IND VS ENG:କୋହଲି କ୍ୟାପଟେନ ଭାବେ କଲେ ଏହି ନୂଆ ରେକର୍ଡ। ଚାରିଆଡେ ହେଉଛି ତାଙ୍କର ଚର୍ଚ୍ଚା।

ଭାରତୀୟ ଅଧିନାୟକ ବିରାଟ କୋହଲି ଟି ୨୦ରେ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ତୃତୀୟ ଟି ୨୦ରେ କୋହଲି ୭୭ ରନ କରି ନଟ ଆଉଟ ରହିଛନ୍ତି। ଏହା ସହିତ ହିଁ ସେ ଅଧିନାୟକ ଭାବେ ସର୍ବାଧିକ ୧୧ଟି ଅର୍ଦ୍ଧଶତକ ମାରିବା ଖେଳାଳି ହେଇଯାଇଛନ୍ତି। ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୬ୱିକେଟ ବିନିମୟରେ ୧୫୬ ରନ କରିଛନ୍ତି।

Google

ଟିମ ଇଣ୍ଡିଆର ଆରମ୍ଭ ଜମା ବି ଭଲ ହେଇ ନଥିଲା। ମାତ୍ର ବିରାଟ କୋହଲି ଅର୍ଦ୍ଧଶତକୀୟ ଇନିଂଗ୍ସ ଖେଳି ଆମ ସ୍କୋର ୧୫୦ ପାର ପହଂଚାଇଲେ। ବିରାଟ କୋହଲି ୪୬ ବଲରେ ୭୭ ରନ ବନେଇଲେ। ୮ଟି ଚୌକା ଆଉ ୪ଟି ଛକା ମାରିଲେ। ଏହା ଆଗରୁ ସେ ଅଧିନାୟକ ଭାବେ ୨୦ଟି ଅର୍ଦ୍ଧଶତକ ମାରିଥିଲେ। ଟିମ ୭ଟି ମ୍ୟାଚରେ ବିଜୟ ଲାଭ କରିଥିଲା। ଅର୍ଥାତ ଯେତେବେଳେ ବି ବିରାଟ କୋହଲି ଅଧିନାୟକ ଭାବେ ଅର୍ଦ୍ଧଶତକ ମାରିଛନ୍ତି ଟିମ ୭୦% ମ୍ୟାଚ ଜିତି ଯାଇଛି। ବିରାଟ କୋହଲି ଟି ଟ୍ୱେଣ୍ଟି କ୍ରିକେଟରେ ୩୦୦୦ରୁ ଅଧିକ ରନ କରିବା ଏକମାତ୍ର ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ପୂର୍ବ ମ୍ୟାଚରେ ବି ୭୩ ରନ କରି ନଟ ଆଉଟ ଥିଲେ ଆଉ ଏହି ମ୍ୟାଚରେ ବି ୭୭ ରନ କରି ନଟ ଆଉଟ ଅଛନ୍ତି। ସେ ନିଜ କ୍ୟାରିୟରରେ ୩୦୭୮ ରନ କରିଛନ୍ତି ଆଉ ୨୭ ଥର ୫୦ରୁ ଅଧିକ ରନ କରିବା ଖେଳାଳି ଅଟନ୍ତି। ସେ ଏହି କାରିନାମା ସର୍ବାଧିକ ଥର କରିଛନ୍ତି। ମାତ୍ର କୋହଲି ଏଯାଏ ଟି ଟ୍ୱେଣ୍ଟି କ୍ରିକେଟରେ ଥରେ ବି ଶତକ ମାରି ନାହାନ୍ତି। ୯୪ ରନ ନଟ ଆଉଟ ତାଙ୍କର ସର୍ବାଧିକ ସ୍କୋର ଅଟେ। ଏମିତି ରେ ଫ୍ୟାନ ମାନଙ୍କୁ ତାଙ୍କର ପ୍ରଥମ ଶତକର ଅପେକ୍ଷା ଅଛି।

Google
କୋହଲି କେନ ୱିଲିୟମସନଙ୍କର ବରାବରୀ କଲେ:

ବିରାଟ କୋହଲି ଟି ଟ୍ୱେଣ୍ଟି କ୍ରିକେଟରେ ସର୍ବାଧିକ ଥର ଅର୍ଦ୍ଧଶତକ ମାରିବା ଲିଷ୍ଟରେ ନିଉଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଙ୍କର ବରାବରି କରିନେଇଛନ୍ତି। ସେ ବି ୧୧ଥର ଏହି କାରନାମା କରିଛନ୍ତି। ଅଷ୍ଟ୍ରେଲିଆ ର ଆରୋନ ଫିଞ୍ଚ ଏହି କାରନାମା ୧୦ ଥର କରିଛନ୍ତି ଆଉ ଇଂଲଣ୍ଡର ଅଏନ ମୋର୍ଗନ ୯ଥର ଏହି କାରନାମା କରିଛନ୍ତି। ରୋହିତ ଶର୍ମା କ୍ୟାପଟେନ ହିସାବରେ ୭ଥର ୫୦ରୁ ଅଧିକ ରନ କରିବାରେ ସକ୍ଷମ ହୋଇଛନ୍ତି ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *