କୋହଲି ଛାଡିଲେ ଅଧିନାୟକ ପଦ,ଆସିଲା ସୌରଭ ଗାଙ୍ଗୁଲିଙ୍କ ବୟାନ! BCCI ଅଧ୍ୟକ୍ଷ କହିଲେ..

ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ଭାରତୀୟ ଟେଷ୍ଟ ଅଧିନାୟକ ପଦ ମଧ୍ୟ ଛାଡିଦେଇଛନ୍ତି। ତାଙ୍କର ଏହି ଫଇସଲା ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ୧-୨ରେ ହାରିବା ପରେ ଆସିଛି। ଏହା ପୂର୍ବରୁ କୋହଲି ଟି-୨୦ ଓ ଏକଦିବସିୟ ଅଧିନାୟକ ପଦ ମଧ୍ୟ ଛାଡିଦେଇଛନ୍ତି। କୋହଲି ଏବେ ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କ ବୟାନ ଆସିଛି। ସେ ଏହି ମାମଲାରେ ଟ୍ୱିଟ କରିଛନ୍ତି। ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବା ପୂର୍ବରୁ ଟି-୨୦ ଓ ଏକଦିବସିୟ ଅଧିନାୟକ ପଦକୁ ନେଇ କୋହଲି ବିସିସିଆଇର ଦାବିକୁ ଖଣ୍ଡନ କରିଦେଇଥିଲେ। ସେବେଠୁ ଅଧିନାୟକତ୍ୱକୁ ନେଇ ବିବାଦ ଚାଲିଛି।

Google

ଏବେ ଗାଙ୍ଗୁଲି ବିରାଟ କୋହଲିଙ୍କ ପାଇଁ ଲେଖିଛନ୍ତି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ତିନୋଟି ଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି। ବିରାଟଙ୍କର ଏହି ଫଇସଲା ତାଙ୍କ ବ୍ୟକ୍ତିଗତ ଫଇସଲା ଅଟେ ଓ ବିସିସିଆଇ ତାଙ୍କ ଫଇସଲାର କରୁଛି। ଭବିଷ୍ୟତରେ ସେ ଟିମକୁ ଉଚ୍ଚ ସ୍ଥାନକୁ ନେଇଯିବାକୁ ସେ ଟିମର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେବେ। ଜଣେ ଭଲ ଖେଳାଳି ବହୁତ ଭଲ ବିରାଟ।

ଅଧିନାୟକତ୍ୱକୁ ନେଇ ଚାଲୁଥିଲା ବିବାଦ:

ଟି-୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ ହେବା ସହିତ କୋହଲି ଟି-୨୦ ଅଧିନାୟକ ପଦକୁ ଛାଡିଦେଇଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ତାଙ୍କ ଠୁ ଏକଦିବସିୟ ଅଧିନାୟକ ପଦ ଛଡାଇନିଆଯାଇଥିଲା ଯାହାକୁ ନେଇ ଅନେକ ଆଲୋଚନା ହୋଇଥିଲା।

ବିସିସିଆଇ ଅଧକ୍ଷଙ୍କ କହିବା ଅନୁସାରେ ସେ କୋହଲିଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିଥିଲେ। କିନ୍ତୁ ପ୍ରେସ କନ୍ଫରେନ୍ସରେ ବିରାଟ କୋହଲି ଏହାକୁ ଖଣ୍ଡନ କରିଦେଇଥିଲେ। କୋହଲିଙ୍କ କହିବା ଅନୁସାରେ ଏହି ମାମଲାରେ ତାଙ୍କର କାହା ସହିତ କଥାବାର୍ତ୍ତା ହୋଇନାହିଁ। ସେ ଏହା ମଧ୍ୟ କହିଛନ୍ତି ଏକଦିବସିୟ ଅଧିନାୟକ ପଦକୁ ନେଇ ମଧ୍ୟ ତାଙ୍କ ସୂଚନା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟିମ ଘୋଷଣା ହେବାର ଅଳ୍ପ ସମୟ ପୂର୍ବରୁ ଦିଆଯାଇଥିଲା। ଏହି ମାମଲା ପରେ ଏହା ତ ସ୍ପଷ୍ଟ କି କୋହଲି ଓ ବିସିସିଆଇ ମଧ୍ୟରେ ସବୁକିଛି ଠିକ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *