IND vs SA: DRS କୁ ନେଇ ବଡ଼ ବିବାଦ! କୋହଲି ରାଗିଗଲେ, ଷ୍ଟମ୍ପ ମାଇକ ପାଖୁ ଆସି ବ୍ରୋର୍ଡକାଷ୍ଟକୁ କହିଲେ କିଛି ଏମିତି…

ବ୍ୟୁରୋ ରିପୋର୍ଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ସିରିଜର ଶେଷ ଓ ନିର୍ଣ୍ଣାୟକ ମ୍ୟାଚ ଖେଳାଯାଉଛି। ସିରିଜ ଏବେ ୧-୧ରେ ବରାବରୀରେ ଅଛି। ଏହି ଶେଷ ମ୍ୟାଚ ଜିତିବାଵାଲା ଟିମ ସିରିଜ ଜିତିଯିବ। ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୧୨ ରନର ଲକ୍ଷ୍ୟ ଦେଇଛି।

ଟାର୍ଗେଟର ପିଛା କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଟିମ ୨୩ ରନରେ ପ୍ରଥମ ୱିକେଟ ହରାଇଦେଇଥିଲା। ଏହିଠୁ ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଲଗର ଓ ବ୍ୟାଟ୍ସମ୍ୟାନ କିଗନ ପିଟରସନ ପାରିକୁ ସମ୍ଭାଳି ବଡ଼ ପାର୍ଟନରସିପ କରିଥିଲେ। ଏହା ପରେ ୨୧ ଓଭରରେ ଟିମର ସ୍କୋର ୬୦ ରନ ଥିବା ବେଳେ ଟିମକୁ ଦ୍ୱିତୀୟ ଝଟକା ଲାଗିଥିଲା।

ଡିନ ଏଲଗରଙ୍କ ୱିକେଟକୁ ନେଇ ହେଲା ବିବାଦ:

ଡିନ ଏଲଗରଙ୍କୁ ଫିଲ୍ଡ ଅମ୍ପାୟାର ମରେଇସ ଇରାସମ ସ୍ପିନର ଆର ଅଶ୍ୱିନୀଙ୍କ ବଲରେ ଏଲବୀ ଡବ୍ଲୁ ଆଉଟ ଦେଇଥିଲେ। ଏହା ଉପରେ ଏଲଗର ରିଭ୍ୟୁ ନେଇଥିଲେ ଓ ଥାର୍ଡ ଅମ୍ପାୟାର ତାଙ୍କୁ ନଟଆଉଟ କରିଥିଲେ। ଯେବେକି ରିଭ୍ୟୁରେ ସଫା ସଫା ଦେଖାଯାଉଥିଲା ବଲ ଇଂଫ୍ୟାଣ୍ଟ ଓ ପିଚ ଲାଇନରେ ଅଛି। ଓରଜିନାଲ ଡିସିସନବି ଆଉଟ ଥିଲା କେବଳ ବଲ ଷ୍ଟମ୍ପକୁ ଛୁଇଁନଥିଲା।ଥାର୍ଡ ଅମ୍ପାୟାରଙ୍କ ଫଇସଲା ଦେଖି ଫିଲ୍ଡ ଅମ୍ପାୟାର ମଧ୍ୟ ଆଶ୍ଚର୍ଯ୍ୟ ଥିଲେ।

କୋହଲି ଥାର୍ଡ ଅମ୍ପାୟାରଙ୍କ ଉପରେ ରାଗିଗଲେ:

ଏହି ଫଇସଲା ପରେ ଅଶ୍ୱିନୀ ଷ୍ଟମ୍ପ ମାଇକ ପାଖୁ ଆସି କହିଥିଲେ ସୁପରସ୍ପୋର୍ଟ ଏହା କର ନାହିଁ। ଏହା ପରେ ବିରାଟ କୋହଲି ମଧ୍ୟ ରାଗିଯାଇଥିଲେ ଓ ଷ୍ଟମ୍ପ ମାଇକ ପାଖୁ ଆସି କୋଡିଙ୍ଗ ଓ ଥାର୍ଡ ଅମ୍ପାୟାରଙ୍କୁ କହିଥିଲେ ନିଜ ଟିମ ଉପରେ ଫୋକସ କର ଓ ବଲ ଚମକାଅ। କେବଳ ବିପକ୍ଷ ଟିମ ଉପରେ ଧ୍ୟାନ ଦିଅନାହିଁ। ସବୁ ସମୟରେ ଲୋକଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି।

ଡିନ ଏଲଗରଙ୍କୁ ମଧ୍ୟ ଧମକ ଦେଲେ:

କୋହଲି ଏହା ପୂର୍ବରୁ ପାରିର ୧୧ ତମ ଓଭରରେ ଡିନ ଏଲଗରଙ୍କୁ ଧମକ ଦେଇଥିଲେ। ସେ କହିଥିଲେ ଡିନ ୧୩ ବର୍ଷରୁ ଚହକ କରୁଛନ୍ତି ଆପଣଙ୍କୁ ଲାଗୁଛିକି ଆପଣ ମତେ ଚୁପ ରଖିପାରିବେ? ଆମ ସମସ୍ତଙ୍କୁ ଜଣାଅଛିକି ୨୦୧୮ ଜୋହାନବର୍ଗ ଟେଷ୍ଟ କିଏ ରଦ୍ଧ କରିବାକୁ ଚାହୁଁଥିଲା ,ଆମେ ସବୁ ଜାଣିଛୁ।

ବୁମରା କଲେ ଡିନ ଏଲଗରଙ୍କର ଶିକାର:

ଶେଷରେ ଭାରତୀୟ ଟିମ ଡିନ ଏଲଗରଙ୍କର ଶିକାର କରିନେଲା। ପ୍ରେସର ବୋଲର ଯଶପ୍ରୀତ ବୁମରା ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଝଟକା ଦେଲେ।ବୁମରାଙ୍କ ବଲରେ ଏଲଗର କିପରକ୍ୟାଚ ହୋଇଥିଲେ। ଏଲଗର ୩୦ ରନ କରି ଆଉଟ ହୋଇଛନ୍ତି ଓ ଏହା ସହିତ ତୃତୀୟ ଦିନର ଖେଳ ଶେଷ ହୋଇଛି। ୨୧୨ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ଦକ୍ଷିଣ ଆଫ୍ରିକା ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୧୦୧ ରନ କରିନେଇଛନ୍ତି। ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୧୧ ରନର ଆବଶ୍ୟକତା ରହିଛି ଓ ହାତରେ ୮ ୱିକେଟ ବାକି ଅଛି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *