ବଡ଼ ଖବର:କୋହଲିଙ୍କ ରାଜୁତିକୁ ନେଇ ଆରମ୍ଭ ହେଲା ସମାଲୋଚନା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା।

ବିସିସିଆଇ ଏମ୍ପିଏଲ ସ୍ପୋର୍ଟସକୁ ଭାରତୀୟ ଦଳର ନୂଆ କୀଟ ସ୍ପନ୍ସର ଓ ଅଧିକାରୀକ ବ୍ୟବହାର ପାଇଁ ନିଯୁକ୍ତି କରିଛି। କୋହଲି ବି ଉକ୍ତ କମ୍ପାନୀ ସହିତ ଜଡିତ ଅଛନ୍ତି।

Google

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଫେବୁଆରୀ ୨୦୧୯ରେ ଏକ କମ୍ପାନୀରେ ନିବେଶ କରିଥିଲେ। ଯାହା ଏବେ ଭାରତୀୟ କ୍ରିକେଟ ବୋର୍ଡର ଅଫିସିଆଲି କୀଟ ସ୍ପନ୍ସର ଅଟେ। ଏହା ଦ୍ଵାରା ହିତର ଟକର ଦେଖାଯାଇପାରେ । କୋହଲିଙ୍କୁ ବାଙ୍ଗାଲୋର ସ୍ଥିତ କମ୍ପାନୀ ଗ୍ୟାଲକ୍ଟସ ଫନବେୟର ଟେକ୍ନୋଲୋଜି ୩୩.୩୨ ଲକ୍ଷ ଟଙ୍କା କମ୍ପଲସରି କନବଟିବଲ ଡ଼ିବେ ଞ୍ଚର୍ସ ଦେଇଛନ୍ତି। ଏହି କମ୍ପାନୀ ଅନଲାଇନ ଗେମିଙ୍ଗ ପ୍ଲାଟଫର୍ମ ମୋବାଇଲ ପ୍ରିମୀୟର ଲିଗର ମାଲିକାନା ରଖିଛି। ଯାହାର ଆମ୍ବାସଡ଼ର ବିରାଟ କୋହଲି ଅଟନ୍ତି।

୧୭ ନଭେମ୍ବର ୨୦୨୦କୁ ବିସିସିଆଇ ଏମ୍ପିଏଲ ସ୍ପୋର୍ଟସକୁ ଭାରତୀୟ ଦଳ ନୂଆ କୀଟ ସ୍ପନ୍ସର ଓ ଅଧିକାରୀକ ବ୍ୟବହାର ପାଇଁ ନିଯୁକ୍ତି କରିଛି। ଏହା ଦ୍ଵାରା ଭାରତର ପୁରୁଷ ଓ ମହିଳା କ୍ରିକେଟ ଟିମ ଓ ଅଣ୍ଡର-୧୯ ଟିମ ଏମପିଏଲ ଜର୍ସିକୁ ସପୋର୍ଟ କରିବେ। ଟିମ ଇଣ୍ଡିଆର ଜର୍ସି ଛଡା ଏମପିଏଲ ସ୍ପୋର୍ଟସ ଲାଇସେନ୍ସ ପ୍ରାପ୍ତ ଟିମ ଇଣ୍ଡିଆର ଅନ୍ୟ ସାମଗ୍ରୀକୁ ବି ବିକ୍ରିକରିପାରିବେ। କୋହଲିଙ୍କୁ ଜାନୁଆରୀ ୨୦୨୦ରେ ଏମପିଏଲର ବ୍ରାଣ୍ଡ ଏମ୍ବେସଡ଼ର କରାଯାଇଥିଲା। ସେ ଆଗରୁ ବି ଗେମିଙ୍ଗ ପ୍ଲାଟଫର୍ମକୁ ସପୋର୍ଟ କରିଥିଲେ।

ଇଣ୍ଡିଆନ ଏକ୍ସପ୍ରେସରେ ଛପିଥିବା ଖବର ଅନୁସାରେ ଯେବେ ଫେବୃଆରୀ ୨୦୧୯ରେ କୋହଲି ଗ୍ୟାଲକ୍ଟସ କମ୍ପାନୀ ସିସିଡ ଜାରି କରିଥିଲା ତ ସେ କୋର୍ଣସ୍ତୋନ ସ୍ପୋଟ ଆଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ଼କୁ ବି ୧୬.୬୬ ଲକ୍ଷ ରେ ୩୪ ସିସିଡି ଜାରିକରିଥିଲା। ଜଣାପଡ଼ିଛିକି କୋର୍ଣସ୍ତୋନର ସିଇଓ ଅମିତ ଅରୁଣ ସଜଦେହ ଅଧିନାୟକ ବିରାଟ କୋହଲିଙ୍କ ସହ ଅନ୍ୟ ଦୁଇଟି ଫର୍ମରେ ବି ମିସିକି ଅଛନ୍ତି। ଯାହାର ନାମ ଗେମ୍ପି ବେଞ୍ଚର୍ସ ପାର୍ଟନର୍ସ ପ୍ରାଇଭେଟ ଲିମିଟେଡ଼ ଓ ବିରାଟ କୋହଲି ପ୍ରାଇଭେଟ ଲିମିଟେଡ଼।

Google

ଏହା ଛଡା ସଜଦେହ ଓ କୋହଲିଙ୍କର ଆଉ ଏକ ଲିଙ୍କ ମଧ୍ୟ ରହିଛି। କୋର୍ଣସ୍ତୋନ ସ୍ପୋଟ ଆଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ଼ ଯେଉଁଥିରେ ସଜଦେହ ଡାଇରେକ୍ଟ ଅଟନ୍ତି ଓ କୋହଲି କମର୍ସଆଲ ରାଇଟର୍ସର ପ୍ରବନ୍ଧନ କରନ୍ତି। ଏହା ସହିତ କମ୍ପାନୀ ପାଖରେ କେଏଲ ରାହୁଲ, ରିଷଭ ପନ୍ତ ,ଉମେଶ ଯାଦବ, ରବିନ୍ଦ୍ର ଜାଡେଜା କୂଳଦୀପ ଯାଦବ, ଓ ଶୁଭମନ ଗିଲଙ୍କ ପରି ବଡ଼ ଖେଳାଳୀଙ୍କ କମର୍ସଆଲ ରାଇଟର୍ସ ଅଛି।

ଏହା ବିଷୟରେ ସମ୍ପର୍କ କରିବା ଦ୍ୱାରା ସଜଦେହ କହିଛନ୍ତି ଏମପିଏଲ କନେକ୍ସନରେ କିଛି ଭୁଲ ନାହିଁ। ସେ କହିଛନ୍ତି ମୁଁ ପୂର୍ବରୁ ମଧ୍ୟ କହିଛି କୋର୍ଣସ୍ତୋନ ଓ ବିରାଟ କୋହଲି ଯେତେ ପାରିବେ ଅନ୍ୟ ବ୍ୟବସାୟରେ ନିବେଶ କରିବା ପାଇଁ ସ୍ୱତନ୍ତ୍ର।ଯେବେ ପର୍ଯ୍ୟନ୍ତ ବିରାଟ କୋହଲି କୋର୍ଣସ୍ତୋନରେ ନିବେଶ କରିନଥାନ୍ତେ ସେବେ ପର୍ଯ୍ୟନ୍ତ ହିତର ଟକର ଉଠିନଥାନ୍ତା।

Google

ବିସିସିଆଇର ଏକ ଶୀର୍ଷ ଅଧିକାରୀ କହିଛନ୍ତି ଭାରତୀୟ ବୋର୍ଡକୁ ଏହି କଥାର ସୂଚନା ନଥିଲା କି କୋହଲି ଓ କୋର୍ଣସ୍ତୋନର ଏମପିଏଲରେ ଭାଗ ଅଛି। ସେ କହିଛନ୍ତି ଆମେ ଖେଳାଳୀଙ୍କ ନିବେଶକୁ ଟ୍ରାକ କରିପାରିବୁ ନାହିଁ।ବିସିସିଆଇର ଏକ ଅନ୍ୟ ଅଧିକାରୀ କହିଛନ୍ତି କୋହଲି ଭାରତୀୟ କ୍ରିକେଟ ଟିମର ଏକ ପ୍ରତିଭାଶାଳୀ ବ୍ୟକ୍ତି ଅଟନ୍ତି।ଓ ଏହି ଭଳି ଇଣ୍ଟରକନେକ୍ସନ ଭଲ କଥା ନୁହେଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *