ହାର୍ଦିକ ପାଣ୍ଡ୍ୟାକୁ ନେଇ କୋହଲି ଖୋଲିଲେ ରହସ୍ୟ। ଚାରିଆଡେ ହେଉଛି ଭାଇରଲ।

ହାର୍ଦିକ ପାଣ୍ଡ୍ୟାଙ୍କୁ ଭାରତର କିଛି ସବୁଠୁ ଷ୍ଟାର ଅଲ ରାଉଣ୍ଡରସଙ୍କ ଭିତରେ ଗଣା ଯାଇଥାଏ। ତାଙ୍କ ବାବଦରେ ଏହା କୁହାଯାଏ କି ଯେତେବେଳେ ସେ ବ୍ୟଟିଙ୍ଗ କରୁଥାନ୍ତି ତ ତାଙ୍କୁ ଅଟକାଇବା ବୋଲର ମାନଙ୍କ ପକ୍ଷେ ବହୁତ ମୁସ୍କିଲ ହେଇଥାଏ। ସେ ନିଜ ଇଚ୍ଛାରେ ମ୍ୟାଚ ପଲଟାଇ ଦେଇ ପାରନ୍ତି। ମାତ୍ର ସେହି ସମାନ ସ୍ଥିତି ତାଙ୍କ ମୁହଁ ଉପରେ ବି ଲାଗୁ ହେଇ ପାରେ। ବିରାଟ କୋହଲି ଗୌରଭ କପୁରଙ୍କର ୟୁ ଟ୍ୟୁବ ଶୋ, ” ବ୍ରେକଫାଷ୍ଟ ୱିଥ ଚାମ୍ପିଆନ୍ସ୍ ” ରେ ପାଣ୍ଡ୍ୟାଙ୍କ ବାବଦରେ ବହୁତ କିଛି ରହସ୍ୟ ଖୋଲିଥିଲେ।

Google

ଗୌରଭ କପୁର ବିରାଟଙ୍କୁ ପଚାରିଲେ, ” ଡ୍ରେସିଂ ରୁମ ଭିତରେ ସବୁଠୁ ମନୋରଂଜକ ମଣିଷ କିଏ?” ଏହାର ଜବାବ ରେ ବିରାଟ କହିଲେ, ” ମନୋରଞ୍ଜନ ବହୁତ ଲୋକ କରନ୍ତି ମାତ୍ର ହାର୍ଦିକ ପାଣ୍ଡ୍ୟାଙ୍କର କଥା ହିଁ କିଛି ଅଲଗା। ତାର ନିଜ ମୁହଁ ଉପରେ ଜମା ବି ନିୟନ୍ତ୍ରଣ ନାହିଁ ଆଉ ସେ କିଛି ବି କହି ଦେଇଥାଏ। ତା ଭଳି ମତଲବ ହୀନ ମଣିଷ ମୁଁ ଆଜି ଯାଏ ଦେଖିନାହିଁ। ଥରେ ସେ ରବି ଅଶ୍ୱିନ ବାବଦରେ କଥା ହେଉଥିଲା ଆଉ ଆସୁ ଆସୁ କହିଦେଲା କି ଆରେ ସେ ରବି କାଶ୍ୟପ ଅଶ୍ୱିନ କି ବୋଲିଂ କରେ।”

ଏହା ଶୁଣି ଗୌରଭ କହିଲେ, ‘ ରବି କାଶ୍ୟପ!” ତ ବିରାଟ କୋହଲି କହିଲେ, ” ହଁ, ଏହାର ମୁହଁ ଉପରେ ଜମା ବି ନିୟନ୍ତ୍ରଣ ନାହିଁ, ହୃଦୟରୁ ବହୁତ ସଫା ମାତ୍ର କିଛି ବି କହି ଦିଏ। ସେମାନେ ଇଶାନ୍ତ ଶର୍ମାଙ୍କର ନାମ ଶୁଖବିର ସିଂ ରଖିଥିଲେ। ଇଶାନ୍ତ ଲମ୍ବା କେଶ ରଖିଥିଲେ ଆଉ ଥରେ ସେ କଳା ଚଷମା ପିନ୍ଧିକି ଆସିଲେ ତ ତାଙ୍କୁ ଦେଖି ଏମାନେ ତାର ନାମ ଶୁଖବିର ସିଂ ରଖି ଦେଇଥିଲେ।”

Google

ଇଣ୍ଟରଭିଉ ଭିତରେ କୋହଲି କହିଲେ କି ,” ଡ୍ରେସିଂ ରୁମ ଭିତରେ ପଞ୍ଜାବୀ ଗୀତ ସବୁଠୁ ଅଧିକ ଚାଲେ ଆଉ ଆମ ମାନଙ୍କ କାହାରି ପାଖରେ ଆଇ ପୋଡ଼ ନଥାଏ କେବଳ ହାର୍ଦିକ ପାଖରେ ଥାଏ ଆଉ ସେ ସବୁରେ ଇଂରାଜୀ ଗୀତ ଥାଏ। ସେହି ଗୀତର ପାଞ୍ଚ ୱାର୍ଡ ବି ତାକୁ ଆସେନା , ବାସ ତାକୁ ବିଟ ଦରକାର ଆଉ ସେ ହଲିବା ଷ୍ଟାର୍ଟ ହେଇଯାଏ। ତାର ଗୀତରୁ ଆମେ ବିରକ୍ତ ହେଇଯାଉ।”

ତା ପରେ କୋହଲି କହିଲେ,” ରହିଲା ମୋ ଆଇ ପୋଡ଼, ଏଥିରେ ବିଶେଷତଃ ପଞ୍ଜାବୀ ଗୀତ ଥାଏ। କେତେବେଳେ ହିନ୍ଦୀ ରୋମାଣ୍ଟିକ ଗୀତ ବି ଥାଏ ମାତ୍ର ଅଧିକ ପଞ୍ଜାବୀ ଗୀତ ହିଁ ଥାଏ।” ଏହା କହିବା ପରେ କୋହଲି ଆଉ ଗୌରଭ ଦୁଇ ଜଣ ହସିବାକୁ ଆରମ୍ଭ କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *