IPL ୨୦୨୧: ହାଇଦ୍ରାବାଦକୁ ହରାଇ କୋଲକତା ନିଜ ନାମରେ ଦର୍ଜ କଲା ଦୁଇଟି ବଡ଼ ରେକର୍ଡ । ଶାହାରୁଖ ଖାନ ଟୁଇଟ କରି କହିଲେ ବଡ଼ କଥା ।

କେକେଆର ଆଇପିଏଲ ୨୦୨୧ରେ ସୁନ୍ଦର ଆରମ୍ଭ କରିଛି। ନିଜ ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ନିଜ ନାମରେ ଦୁଇଟି ବଡ଼ ରେକର୍ଡ ଦର୍ଜ କରିଛି। କେକେଆର ପ୍ରଥମ ବ୍ୟାଟିଙ୍ଗ କରି ନୀତିଶ ରାଣା ଓ ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକୀୟ ପାରି ଦ୍ଵାରା ୬ ୱିକେଟ ହରାଇ ୧୮୭ ରନ କରିଥିଲା। ଜବାବରେ ହାଇଦ୍ରାବାଦ ଟିମ ୫ ୱିକେଟ ହରାଇ ୧୭୭ ରନ ହିଁ କରିପାରିଲା। ଆଇପିଏଲ ଇତିହାସରେ କେକେଆର ହାଇଦ୍ରାବାଦକୁ ତୃତୀୟ ଥର ହରାଇଛି। ପୂର୍ଵ ସଂସ୍କରଣରେ କେକେଆର ହାଇଦ୍ରାବାଦକୁ ଦୁଇଟି ମ୍ୟାଚରେ ହରାଇଥିଲା। ତେବେ କେକେଆର ହାଇଦ୍ରାବାଦକୁ କାଲି ହରାଇ ନିଜ ନାମରେ ଏହି ରେକର୍ଡ କରିନେଇଛି।

Google

ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ହାଇଦ୍ରାବାଦର ଆରମ୍ଭ ବହୁତ ଖରାପ ରହିଲା। ଟିମ ମାତ୍ର ୧୦ ରନରେ ୨ ଟି ୱିକେଟ ହରାଇ ଦେଇଥିଲା। ଅଧିନାୟକ ଡେଭିଡ ୱାନର ୩ ଓ ରିଧିମାନ ସାହା ମାତ୍ର ୩ ରନ ହିଁ କରିପାରିଲେ। ମନୀଷ ପାଣ୍ଡେ ଓ ଜନି ବେୟରଷ୍ଟୋ ୫୫ ଦ୍ୱିତୀୟ ୱିକେଟ ପାଇଁ ୯୨ ରନ ଯୋଡି ଟିମକୁ ସମ୍ଭାଳିଲେ। ଏହା ପରେ ମଧ୍ୟ ତଳ କ୍ରମର ବ୍ୟାଟ୍ସମ୍ୟାନ କିଛି ଖାସ କରିପାରିଲେ ନାହିଁ।

ଶେଷ ଓଭରରେ ଅଵଦୁଲ ସମଦ ୮ ବଲରେ ୧୯ ରନର ପାରି ଖେଳି ଟିମକୁ କିଛି ମାତ୍ରାରେ ବିଜୟର ଆଶା ଦେଇଥିଲେ।କିନ୍ତୁ ମ୍ୟାଚ ଜିତାଇପାରିନଥିଲେ। ମନୀଷ ପାଣ୍ଡେ ୬୧ ରନ କରି ନଟଆଉଟ ରହିଥିଲେ। କେକେଆର ତରଫରୁ ପ୍ରେସ ବୋଲର ପ୍ରସିଦ୍ଧ କୃଷ୍ଣା ସବୁଠୁ ଅଧିକ ୱିକେଟ ଅକ୍ତିଆର କରିଥିଲେ। ଏହି ବିଜୟ ଦ୍ଵାରା କୋଲକତା ଆଇପିଏଲରେ ୧୦୦ ତମ ବିଜୟ ହାସଲ କଲା। ଯାହା ବହୁତ ବଡ଼ ରେକର୍ଡ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *