IND VS ENG:କୋହଲିଙ୍କ ବଡ଼ ଖୁଲାସା। ମ୍ୟାଚ ପୂର୍ବରୁ ସେ ଆରସିବିର ଏହି ଷ୍ଟାର ଖେଳାଳିଙ୍କ ସହ ହୋଇଥିଲେ କଥା।

ଟିମ ଇଣ୍ଡିଆ ଦ୍ୱିତୀୟ-୨୦ ରେ ଟିମ ଇଂଲଣ୍ଡକୁ ୭ ୱିକେଟରେ ହରାଇଲା। ଏହି ମ୍ୟାଚରେ ଅଧିନାୟକ ବିରାଟ କୋହଲି ୭୩ ରନର ନଟଆଉଟ ପାରି ଖେଳିଛନ୍ତି। ଏହା ପୂର୍ବରୁ ବିରାଟ କୋହଲି ଇଣ୍ଟରନେସନାଲ କ୍ରିକେଟରେ ଦୁଇଟି ପାରିରେ ଜିରୋରେ ଆଉଟ ହୋଇଥିଲେ। ଦ୍ୱିତୀୟ ଟି-୨୦ ପୂର୍ବରୁ କୋହଲି ଦକ୍ଷିଣ ଆଫ୍ରିକାର ମହାନ ଖେଳାଳି ଡିଭିଲିୟର୍ସଙ୍କ ସହ କଥା ହୋଇ ଥିଲେ ବୋଲି ସେ କହିଲେ। ଇଣ୍ଡିଆ ଏହି ମ୍ୟାଚ ଜିତି ସିରିଜକୁ ୧-୧ ରେ ବରାବର କରିଦେଇଛି। ୫ ଟି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟି-୨୦ ୧୬ ମାର୍ଚ୍ଚକୁ ଅନୁଷ୍ଠିତ ହେବ।

Google

ଯାହା ପରେ ବିରାଟ କୋହଲି କହିଛନ୍ତି,”ମ୍ୟାଚ ପୂର୍ବରୁ ମୋର ଡିଭିଲିୟର୍ସଙ୍କ ସହ କଥା ହୋଇଥିଲା ଓ ସେ ମତେ କହିଥିଲେ କେବଳ ବଲକୁ ଦେଖ ଓ ମୁଁ ସେଇଭଳି କରିଥିଲି”। ଡିଭିଲିୟର୍ସ ଆଇପିଏଲରେ କୋହଲିଙ୍କ ଅଧିନାୟକତ୍ୱ ଟିମ ଆରସିବି ପଟେ ଖେଳିଥାନ୍ତି। ସେ କହିଛନ୍ତି ଅନୁଷ୍କା ମଧ୍ୟ ଏଠାରେ ଅଛନ୍ତି ଓ ମୋ ବିଷୟରେ ଭାବୁଛନ୍ତି। ମ୍ୟାଚ ବିଷୟରେ କୋହଲି କହିଛନ୍ତି,”ସବୁ ଦିଗରୁ ଆମେ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଛୁ। ଶେଷ ୫ ଓଭରରେ ଆମ ବୋଲର ମାତ୍ର ୩୪ ରନ ଦେଇଥିଲେ। ସବୁ ବୋଲର ଭଲ ପ୍ରଦର୍ଶନ କରିଥିଲେ। ୱାସିଙ୍ଗଟନ ସୁନ୍ଦର ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିଛନ୍ତି”।

Google

ସେ କହିଛନ୍ତି ଦ୍ୱିତୀୟ ପାରିରେ ବ୍ୟାଟିଙ୍ଗ କରିବା ସହଜ ରହିଲା। ଇସାନ ଏକ ସ୍ପେସାଲ ପାରି ଖେଳିଲେ ଓ ଖେଳକୁ ବିରୋଧୀଙ୍କ ଠୁ ଦୂରକୁ କରିଦେଲେ। ଯଦି ଆପଣ ଆଇପିଏଲରେ କ୍ୱାଲିଟି ବୋଲରଙ୍କ ସାମ୍ନାରେ ଆକ୍ରାମକ ହୋଇ ଖେଳିଥିବେ ତେବେ ଆପଣ ଏହିଭଳି ଖେଳିପାରିବେ।ଭାରତୀୟ ଅଧିନାୟକ କହିଛନ୍ତି ଇସାନ ଭାବିଚିନ୍ତା ଶର୍ଟ ମାରିଛନ୍ତି। ଆପଣ ତାକୁ ଖରାପ ଶର୍ଟ କହିପାରିବେନି। ନିଜ ପ୍ରଦର୍ଶନ ଉପରେ ସେ କହିଛନ୍ତି ମୁଁ ବେସିକ୍ସ ଉପରେ ଧ୍ୟାନ ଦେଲି। ଏହା ପୂର୍ବରୁ ମୁଁ କିଛି ଅଲଗା କରିବାକୁ ଚେଷ୍ଟା କରିଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ବିରୁଦ୍ଧରେ ସେ କହିଛନ୍ତି ସେ ଜଣେ ଭଲ ଖେଳାଳି ଅଟନ୍ତି ତାଙ୍କ ତୁଳନା କରାଯାଇପାରିବନି। ଆମେ ଚାହୁଁଛୁକି ପ୍ରତ୍ୟେକ ମ୍ୟାଚରେ ସେ କମରୁ କମ ୩ ଓଭର ବଲ ପକାନ୍ତୁ। ଆଗାମୀ ୬-୮ ମାସରେ ସେ ତିନୋଟି ଯାକ ଫର୍ମାଟରେ ଟିମର ଆବଶ୍ୟକ ଅନୁସାରେ ନିଜକୁ ତୟାର ହେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *