ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଦୁଇ ଦିନରେ ସରିଯାଇଥିଲା। ଏହା ପରେ କିଛି କ୍ରିକେଟ ଏକ୍ସପଟ ଓ ବିଦେଶୀ ମିଡିଆ କ୍ରିକେଟକୁ ନେଇ ପ୍ରଶ୍ନ ଉଠାଉଛନ୍ତି।ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଯେବେ ଏହା ବିଷୟରେ ପଚରାଗଲା ତ ସେ ରାଗିଗଲେ। ବିରାଟ କୋହଲି କହିଲେ ୨୦୨୦ ରେ ଆମେ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ୩ ଟି ଟେଷ୍ଟ ହାରିଯାଇଥିଲୁ। ସେବେ କେହି କିଛି କହିନଥିଲେ । ସମସ୍ତେ ବ୍ୟାଟ୍ସମ୍ୟାନଙ୍କ ଟେକ୍ନିକକୁ ନେଇ ପ୍ରଶ୍ନ ଉଠାଇବାର ପ୍ରୟାସ ଜାରି ରଖିଥିଲେ।

କୋହଲି ଗୁରୁବାରକୁ ଆରମ୍ଭ ହେବାକୁ ଥିବା ଚତ୍ରୁର୍ଥ ଓ ଶେଷ ଟେଷ୍ଟ ପୂର୍ବରୁ ପ୍ରେସ କନ୍ଫରେନ୍ସରେ କହିଥିଲେ,”ସ୍ପିନ ହେଉଥିବା ପିଚ ଉପରେ ସର୍ବଦା ହୋ ହାଲା ଓ ପ୍ରଶ୍ନ ଉଠାଯାଇଥାଏ। ମତେ ପୁରା ଭରସା ଅଛିକି ଯଦି ଆମ ମିଡିଆ ଏହାକୁ ଖଣ୍ଡନ କରିବା ଓ ଏପରି ବିଚାରକୁ ଦେଖାଇବା ମୁଡ଼ରେ ଅଛି ତେବେ କେବଳ ସ୍ପିନ ପିଚର ଆଲୋଚନା କରିବା ଭୁଲ ହେବ ସମ୍ପୂର୍ଣ କଥା ଦେଖିବାକୁ ହେବ”। କୋହଲି ତୃତୀୟ ଟେଷ୍ଟରେ ନିଜ ଟିମର କମ ରନ ସ୍କୋର ପାଇଁ ନିଜ ଟିମର ଖରାପ ବ୍ୟାଟିଙ୍ଗ ଟେକ୍ନିକକୁ ଜିମେଦାର କହିଥିଲେ।
ଯେବେ ବିରାଟଙ୍କୁ ପଚରାଗଲାକି ଏହିପରି କଠିନ ପିଚରେ ୱିକେଟ ବଞ୍ଚାଇବା ପାଇଁ କେଉଁଭଳି କ୍ଷମତା ଆବଶ୍ୟକତ କୋହଲି କହିଲେ ମଝବୁତ ଡ଼ିଫେନ୍ସ। ସେବେ ମାନୁଛନ୍ତି କି ଛୋଟ ପ୍ରାରୁପ ପାଇଁ ଏହା ମଧ୍ୟ ସମ୍ଭବ ନୁହେଁ। କୋହଲି କହିଲେ,”ଡ଼ିଫେନ୍ସ ସବୁଠୁ ଅଧିକ ଜରୁରି କିନ୍ତୁ ଧଳା ବଲ ଖେଳଦ୍ଵାରା ଏହାର ପ୍ରଭାବ ଟେଷ୍ଟ କ୍ରିକେଟରେ ପଡୁଛି। ଏହି ଦିନ ମାନଙ୍କରେ ଚାରି ପାଞ୍ଚ ସେସନ ଉପରେ ଖେଳିବାର ଧ୍ୟାନ ନାହିଁ। ସମସ୍ତେ ବୋର୍ଡରେ ଜଲ୍ଦି ୩୦୦ ବା ୩୫୦ ରୁ ଅଧିକ ରନ କରିବାକୁ ଚାହୁଁଛନ୍ତି। ବୋଧେ କେହି ଭଲସେ ଡିଫେନ୍ସ ଉପରେ ଲକ୍ଷ୍ୟ ଦେଉନାହାଁନ୍ତି”।

କୋହଲି ନ୍ୟୁଜଲ୍ୟାଣ୍ଡରେ ଭାରତକୁ ମିଳିଥିବା ଏକ ହାର ବିଷୟରେ କହିଛନ୍ତି ଯେଉଁଠି ଭାରତକୁ ହାର୍ଡ ପିଚର ପ୍ରେସ ବୋଲିଙ୍ଗକୁ ସମ୍ଭାଳିବାକୁ ପଡୁଥିଲା। କୋହଲି କହିଛନ୍ତି ସେବେ କେହି ପିଚର ନୁହେଁ ବ୍ୟାଟ୍ସମ୍ୟାଙ୍କ ଖରାପ ଟେକ୍ନିକ କଥା ଉଠାଇଥିଲେ। ସେ କହିଛନ୍ତି,”ଆମେ ନ୍ୟୁଜଲ୍ୟାଣ୍ଡରେ ୩୬ ଓଭରରେ ତୃତୀୟ ଦିନ ହିଁ ହାରି ଯାଇଥିଲୁ। ମତେ ଭରସା ଅଛି ଆମର ଏଠି ସେତେବେଳେ କେହି ପିଚ ବିଷୟରେ ଲେଖିନଥିଲେ। ଏଥିରେ କେବଳ ଏହା ଥିଲା କି ଭାରତ ନ୍ୟୁଜଲ୍ୟାଣ୍ଡରେ କେତେ ଖରାପ ଖେଳ ଦେଖେଇଲା”।

କୋହଲି କହିଛନ୍ତି,”କୌଣସିବି ପିଚର ଆଲୋଚନା କରାଯାଇନଥିଲା। କୌଣସିବି ମୁଭ ପର ନୁହେଁ, ପିଚ ଉପରେ କେତେ ଘାସ ଥିଲା,ଏହାକୁ ଦେଖିବା ପାଇଁ କେହି ଆସିନଥିଲେ। ଆମ ଟିମ ଏହାର ଅଭିଯୋଗ ନକରି ପରିସ୍ଥିତି ହିସାବରେ ଖେଳି କିଛି ସମୟରୁ ସଫଳତା ହାସଲ କରିଛି। ଆମ ସଫଳତାର କାରଣ ଆମେ ଯେଉଁଭଳି ପିଚରେ ଖେଳିଲେ ମଧ୍ୟ କେବେ ଅଭିଯୋଗ ନକରି ପରିସ୍ଥିତି ହିସାବରେ ଖେଳିଚାଲିଛୁ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।