ରିଷଭ ପନ୍ତଙ୍କୁ ନେଇ କୋହଲିଙ୍କର ବଡ଼ ବୟାନ, ପନ୍ତ ଯେବେ ଚାହିଁବ ବଦଳାଇଦେବ ଖେଳ

ଟିମ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସବୁବେଳେ ଚର୍ଚାରର ରହିଥାନ୍ତି। ସେ ଯେବେ ଗ୍ରାଉଣ୍ଡରେ ଖେଳୁଥାନ୍ତି ସେବେ ଚର୍ଚାରେ ରହିଥାନ୍ତି ଓ ଯେବେ ଗ୍ରାଉଣ୍ଡରେ ନରହିଥାନ୍ତି ସେବେ ମଧ୍ୟ ସେ ଫୁଟବଲ ମ୍ୟାଚ ଦେଖିବାକୁ ଚାଲିଯାଇଥାନ୍ତି ଓ ଚର୍ଚାରେ ରହିଥାନ୍ତି। ଲର୍ଡସ ଟେଷ୍ଟ ପୂର୍ବରୁ ଅଧିନାୟକବିରାଟ କୋହଲି ରିଷଭ ପନ୍ତଙ୍କର ପ୍ରଶଂସା କରିଛନ୍ତି ଓ କହିଛନ୍ତି ପନ୍ତ ଟିମ ଇଣ୍ଡିଆରେ ସବୁଠୁ ବଡ଼ ଗେମ ଚେଞ୍ଜର ଅଟନ୍ତି।

Google

 

ତେବେ କେବଳ ଏତିକି ନୁହେଁ ବିରାଟ କୋହଲି ପନ୍ତଙ୍କୁ ନେଇ ଆହୁରି ମଧ୍ୟ ଅନେକ କଥା କହିଛନ୍ତି ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି କୋହଲି ପନ୍ତଙ୍କ ବିଷୟରେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କର ପ୍ରଶଂସା କରିଛନ୍ତି। ପନ୍ତ ଜେବେ ଯାହା ଚାହିଁବେ କରିପାରିବେ ସେ ଅଳ୍ପ କିଛ ସମୟରେ ମ୍ୟାଚର ରୂପ ବଦଳାଇପାରିବେ।

ପ୍ରଥମ ଟେଷ୍ଟରେ ମଧ୍ୟ ରିଷଭ ପନ୍ତ ସୁନ୍ଦର ଆକ୍ରାମକ ପାରି ଆରମ୍ଭ କରିଥିଲେ କିନ୍ତୁ ଅଧିକ ରନ କରିପାରିନଥିଲେ। ଏବେ କୋହଲି ପନ୍ତଙ୍କ ବିଷୟରେ କହିଛନ୍ତି,”ସେ ସବୁବେଳେ ଏପରି ଖେଳିଥାନ୍ତି ଓ ତାଙ୍କ ପାଖରେ ଏପରି ପାରି ଆଗକୁ ବଢ଼ାଇବା ପାଇଁ କ୍ଷମତା ଅଛି। ସେ ମ୍ୟାଚର ଅବସ୍ଥା ବୁଝି ବ୍ୟାଟିଙ୍ଗ କରିବାରେ ସକ୍ଷମ ଅଟନ୍ତି। ଯେବେ ଆମକୁ ମ୍ୟାଚ ବଞ୍ଚାଇବାର ଆବଶ୍ୟକ ପଡିଥାଏ ସେ ଏପରି ବଡ଼ ଶର୍ଟ ଖେଳିନଥାନ୍ତି କିନ୍ତୁ ଯେବେ ମାମଲା ୫୦-୫୦ର ରହିଥାଏ ସେ ଚାନ୍ସ ନେଇଥାନ୍ତି ଜିତାଇବା ପାଇଁ। ଆମେ ଚାହୁଁଚୁ ସେ ଏହିପରି ହିଁ ରୁହନ୍ତି ଓ ଏହିପରି ମ୍ୟାଚ ବଦଳାଇଲା ଭଳି ପାରି ଖେଳନ୍ତୁ। ଆମେ ଆଶା କରୁଛୁ ସେ ଭବିଷ୍ୟତରେ ମଧ୍ୟ ଏହିପରି ସୁନ୍ଦର ପାର ଖେଳିବେ”।

Google

ପନ୍ତ ପୂର୍ଵ କିଛ ସମୟରୁ ଟିମ ଇଣ୍ଡିଆ ପାଇଁ ସୁନ୍ଦର ସୁନ୍ଦର ପାରି ଖେଳିଛନ୍ତି। ଆପଣଙ୍କୁ କହିରଖିବୁ ପନ୍ତ ଇଂଲଣ୍ଡ ସହ ଘରୋଇ ସିରିଜରେ ସୁନ୍ଦର ଭାବେ ବ୍ୟାଟିଙ୍ଗ କରି ଭାରତକୁ ସିରିଜ ଜିତାଇଥିଲେ। କିନ୍ତୁ ସେ ଅଷ୍ଟ୍ରେଲିଆ ସିରିଜରେ ଭଲ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ଏବେ ଇଂଲଣ୍ଡ ସହ ଚାଲିଥିବା ସିରିଜରେ ସେ ଖେଳୁଛନ୍ତ ଓ ଏହା ସହ ବିରାଟ କୋହଲି କହିଛନ୍ତି ଟେଷ୍ଟରେ ପନ୍ତ ୱିକେଟକିପର ବ୍ୟାଟ୍ସମ୍ୟାନ ପାଇଁ ଟିମର ପ୍ରଥମ ପସନ୍ଦ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *