ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରିଅଛି। ସେ ଇଂଲଣ୍ଡ ବିରୁଦ୍ଧରେ ଖେଳାଯାଉଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚତ୍ରୁର୍ଥ ଟେଷ୍ଟର ପ୍ରଥମ ପାରିରେ ଖାତା ଖୋଲିପାରି ନାହାଁନ୍ତି।ଶୁକ୍ରବାର ଦିନ ୫ ମାର୍ଚ୍ଚକୁ ଖେଳର ଦ୍ୱିତୀୟ ଦିନ କୋହଲି ୮ ଟି ବଲର ସାମ୍ନା କରି ବେନ ଷ୍ଟୋକସ ବଲରେ ଆଉଟ ହୋଇଗଲେ। ତାଙ୍କ କ୍ୟାଚ ୱିକେଟ କିପର ବେନ ଫୋକ୍ସ ଧରିଥିଲେ। କୋହଲି ଏହା ପୂର୍ବରୁ ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ମୋଇନ ଅଲ୍ଲୀଙ୍କ ଵଲରେ ଆଉଟ ହୋଇଯାଇଥିଲେ।

କୋହଲି ୭ ବର୍ଷ ପରେ କୌଣସି ସିରିଜରେ ଦ୍ୱିତୀୟ ଥର ଶୂନ୍ୟରେ ଆଉଟ ହୋଇଛନ୍ତି। ଏହା ପୂର୍ବରୁ ୨୦୧୪ ରେ ଇଂଲଣ୍ଡ ବିରୁଦ୍ଧରେ ତାଙ୍କ ସହ ଏପରି ହୋଇଥିଲା। ସେବେ ଲିୟମ ପ୍ଲକେଂଟ ଓ ଜେମ୍ସ ଏଣ୍ଡରସନ ତାଙ୍କୁ ଜିରୋରେ ଆଉଟ କରିଥିଲେ। କୋହଲି ଅଧିନାୟକ ରୂପରେ ୮ ମ ଥର ଜିରୋରେ ଆଉଟ ହୋଇଛନ୍ତି। ଏହି ମାମଲାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ବରାବର କରିଦେଇଛନ୍ତି। କୋହଲିଙ୍କୁ ବେନ ଷ୍ଟୋକସ ନିଜ କ୍ୟାରିୟରରେ ୫ ମ ଥର ଆଇଟ କରିଛନ୍ତି। କୋହଲି ତାଙ୍କ ଦ୍ୱାରା ସବୁଠୁ ଅଧିକ ଥର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି।
ଷ୍ଟୋକ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ମାଇକଲ କ୍ଲାର୍କ, ଦକ୍ଷିଣ ଆଫ୍ରିକାର ପୂର୍ବ ଅଧିନାୟକ ଫାଫ ଡୁପ୍ଲେସି, ଭାରତର ଚେତେଶ୍ୱର ପୂଜାରା ଓ ଦକ୍ଷିଣ ଆଫ୍ରିକାର ନୂଆ ଅଧିନାୟକ ଡ଼ିନ ଏଲଗରଙ୍କୁ ୪-୪ ଥର ଆଉଟ କରିଛନ୍ତି।ପୂଜାରାଙ୍କ ପ୍ରଦର୍ଶନ କଥା କହିବା ତ ସେ ୧୭ ରନ କରି ଆଉଟ ହୋଇଯାଇଛନ୍ତି। ସେ ଏହି ସିରିଜରେ ମାତ୍ର ଗୋଟେ ଅର୍ଦ୍ଧଶତକ ମାରିଛନ୍ତି। ସେ ପ୍ରଥମ ମ୍ୟାଚର ପାରିରେ ୭୩ ରନ କରିଥିଲେ। ଏହା ପରେ କୌଣସି ପାରିରେ ତାଙ୍କ ବ୍ୟାଟ ଚାଲିନାହିଁ। ପୂଜାରା ଏବେ ଯାଏ ୬ ପାରିରେ (୭୩,୧୫, ୨୧,୭,୦,୧୭,) ଦ୍ଵାରା ୧୩୩ ରନ ବନେଇଛନ୍ତି।

ପୂଜାରା ୧୭ ମ୍ୟାଚ ଓ ୨୮ ପାରିରେ କୌଣସି ଶତକ ଲଗାଇ ପାରିନାହାନ୍ତି। ସେ ଶେଷ ଶତକ ୨୦୧୯ ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ମାରିଥିଲେ। ସେବେ ପୂଜାରା ସିଡନି ଟେଷ୍ଟରେ ୧୯୩ ରନର ପାରି ଖେଳିଥିଲେ। ଭାରତ ଚାରିଟି ଟେଷ୍ଟ ମ୍ୟାଚର ପାରିରେ ବର୍ତ୍ତମାନ ୨-୧ ରେ ଆଗରେ ଗତି କରୁଛି ।ଭାରତକୁ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ହାରର ସାମ୍ନା କରିବାକୁ ପଡିଥିଲା। ଏହା ପରେ ଭାରତ ଇଂଲଣ୍ଡକୁ ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ଓ ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ହରାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।