ଇଂଲଣ୍ଡ ବିପକ୍ଷ ଚାରିଟିକିଆ ଟେଷ୍ଟ ମ୍ୟାଚ ସିରିଜର ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତି ଭାରତୀୟ ଦଳକୁ ନିରାଶ କରିଛି। ମୈଦାନ ଅମ୍ପାୟାର ନିତିନ ମେନନଙ୍କ ପାଇଁ ଭାରତକୁ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ୱିକେଟ ମିଳିଲା ନାହିଁ। ରୁଟଙ୍କୁ ଏଲବିଡବ୍ଲୁ ନ ମିଳିବାରୁ ବିରାଟ କୋହଲି ରିଭ୍ୟୁ ନେଲେ। ଡିଆରଏସରେ ରୁଟ ଆଉଟ ଥିଲେ ହେଲେ ଅମ୍ପାୟାର କଲ ପାଇଁ ଥର୍ଡ ଅମ୍ପାୟାର ତାଙ୍କୁ ଆଉଟ ଦେଲେ ନାହିଁ।

ଏହା ଦେଖି କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ରାଗିଗଲେ। କେତେକ ଦିଗଜ ଖେଳାଳି ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆରେ ନିତିନ ମେନନ ଟ୍ରୋଲ ହୋଉଛନ୍ତି। ୟୁଜର୍ସ ଏହି ନିଷ୍ପତ୍ତିରେ ଏତେ ରାଗିଗଲେ ଯେ କିଛି ସମୟ ପର୍ଯ୍ୟନ୍ତ ନିତିନ ମେନନ ଟ୍ରେଣ୍ଡିଂ ହେଲେ। ବିରାଟ କୋହଲି ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ଅମ୍ପାୟାରଙ୍କ ସହ ଝଗଡ଼ା କଲେ ଓ ରବି ଶାସ୍ତ୍ରୀ ମଧ୍ୟ ଡ୍ରେସିଂ ରୁମରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହି ଘଟଣା ତୃତୀୟ ଦିନ ଖେଳର ଶେଷ ଓଭରରେ ହୋଇଥିଲ। ଇଂଲଣ୍ଡ ତିନି ୱିକେଟରେ ୫୩ ରନ କରି ଦିନ ସମାପ୍ତ କରିଥିଲା। ଜିତିବା ପାଇଁ ଭାରତ ଇଂଲଣ୍ଡକୁ ୪୮୨ ରନର ଟାର୍ଗେଟ ଛିଡା କରିଛି। ଇଂଲଣ୍ଡକୁ ଜିତିବା ପାଇଁ ଆଉ ୪୨୯ ରନ ଆବଶ୍ୟକ।
ତୃତୀୟ ଦିନର ଶେଷ ଓଭର ଅକ୍ଷର ପଟେଲ ପକାଉଥିବା ବେଳେ ପ୍ରଥମ ବଲରେ ଋଷଭ ପନ୍ତ କ୍ୟାଚ ଅପିଲ କରିଥିଲେ ହେଲେ ଅମ୍ପାୟାର ଏହାକୁ ନାକଚ କରିଥିଲେ।ଏହା ପରେ ଋଷଭ ପନ୍ତଙ୍କ କହିବା ପରେ ବିରାଟ କୋହଲି ଡିଆରଏସ ନେଇଥିଲେ। ଟିଭି ସ୍କ୍ରିନରେ ଜଣାପଡିଲା କି ବଲ ବ୍ୟାଟରେ ବାଜି ନାହିଁ। ସେ ସୁରକ୍ଷିତ ଥିଲେ ହେଲେ ଏଲବିଡବ୍ଲୁକୁ ନେଇ ସେ ଫସୁଥିଲେ। ଅକ୍ଷର ପଟେଲଙ୍କ ବଲ ଷ୍ଟମ୍ପ ସାମ୍ନାରେ ହିଁ ତାଙ୍କ ପ୍ୟାଡ଼ରେ ଲାଗିଥିଲା। ବଲ ଟ୍ରାକିଂରୁ ଜଣାପଡିଲା କି ବଲ ଷ୍ଟମ୍ପରେ ଲାଗୁଛି। ହେଲେ ଇଂପ୍ୟାଂଟ ଅମ୍ପାୟାରସ କଲ ଥିଲା। ସେଥିପାଇଁ ଭାରତକୁ ୱିକେଟ ମିଳିନଥିଲା।
https://twitter.com/Akkian_paul/status/1361297506433294338
ଏହା ଦେଖି ବିରାଟ କୋହଲି ରାଗି ଯାଇ ଅମ୍ପାୟାରଙ୍କ ସହ ଏହି ବିଷୟରେ କଥା ହେଲେ। ସେ ରୁଟଙ୍କୁ ନେଇ ଦିଆଯାଇଥିବା ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ। ଅମ୍ପାୟାର ମଧ୍ୟ ଅଡ଼ି ରହି କହିଲେ ଇଂପ୍ୟାଂଟ ବାହାରେ ଥିଲା। କୋହଲି ଓ ରବି ଶାସ୍ତ୍ରୀ ଏହି ନିଷ୍ପତ୍ତିରେ ସହମତି ପ୍ରକାଶ କରି ନଥିଲେ।ରବି ଶାସ୍ତ୍ରୀ ଡ୍ରେସିଂ ରୁମରେ ହାତ ଦେଖାଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।
କେମେଣ୍ଟ୍ରି ଟିମରେ ସାମିଲ ଲକ୍ଷ୍ମଣ ସିବାରାମାକୃଷନ,ଇଂଲଣ୍ଡର ପୂର୍ଵ ଟେଷ୍ଟ କ୍ରିକେଟର ମାର୍କ ବୁଚର ଓ ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ମାର୍କ ବାଁ ମଧ୍ୟ ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ। ସିବାରାମାକୃଷନ ଓ ମାର୍କ ବୁଚର କହିଲେ ଇଂପ୍ୟାଂଟରେ ଅମ୍ପାୟାର କଲ କିପରି ହେବ?ଏହା ତ ସ୍ତବ୍ଧ କରିବା ଭଳି ନିଷ୍ପତ୍ତି। ମାର୍କ ବାଁ ଟ୍ୱିଟ କଲେ,”ଏହା ସବୁଠାରୁ ବଡ଼ ଏଲବିଡବ୍ଲୁ ଥିଲା।ଏଥିପାଇଁ ମୁଁ କେବେ ଡିଆରଏସ ନେଇନି। ଘଟଣା ଏହା ଯେ ଡିଆରଏସରେ ଅମ୍ପାୟାରସ କଲ,କ୍ୟାଚକୁ ନେଇ ହୋଇଥିଲା ନା କି ଏଲବିଡବ୍ଲୁକୁ ନେଇ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।