ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ଚତ୍ରୁର୍ଥ ଟେଷ୍ଟ ୪ ମାର୍ଚ୍ଚରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଅଛି। ମ୍ୟାଚର ପ୍ରଥମ ଦିନ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକସ ଓ ଭାରତୀୟ ଅଧିନାୟକ କୋହଲିଙ୍କ ମଧ୍ୟରେ ଲାଗିଲା ଝଗଡା। ଅମ୍ପାୟାର ଅଟକାଇବା ପରେ ମାମଲା ଶାନ୍ତ ହେଲା। ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ମଧ୍ୟ ଦୁଇ ଖେଳାଳିଙ୍କ ଭିତରେ ଝଗଡା ହୋଇଥିଲା।

ସିରାଜ ଜୋ ରୁଟଙ୍କୁ ଆଉଟ କରି ଇଂଲଣ୍ଡକୁ ଚତ୍ରୁର୍ଥ ଝଟକା ଦେଇଥିଲେ। ସେ ଜୋ ରୁଟଙ୍କୁ ଏଲବିଡବ୍ଲୁ କରି ଆଉଟ କରିଥିଲେ। ଏହା ପରେ ସିରାଜ ଲଗାତର ଘାତକ ବୋଲିଙ୍ଗ କରିଥିଲେ। ରୁଟ ଆଉଟ ହେବା ପରେ ସିରାଜ ଷ୍ଟୋକସ ଙ୍କୁ ଏକ ବାଉଁସର ବଲ କରିଥିଲେ। ସେହି ବଲରେ ଷ୍ଟୋକସ ଭୟାବିତ ହୋଇଗଲେ। ସେ ରାଗରେ ସିରାଜଙ୍କୁ କିଛି କହିଦେଲେ। ଏହା ପରେ କୋହଲି ରାଗିଗଲେ ଓ ଷ୍ଟୋକସଙ୍କ ସହ ଝଗଡା କଲେ। ନିଜ ସାଥି ପାଇଁ ଇଂଲଣ୍ଡର ଅଲରାଉଣ୍ଡରଙ୍କୁ ଜବାବ ଦେଲେ। ଗ୍ରାଉଣ୍ଡରେ ଥିବା ଅମ୍ପାୟାର ତୁରନ୍ତ ଯାଇ ମାମଲାକୁ ଶାନ୍ତ କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ।
What’s going on here lads? ?????????#INDvENG pic.twitter.com/lThox51Pp4
— Chloe-Amanda Bailey (@ChloeAmandaB) March 4, 2021
ଯେବେ ଷ୍ଟୋକସ ଓ କୋହଲିଙ୍କ ଭିତରେ ଝଗଡା ହେଉଥିଲା ଅନ୍ୟ ପଟେ ନନଷ୍ଟାଇକରେ ଥିବା ବ୍ୟାଟ୍ସମ୍ୟାନ ଜନି ବେୟରଷ୍ଟୋ ହସିବାର ନଜର ଆସୁଥିଲେ। ଟ୍ୱିଟରରେ ଲୋକ ଷ୍ଟୋକଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜର କହିଛନ୍ତି କୋହଲିଙ୍କ ସାଥି ଉପରେ କମେଣ୍ଟ କରିବା ଭାରି ପଡିବ। ଆଉ ଜଣେ ୟୁଜର କହିଛନ୍ତି ଅଧିନାୟକ କୋହଲି ସିରାଜଙ୍କ ସାଥ ଦେଲେ। ଜଣେ ପ୍ରଶଂସକ ଲେଖିଛନ୍ତି,”ସେ ଭାରତର ଅଧିନାୟକ ବିରାଟ କୋହଲି। ଯେବେ କୌଣସି ଯୁବ ଖେଳାଳିଙ୍କ ସହ ଅସୁବିଧା ହୋଇଥାଏ ସେ ଜବାବ ଦେବା ପାଇଁ ପ୍ରସ୍ତୁତ ରହିଥାନ୍ତି”।
ben stokes is digging his own grave by messing with king kohli. https://t.co/S1l5cL3BA4
— rounak (@rounak44457283) March 4, 2021
ଇଂଲଣ୍ଡର ଆରମ୍ଭ ବହୁତ ଖରାପ ରହିଲା। ଅକ୍ଷର ପଟେଲ ଡେମେନିକ ସିମ୍ବଲଙ୍କୁ ଆଉଟ କରି ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଥିଲେ। ସେ ୮ ବଲରେ ୨ ରନ ହିଁ କରିପାରିଥିଲେ।ଏହା ପରେ ପଟେଲ ପୁଣି ଜ୍ୟାକ କ୍ରୋଲିଙ୍କୁ ସିରାଜଙ୍କ ହାତରେ କ୍ୟାଚ କରି ଆଉଟ କରାଇଥିଲେ। କ୍ରୋଲି ୩୦ ବଲରେ ୯ ରନ କରିଥିଲେ। ମହମ୍ମଦ ସିରାଜ ଇଂଲଣ୍ଡ ଟିମକୁ ସବୁଠୁ ବଡ଼ ଝଟକା ଦେଇଦେଲେ। ସେ ଇଂଲଣ୍ଡର ଅଧିନାୟକ ଜୋ ରୁଟଙ୍କ ୱିକେଟ ଅକ୍ତିଆର କରିଥିଲେ। ରୁଟ ୫ ରନ କରି ସିରାଜଙ୍କ ବଲରେ ଏଲବିଡବ୍ଲୁ ହୋଇଗଲେ। ସିରାଜ ଏହା ପରେ ଜନି ବେୟରଷ୍ଟୋଙ୍କୁ ଆଉଟ କରିଦେଲେ। ବେୟରଷ୍ଟୋ ୨୮ ରନ କରି ସିରାଜଙ୍କ ବଲରେ ଏଲବିଡବ୍ଲୁ ହୋଇଗଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।