ବାପା ବନିଲେ କ୍ରୁନାଲ ପାଣ୍ଡ୍ୟା! ସେୟାର କଲେ ଫଟୋ, ଦେଖନ୍ତୁ ଫଟୋ

ବ୍ୟୁରୋ ରିପୋର୍ଟ: ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ପାଙ୍କୁରି ଶର୍ମା ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି। କ୍ରୁନାଲ ଇଂଷ୍ଟାଗ୍ରାମରେ ମେଡିକାଲର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ପତ୍ନୀ ପାଙ୍କୁରି ଓ ତାଙ୍କ କୋଳରେ ଏକ ଛୁଆ ଦେଖାଯାଉଛି,ଯାହାର ମଥାକୁ କ୍ରୁନାଲ ଚୁମ୍ବନ ଦେଉଛନ୍ତି। ସେ ଫଟୋର କ୍ୟାପ୍ସନରେ ପୁଅର ନାମ ମଧ୍ୟ କହିଛନ୍ତି। କ୍ରୁନାଲଙ୍କ ଏହି ଫଟୋ ପରେ ତାଙ୍କୁ ଅଭିନନ୍ଦନ ଜଣାଯାଉଛି। ଭାଇ ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାସା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

Google

କ୍ରୁନାଲ ନିଜେ ପତ୍ନୀ ପାଙ୍କୁରି ଓ ପୁଅର ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟେ ଫଟୋରେ କ୍ରୁନାଲ ଓ ତାଙ୍କ ପତ୍ନୀ ପୁତ୍ରକୁ ଚୁମ୍ବନ ଦେଉଥିବା ଦେଖାଯାଉଛି ଓ ଦ୍ୱିତୀୟ ଫଟୋରେ ଦୁହେଁ ପୁଅକୁ ଦେଖୁଥିବା ଦେଖାଯାଉଛି। ଫଟୋ ସହିତ କ୍ରୁନାଲ ପୁରା ନାମକୁ ନେଇ କ୍ୟାପ୍ସନରେ ଲେଖିଛନ୍ତି,”କବିର କ୍ରୁନାଲ ପାଣ୍ଡ୍ୟା”।

କ୍ରୁନାଲ ଏବେ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ବାରବିକସାୟର ତରଫରୁ କ୍ରାଉଁଟି କ୍ରିକେଟ ଖେଳିବେ। କ୍ରୁନାଲ ଓ ପାଙ୍କୁରି ୨୦୧୭ରେ ବିବାହ କରିଥିଲେ।

Google

କ୍ରୁନାଲ ରୟାଲ ଲଣ୍ଡନ କପରେ ଆଗାମୀ ସିଜନରେ ବାରବିକସାୟର ତରଫରୁ କ୍ରାଉଁଟି କ୍ରିକେଟ କ୍ଳବ ତରଫରୁ ଖେଳିବାର ଅଛି। ସେ ଏହି ଇଂଲିସ କ୍ଳବ ସହ ସାମିଲ ହୋଇଛନ୍ତି। ୨ ରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା ରୟାଲ ଲଣ୍ଡନ କପରେ ବାରବିକସାୟର ଲିଗ ଷ୍ଟେଜର ୮ ମ ମ୍ୟାଚ ଖେଳିବ।

ଆଇପିଏଲ ୨୦୨୨ରେ କ୍ରୁନାଲ ଲକ୍ଷନୌ ସୁପର ଜାଏଣ୍ଟସ ତରଫରୁ ଖେଳିଥିଲେ। ସେବେ ସେ ୧୪ ମ୍ୟାଚରେ ୧୮୩ ରନ କରିଥିଲେ ଓ ୧୦ ୱିକେଟ ମଧ୍ୟ ନେଇଥିଲେ। ୩୧ ବର୍ଷୀୟ ଏହି ଅଲରାଉଣ୍ଡର ଭାରତ ପାଇଁ ୧୯ ଟି-୨୦ ଓ ୫ ଏକଦିବସିୟ ମ୍ୟାଚ ଖେଳିଛନ୍ତି। ୫ ଏକଦିବସିୟରେ ସେ ଗୋଟେ ଅର୍ଦ୍ଧଶତକ ସହ ୧୩୦ ରନ କରିଛନ୍ତି। ଟି-୨୦ରେ ୧୨୪ ରନ କରିବା ସହ ୧୫ ୱିକେଟ ମଧ୍ୟ ନେଇଛନ୍ତି। ଏକଦିବସିୟରେ ମଧ୍ୟ ସେ ଦୁଇଟି ୱିକେଟ ନେଇଛନ୍ତି। ଲିଷ୍ଟଏ କ୍ରିକେଟରେ ସେ ୭୬ ମ୍ୟାଚରେ ୮୯ ୱିକେଟ ଓ ୨୨୩୧ ରନ କରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *