ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି କହିଲେ କି,୨୦୧୪ ରେ ଇଂଲଣ୍ଡ ବିପକ୍ଷ ସିରିଜରେ ସେ ଯେତେବେଳେ ଖରାପ ଫର୍ମରେ ଥିଲେ ଡିପ୍ରେସନକୁ ପଳେଇଥିଲେ। ବାରମ୍ବାର ବିଫଳତା ପରେ ତାଙ୍କୁ ଲାଗୁଥିଲା ସେ ଦୁନିଆର ଏକା ମଣିଷ ଅଟନ୍ତି। ଇଂଲଣ୍ଡର ପୂର୍ଵ ଖେଳାଳି ମାର୍କ ନିକୋଲାସ ସହ କଥା ବାର୍ତା ସମୟରେ ସେ ସ୍ୱୀକାର କରିଥିଲେ କି ସେହି ସିରିଜରେ ସେ ନିଜ କ୍ୟାରିୟରର ଖରାପ ଫର୍ମରେ ଥିଲେ। କୋହଲିଙ୍କ ପାଇଁ ୨୦୧୪ର ସିରିଜ ଏକ ଖରାପ ସ୍ୱପ୍ନ ପରି ଥିଲା।

କୋହଲି ଏହି ସିରିଜର ୫ ଟେଷ୍ଟ ମ୍ୟାଚର ୧୦ ପାରିରେ ୧୩.୫୦ ଔଷତରେ ରନ ବନେଇଥିଲେ। ତାଙ୍କର ସ୍କୋର ୧,୮,୨୫,୦,୩୯,୨୮,୦,୭,୬,ଓ୨୦ ରନ ଥିଲା। ଏହାପରେ ସେ ଅଷ୍ଟ୍ରେଲିଆ ସିରିଜରେ ୬୯୨ ରନ କରି ଫର୍ମକୁ ଫେରିଲେ। କୋହଳିଙ୍କୁ ଯେବେ ପଚାରାଗଲା ସେ କେବେ ଅବସାଦଗ୍ରସ୍ତରେ ରହିନାହାନ୍ତି ତ ସେ କହିଲେ”ହଁ ମୋ ସହ ଏପରି ହୋଇଥିଲା। ଏହା ଭାବି ଭଲ ଲାଗୁ ନଥିଲା କି ତମେ ରନ କରି ପାରୁନ ଓ ମତେ ଲାଗୁଛି କି ସବୁ ବ୍ୟାଟ୍ସମ୍ୟାନଙ୍କୁ କିଛି ସିରିଜରେ ଏମିତି ଲାଗେ ଆପଣଙ୍କ କୌଣସି ଜିନିଷରେ ନିୟନ୍ତ୍ରଣ ନ ଥାଏ।”
ସେ ଇଂଲଣ୍ଡ ସିରିଜ ବିଷୟରେ କହିଲେ,”ଆପଣଙ୍କୁ ଜଣାପଡିବ ନାହିଁ କି କିପରି ବାହାରିବା ଏଥିରୁ। ଏହା ସେହି ସିରିଜ ଥିଲା ଯେତେବେଳେ କିଛି ବଦଳେଇ ପାରୁନଥିଲି ମୁଁ।ମତେ ଏମିତି ଲାଗୁଥିଲା କି ମୁଁ ଦୁନିଆର ଏକା ମଣିଷ। “କୋହଲି ଅନୁଭବ କଲେ କି ତାଙ୍କ ଜୀବନରେ ତାଙ୍କୁ ସାଥ ଦେବାର ଲୋକ ଥିଲେ ହେଲେ ସେ ସେବେ ବି ଏକା ଅନୁଭବ କରୁଥିଲେ। ସେ କହିଲେ କି ସେହି ସମୟରେ ତାଙ୍କୁ ପେଶାବର ସାହାଯ୍ୟର ଦରକାର ଥିଲା।

କୋହଲି କହିଲେ କି,”ମୋ ଉପରେ ତାହା ଏକ ଖୁଲାସା ଥିଲା କି ଆପଣ ବଡ଼ ସମୂହ ସହ ରହି ମଧ୍ୟ ଏକା ଅନୁଭବ କରିପାରନ୍ତି। ମୁଁ ଏହା କହିପାରିବି ନାହିଁ କି ମୋ ସହ କଥା ହେବାକୁ କେହି ନଥିଲେ ହେଲେ ଜଣେ ଅତି ନିଜର ଲୋକ ଦରକାର ଥିଲା ଯିଏ କି ବୁଝିଥାନ୍ତା ମୁଁ କେଉଁ ଅବସ୍ଥା ଦେଇ ଗତି କରୁଛି। ମତେ ଲାଗୁଛି କି ଏହା ବହୁତ ବଡ଼ କାରକ ଅଟେ। ମୁଁ ଏହାକୁ ବଦଳେଇବାକୁ ଦେଖିବାକୁ ଇଛା କରୁଛି।”ଭାରତୀୟ ଅଧିନାୟକଙ୍କ ମତ ଅନୁସାରେ ମାନସିକ ବିଷାଦକୁ ସଧାରଣ ଭାବେ ନିଆଯିବ ନାହିଁ। କାହିଁକିନା ଏଥିରୁ କୌଣସି ଖେଳାଳିର କ୍ୟାରିୟର ଶେଷ ହୋଇଯାଇପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।