IND VS ENG: ବିରାଟ କୋହଲି ନେଲେ ବେନ ଷ୍ଟୋକସଙ୍କ କ୍ଳାସ, ଦେଖନ୍ତୁ ଭାଇରାଲ ଭିଡ଼ିଓ।

ଭାରତ ଇଂଲଣ୍ଡ ମଧ୍ୟରେ ମୋଟେରା ଷ୍ଟାଡିୟମରେ ପିଙ୍କ ବଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ପ୍ରଥମ ପାରିରେ ୧୧୨ରେ ଅଲଆଉଟ କରିଦେଇଛି। ଇଂଲଣ୍ଡର ଅଧିନାୟକ ଜୋ ରୁଟ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ । ସେ ଭାବିଥିଲେ ପ୍ରଥମ ଟେଷ୍ଟ ଭଳି ପ୍ରଥମେ ବ୍ୟାଟିଙ୍ଗ କରି ଅଧିକ ସ୍କୋର କରି ଭାରତ ଉପରେ ପ୍ରେସର କରିବେ କିନ୍ତୁ ପରିଣାମ ଏହାର ଓଲଟା ହେଲା ଜ୍ୟାକ କ୍ରାଉଁଲିଙ୍କୁ(୫୩) ଙ୍କୁ ଛାଡିଦେଲେ ଇଂଲଣ୍ଡର କୌଣସି ବ୍ୟଟ୍ସମ୍ୟାନ ଚାଲିଲେ ନାହିଁ। ୭ ଜଣ ଖେଳାଳି ତ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିଲେ ନାହିଁ। ଇଂଲଣ୍ଡର ପ୍ରଥମ ପାରିରେ ଏକ ଅଦ୍ଭୁତ ଘଟଣା ଘଟିଛି।

Google

ଯେବେ ଇଂଲଣ୍ଡର ଅଲରାଉଣ୍ଡ ବେନ ଷ୍ଟୋକସ ବ୍ୟାଟିଙ୍ଗ କରୁଥିଲେ ଓ ବଲ ରବୀଚନ୍ଦ୍ରନ ଅଶ୍ୱିନୀଙ୍କ ହାତରେ ଥିଲା ।ଯେବେ ଅଶ୍ୱିନୀ ବଲ ପକାଇବା ପାଇଁ ବାହାରିଲେ ଷ୍ଟୋକସ ହାତ ଦେଖାଇ ତାଙ୍କୁ ଅଟକାଇ ଦେଲେ। ଏହା ପରେ ବିରାଟ କୋହଲି ଷ୍ଟୋକସଙ୍କ ପାଖକୁ ଆସିଲେ ଓ ତାଙ୍କୁ ସମୟ ନଷ୍ଟ ନକରିବା ପାଇଁ ଉପଦେଶ ଦେଲେ। ଭାରତୀୟ ଅଧିନାୟକଙ୍କ ଏହି କଥା ଷ୍ଟମ୍ପ କ୍ୟାମେରାରେ ରେକର୍ଡ ହୋଇଗଲା। ଯେଉଁଥିରେ ସେ କହୁଥିବା ଦେଖାଯାଉଛି କି ସମୟ ବର୍ବାଦ କରନାହିଁ କିନ୍ତୁ ଷ୍ଟୋକସ ମଧ୍ୟ ଅଧିକ ସମୟ ବ୍ୟାଟିଙ୍ଗରେ ତିଷ୍ଠିଲେ ନାହିଁ। ସେ ୨୪ ବଲରେ ୬ ରନ କରି ଆଉଟ ହୋଇଗଲେ। ତାଙ୍କୁ ଅକ୍ଷର ପଟେଲ ଆଉଟ କରିଥିଲେ।

ଡବ୍ଲୁଟିସିର ଫାଇନାଲ କାରଣରୁ ମୋଟେରା ଟେଷ୍ଟ ଗୁରୁତ୍ୱପୂର୍ଣ୍ଣ:

ବିଶ୍ୱ ଟେଷ୍ଟ ଚାମ୍ପିୟାନସିପର ଫାଇନାଲରେ ପହଁଚିବା ପାଇଁ ଦୁଇଟି ଯାକ ଟିମ ପାଇଁ ଏହି ଟେଷ୍ଟ ଜରୁରି ନ୍ୟୁଜଲ୍ୟାଣ୍ଡ ପୂର୍ବରୁ ହିଁ ଫାଇନାଲରେ ପହଁଚିସାରିଛି ଓ ଦ୍ୱିତୀୟ ସ୍ଥାନ ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ରେସ ଚାଲିଛି।ଭାରତ ଓ ଇଂଲଣ୍ଡ ଏହି ଟେଷ୍ଟ ସିରିଜରେ ୧-୧ରେ ବରାବର ଅଛନ୍ତି।ସେଥିପାଇଁ ପିଙ୍କ ବଲ ଟେଷ୍ଟ ଯେଉଁ ଟିମ ଜିତିବ ସେ ଡବ୍ଲୁଟିସିର ଫାଇନାଲ ଖେଳିବା ପାଇଁ ପ୍ରାୟ ନିଶ୍ଚିନ୍ତ ହୋଇଯିବ। ଯେଉଁଭଳି ଟିମ ଇଣ୍ଡିଆ ଏହି ପିଙ୍କ ବଲ ଟେଷ୍ଟର ପ୍ରଥମ ପାରିରେ ପ୍ରଦର୍ଶନ କରିଛି ତାର ଆଶା ବଢିଯାଇଛି।ଯଦି ବ୍ୟାଟ୍ସମ୍ୟାନ ମାନେ ମଧ୍ୟ ପ୍ରଥମ ପାରିରେ ଭଲ ରନ କରିଦେବେ ତ ଭାରତ ଏହି ମ୍ୟାଚରେ ଆହୁରି ଅଧିକ ମଝଭୁତ ହୋଇଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *