IND VS ENG: କୋହଲିଙ୍କ ଏହି ଭୁଲ ପାଇଁ ଟିମ ଇଣ୍ଡିଆ ହୋଇପାରେ ୱାଲର୍ଡ଼ ଟେଷ୍ଟ ଚ୍ୟାମ୍ପିୟାନସିପ ଫାଇନାଲରୁ ବାହାର! ପଢନ୍ତୁ ପୁରା ଖବର।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲୁ ରହିଥିବା ୪ ଟିକିଆ ଟେଷ୍ଟ ମ୍ୟାଚ ସିରିଜ ଉଭୟ ଦଳ ପାଇଁ ମହତ୍ତ୍ୱପୂର୍ଣ୍ଣ। କାହିଁକିନା ଏହି ସିରିଜର ଫଳ ଉପରେ ୱାଲର୍ଡ଼ ଟେଷ୍ଟ ଚ୍ୟାମ୍ପିୟାନସିପ ଫାଇନାଲ ନିର୍ଭର କରିବ। ନ୍ୟୁଜିଲ୍ୟାଣ୍ଡ ଟିମ ପ୍ରଥମରୁ ହିଁ ଫାଇନାଲରେ ପ୍ରବେଶ କରିଛି। ଦ୍ଵିତୀୟ ଟିମ ଭାବେ ଭାରତ,ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଟକର ଚାଲିଛି।ଭାରତ ଯଦି ଇଂଲଣ୍ଡ ବିପକ୍ଷରେ ୨ ଟେଷ୍ଟ ମ୍ୟାଚ ଜିତିନେବ ଓ ଇଂଲଣ୍ଡକୁ ସିରିଜ ହରେଇବ ତେବେ ଭାରତ ଫାଇନାଲକୁ ପଳେଇବ। ହେଲେ ଚେନ୍ନାଇ ଟେଷ୍ଟରେ ଟିମ ଏମିତି ଏକ ଭୁଲ କରିଛି ଯାହା ତାକୁ ଅସୁବିଧା ସୃଷ୍ଟି କରିପାରେ।

Google

ବିଜଡ଼ନ ମୁତାବକ ଭାରତ ଚତୁର୍ଥଦିନ ବହୁତ ଧିମା ବୋଲିଂ କରିଥିଲା। ଏହାର ଫଳ ତାର ୱାଲର୍ଡ଼ ଟେଷ୍ଟ ଚ୍ୟାମ୍ପିୟାନ ସିପ ପଏଣ୍ଟ ଟେବୁଲ ଉପରେ ପଡିପାରେ। ଠିକ ସେମିତି ଅଷ୍ଟ୍ରେଲିଆ ସହ ହୋଇଥିଲା। ଟିମ ପେନଙ୍କ ଟିମ ଏହି ଭୁଲ କରିବାରୁ ତାଙ୍କ ଟିମର ଅଙ୍କ କଟାଯାଇଥିଲା ଓ ନ୍ୟୁଜିଲ୍ୟାଣ୍ଡ ଆଗକୁ ପଳେଇଥିଲା। ଭାରତୀୟ ଟିମ ଚେନ୍ନାଇ ଟେଷ୍ଟରେ ଟି ପରେ ୯୦ ମିନିଟ ପର୍ଯ୍ୟନ୍ତ କେବଳ ୧୯.୩ ଓଭର ପକେଇଥିଲେ। ଆଇସିସି ନିୟମ ମୁତାବକ ଟିମକୁ ଏକ ଘଣ୍ଟାରେ ୧୫ ଓଭର ପକେଇବାକୁ ହେବ। ହେଲେ ଭାରତର ବୋଲିଂ ଗତି କମ ଥିଲା।

ବିରାଟ କୋହଲିଙ୍କୁ ନ ଥିଲା ଜଣା?: ଚେନ୍ନାଇ ଟେଷ୍ଟର ଚତୁର୍ଥ ଦିନରେ ଅଧିନାୟକ ବିରାଟ କୋହଲିଙ୍କ ଲକ୍ଷ୍ୟ ଇଂଲଣ୍ଡକୁ ଅଧିକରୁ ଅଧିକ ବ୍ୟାଟିଂ କରେଇବାର ଥିଲା ଓ ବୋଧେ ଏଥିପାଇଁ ତାଙ୍କର ଓଭର ରେଟ କମି ଥିଲା। ହେଲେ ବିରାଟଙ୍କ ଏହି ରଣନୀତି ଆଗକୁ ଯାଇ ମାହାଙ୍ଗା ସାବ୍ୟସ୍ତ ହୋଇପାରେ।

Google

ୱାଲର୍ଡ଼ ଟେଷ୍ଟ ଚ୍ୟାମ୍ପିୟାନସିପ ଫାଇନାଲ ସୂତ୍ର: ଭାରତ ଯଦି ଇଂଲଣ୍ଡ ବିପକ୍ଷରେ ୨ ଟେଷ୍ଟ ମ୍ୟାଚ ଜିତିନେବ ଓ ଇଂଲଣ୍ଡକୁ ସିରିଜ ହରେଇବ ତେବେ ଭାରତ ଫାଇନାଲକୁ ପଳେଇବ। ଭାରତ ଯଦି ୧-୦ ରେ ସିରିଜ ଜିତିବ ତେବେ ମଧ୍ୟ ସେ ଫାଇନାଲ୍ ରେସରୁ ବାହାରି ଯିବ। ଭାରତ ଯଦି ୨-୧ ରେ ସିରିଜ ଜିତିଲା ତେବେ ମଧ୍ୟ ସେ ଫାଇନାଲକୁ ଯିବ। ଯଦି ଇଂଲଣ୍ଡ ୧-୦,୨-୦,୨-୧ ରେ ସିରିଜ ଜିତେ ତେବେ ଅଷ୍ଟ୍ରେଲିଆ ଫାଇନାଲକୁ ଯିବ। ଇଂଲଣ୍ଡକୁ ଫାଇନାଲରେ ପହଞ୍ଚିବା ପାଇଁ ୩-୦,୩-୧ବା ୪-୦ ରେ ଜିତିବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *