IND VS ENG: ଟି-୨୦ ସିରିଜ ପୂର୍ବରୁ କୋହଲିଙ୍କ ବଡ଼ ଘୋଷଣା, ଟିମ ଇଂଲଣ୍ଡକୁ ନେଇ ଦେଲେ ବଡ଼ ବୟାନ। ଦେଖନ୍ତୁ ଭିଡିଓ।

ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡକୁ ଟି-୨୦ ସିରିଜରେ ମଧ୍ୟ ଟେଷ୍ଟ ସିରିଜ ଭଳି ହରାଇବା ପାଇଁ ତୟାର। ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆ ଜରିଆରେ ଏହାର ସଂକେତ ଦେଇଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଅନୁଷ୍ଠିତ ହେବ ଯାହାର ଆରମ୍ଭ ୧୨ ମାର୍ଚ୍ଚରୁ ହେବ। ସବୁ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୭ ରୁ ଅନୁଷ୍ଠିତ ହେବ।

Google

ସିରିଜର ଦ୍ୱିତୀୟ ମ୍ୟାଚ ୧୪ ମାର୍ଚ୍ଚ, ତୃତୀୟ ୧୬ ମାର୍ଚ୍ଚ, ଚତ୍ରୁର୍ଥ ୧୮ ମାର୍ଚ୍ଚ ଓ ଶେଷ ପଞ୍ଚମ ଟି-୨୦ ୨୦ ମାର୍ଚ୍ଚକୁ ଅନୁଷ୍ଠିତ ହେବ। ଏହା ପରେ ୨୩ ମାର୍ଚ୍ଚରୁ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ। ବିରାଟ କୋହଲି ଟି-୨୦ ସିରିଜ ପୂର୍ବରୁ ୧୧ ମାର୍ଚ୍ଚକୁ ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି।ସେହି ଭିଡ଼ିଓରେ ସେ ନେଟରେ ଚୌକା ,ଛକା ମାରୁଥିବା ଦେଖାଯାଇଛି। କ୍ୟାପ୍ସନରେ କୋହଲି ଲେଖିଛନ୍ତି,”ନୂଆ ସପ୍ତାହ, ନୂଆ ଫର୍ମାଟ କିନ୍ତୁ ପୂର୍ଵଭଳି ହିଁ ଲକ୍ଷ।ଚାଲନ୍ତୁ ତାକୁ ଆପଣାଇବା”। ଭାରତ ଇଂଲଣ୍ଡକୁ ଟେଷ୍ଟ ସିରିଜରେ ୩-୧ ରେ ହରାଇଥିଲା। ଏହା ସହିତ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲରେ ନିଜ ଜାଗା ପକା କରିଛି।

ବିରାଟ କୋହଲିଙ୍କ ଏହି ଭିଡ଼ିଓକୁ ଲୋକ ବହୁତ ଲାଇକ କରୁଛନ୍ତି। ଦୁଇ ଘଣ୍ଟା ଭିତରେ ହିଁ ଏଥିରେ ୨ ଲକ୍ଷରୁ ଅଧିକ ଲାଇକ ଓ ୧୬ ହଜାରରୁ ଅଧିକ କମେଣ୍ଟ ଆସିଯାଇଛି।କହିରଖବୁକି ଭାରତୀୟ କ୍ରିକେଟ ଟିମର ଟି-୨୦ ଇଣ୍ଟରନେସନାଲରେ ବର୍ତ୍ତମାନ ପ୍ରଦର୍ଶନ ସୁନ୍ଦର ରହିଛି।ଭାରତ ପୂର୍ଵ ୧୦ ଟି ଟି-୨୦ ରେ ମାତ୍ର ଗୋଟେ ମ୍ୟାଚ ହାରିଛି। ୭ ଟି ମ୍ୟାଚରେ ଜିତିଛି ଓ ଦୁଇଟି ମ୍ୟାଚ ଟାଇ ରହିଛି।

 

‘ଟି-୨୦ ସିରିଜ ପାଇଁ ଦୁଇ ଟିମ ଏହି ପ୍ରକାର ଅଛି:

ଭାରତ:ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେ ଏଲ ରାହୁଲ, ଶିଖର ଧୱନ, ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦିକ ପାଣ୍ଡିଆ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ, ୱାସିଙ୍ଗଟନ ସୁନ୍ଦର, ସାରଦୁଲ ଠାକୁର, ନବଦୀପ ସୈନି, ଇଶାନ କିଶନ ,ଦୀପକ ଚାହାର ଓ ରାହୁଲ ତେବଟିୟା।

ଇଂଲଣ୍ଡ:ଇୟୋନ ମୋର୍ଗନ(ଅଧିନାୟକ), ଡେଭିଡ ମଲାନ,ଜୋସ ବଟଲର, ଯେସେନ ରୟ, ଲିୟାମ ଲିବିଙ୍ଗଷ୍ଟୋନ, ବେନ ଷ୍ଟୋକ, ମୋଇନ ଅଲ୍ଲୀ, ଆଦିଲ ରାସିଦ, ରିସ ଟୋପଲେ, ଟମ କୁରନ,କ୍ରିସ ଜୋର୍ଡନ, ମାର୍କ ବୁଡ଼, ସାମ କୁରେନ, ସାମ ବିଲିଙ୍ଗସ, ଜନି ବେୟରଷ୍ଟୋ ଓ ଜୋଫ୍ରା ଆର୍ଚ୍ଚର।

Google
ଟି-୨୦ ଇଣ୍ଟରନେସନାଲରେ ୬୨% ଅଟେ ଟିମ ଇଣ୍ଡିଆର ସଫଳ ରେଟ:

କହିରଖବୁକି ଭାରତୀୟ କ୍ରିକେଟ ଟିମ ଏବେ ପର୍ଯ୍ୟନ୍ତ ୧୩୭ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛି। ଏଥିରେ ସେ ୮୫ ମ୍ୟାଚ ଜିତିଛି ଓ ୪୯ ମ୍ୟାଚ ପରାଜୟର ସାମ୍ନା କରିଛି। ୩ ଟି ମ୍ୟାଚ ଟାଇ ରହିଛି ଓ ୪ ଟି ମ୍ୟାଚର ଫଳ ଆସିନାହିଁ। ଟିମ ଇଣ୍ଡିଆ ସବୁଠୁ ଅଧିକ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ଜିତିବା ମାମଲାରେ ଦ୍ୱିତୀୟ ନମ୍ବରରେ ଅଛି। ପ୍ରଥମ ନମ୍ବରରେ ପାକିସ୍ତାନ ଅଛି। ପାକିସ୍ତାନ ୧୬୩ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛି । ଏଥିରେ ସେ ୯୯ ଟି ମ୍ୟାଚ ଜିତିଛି ଓ ୫୯ ଟି ମ୍ୟାଚରେ ପରାଜିତ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *