୍କ ଭିତରେ କୋହଲି ଏଯାଏ ୭ମ ସ୍ଥାନରେ ଅଛନ୍ତି। ଦିଲୀପ ବେଙ୍ଗାସ୍କାର ୩୭୨୫ ରନ ସହ ଷଷ୍ଠ ଆଉ ଭିଭିଏସ ଲକ୍ଷ୍ମଣ ୩୭୬୭ ରନ ସହ ପଞ୍ଚମ ନମ୍ବରରେ ଅଛନ୍ତି। ଅର୍ଥାତ ଭିଭିଏସଙ୍କୁ ପଛରେ ଛାଡିବା ପାଇଁ କୋହଲିଙ୍କୁ ଆଉ ମାତ୍ର ୬୫ ରନ ବନେଇବାର ଅଛି। ବେଙ୍ଗାସ୍କାର ଘରେ ୫୪ଟି ଆଉ ଲକ୍ଷ୍ମଣ ଘରେ ୫୭ଟି ମୁକାବିଲା ଖେଳିଛନ୍ତି। ଏହି ସମୟରେ କୋହଲି ଶେଷ ୧୦ଟି ଟେଷ୍ଟରେ ଶତକ ଲଗେଇ ପାରି ନାହାନ୍ତି। ଏଥିରେ ସେ ଦୁଇ ଥର ଅର୍ଧଶତକ ପାର କରିଛନ୍ତି। ଏହା ଭିତରେ ୭୪ ରନର ଇନିଂସ ତାଙ୍କର ସବୁଠୁ ଅଧିକ ରନ ଅଟେ। ଏହି ସମୟରେ ସେ ନିଜର ଶତକର ସୁସକତା ଛଡ଼େଇବା ପାଇଁ ମୋଟେରାକୁ ଆସିବେ। ଏହି ସମୟରେ ଇଂଲଣ୍ଡ ଆଉ ଭାରତ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ସିରିଜ ୧-୧ ରେ ବରାବର ଅଛି। ଏମିତି ରେ ବିଶ୍ୱ ଟେଷ୍ଟ ଚାମ୍ପିଅଂଶୀପ କୁ ନଜରରେ ରଖି ଦେଖିଲେ ଆମେ ଜାଣିବା କି ଆର ଦୁଇଟି ମ୍ୟାଚ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।

Google
ସଚିନ ୭୦୦୦ ରନ ବନେଇକି ସର୍ବୋପରେ ଅଛନ୍ତି:

ଘରେ ସର୍ବାଧିକ ରନ ବନେଇବା ଲିଷ୍ଟରେ ୭୦୦୦ ରୁ ଅଧିକ ରନ ବନେଇକି ସଚିନ ସବୁଠୁ ଉପରେ ଅଛନ୍ତି। ସେ ୯୪ଟି ଇନିଂସରୁ ୫୩ ହାରରେ ୭୨୧୬ ରନ ବନେଇଛନ୍ତି। ଏଥିରେ ୨୨ଟି ଶତକ ଆଉ ୩୬ଟି ଅର୍ଧଶତକ ଅଛି। ଏହାପରେ ରାହୁଲ ଦ୍ରାଭିଡ (୫୫୯୮) ଦ୍ୱିତୀୟ, ସୁନୀଲ ଗାଭାସ୍କର (୫୦୬୭) ତୃତୀୟ, ବିରେନ୍ଦ୍ର ସେହବାଗ (୪୬୫୬) ଚତୁର୍ଥ ନମ୍ବରର ଅଛନ୍ତି । ସଚିନ ବ୍ୟତୀତ ଆଉ କେହି ଘରୋଇ ପିଚ ମାନଙ୍କରେ ୨୦ରୁ ଅଧିକ ଟେଷ୍ଟ ଖେଳି ନାହାନ୍ତି। ଘରେ ତ୍ରିଶତକ ଲଗେଇବା ମାମଲାରେ ବିରେନ୍ଦ୍ର ସେହ୍ୱାଗ ଆଉ କରୁଣ ନାୟର ଅଛନ୍ତି। ସେହ୍ୱାଗ ୨୦୦୮ରେ ଚେନାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧୯ ରନ ଇନିଂସ ଖେଳିଥିଲେ ଆଉ ନାୟର ୨୦୧୬ରେ ଇଂଲଣ୍ଡ ବିରୁଦ୍ଧରେ ଚେନ୍ନାଇରେ ୩୦୩ ରନର ଇନିଂସ ଖେଳିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *