କୁକୁର ପାଳିଲେ ହୋଇଥାଏ ହୃତପିଣ୍ଡ ଜନିତ ରୋଗ ଦୂର, ଜାଣନ୍ତୁ କାହିଁକି କୁକୁର ପାଳିବା ଜରୁରୀ ଓ ଏହାର ଫାଇଦା ।

ବହୁତ ଲୋକ ନିଜ ଘରେ ପଶୁ ରଖିବାରେ ସଉକ ରଖିଥାନ୍ତି।ଲୋକମାନେ କୁକୁର,ବିଲେଇ ଓ ଠେକୁଆ ମଧ୍ୟ ପାଳନ୍ତି।ହେଲେ ବହୁତ ଲୋକ ଅଧିକ କୁକୁର ପାଳିବାରେ ହିଁ ପସନ୍ଦ କରିଥାନ୍ତି। କୁକୁରକୁ ମଣିଷର ସବୁଠାରୁ ଭଲ ସାଙ୍ଗ ମଧ୍ୟ କୁହାଯାଏ। କେବଳ କୁକୁର ପାଳିଥିବା ଲୋକ ହିଁ ଜାଣିଥିବେ ତାଙ୍କ କୁକର ତାଙ୍କୁ କେତେ ଭଲ ପାଏ ଓ କେତେ ଖୁସି ଦିଏ। ହେଲେ କିଛି ଲୋକ ଏବେ ଯାଏ ମଧ୍ୟ ଅଜଣା ଥିବେ ଏହି କୁକୁରର ସମ୍ବନ୍ଧ ହୃଦୟ ସହ ମଧ୍ୟ ରହିଥାଏ।କୁକୁର ପାଳୁଥିବା ଲୋକଙ୍କ ପାଇଁ ଏହା ଏକ ଖୁସି ଖବର ଅଟେ। ଏକ ଅଧ୍ୟୟନରୁ ଜଣାପଡିଛି କି ହାର୍ଟ ଆଟାକକୁ କମ କରିବାରେ କୁକୁର ପାଳିବା ବହୁତ ଲାଭଦାୟକ ହୋଇଥାଏ। ହାର୍ଟ ରୋଗୀମାନଙ୍କ ପାଇଁ କୁକୁର ପାଳିବା ବହୁତ ଭଲ ହୋଇଥାଏ। ଆଉ ମଧ୍ୟ ମିଳିଛି କି କୁକୁର ପାଳିଲେ ଅନ୍ୟ ରୋଗ ମଧ୍ୟ କମ ହୋଇଯାଏ।

Google
ଚିନ୍ତାରୁ ମିଳିବ ମୁକ୍ତି:-

ଅଧ୍ୟୟନରୁ ଜଣାପଡିଛି ଯଦି ଗୋଟିଏ ଲୋକ ଷ୍ଟ୍ରେସରେ ଅଛି ସେ କୁକୁର ସହ ତାର ସମୟ ବିତେଇପାରିବ। କୁକୁର ମଣିଷର ଷ୍ଟ୍ରେସକୁ କମ କରିଦିଏ ଯାହା ଦ୍ୱାରା ହାର୍ଟ ଆଟାକ ଭଳି ରୋଗର ମାତ୍ରା ବହୁତ କମ ହୋଇଯାଏ। ସେହିପରି ଗୃହପାଳିତ କୁକୁର ହାର୍ଟ ରୋଗୀଙ୍କ ମୃତ୍ୟୁକୁ ମଧ୍ୟ କିଛି ସମୟ ପାଇଁ ବଢ଼ାଇ ଦିଏ। କୁକୁର ପାଳୁଥିବା ଲୋକ ଓ ସେହି ଲୋକ ମାନଙ୍କ ମଧ୍ୟରେ ତୁଳନା ହୋଇଥିଲା ଯିଏ ହାର୍ଟ ରୋଗର ଶିକାର ନୁହଁନ୍ତି। ଏଥିରୁ ମିଳିଲା ଯେ କୁକୁର ସହ ରହୁଥିବା ଲୋକଙ୍କ ମୃତ୍ୟୁର କଷ୍ଟ ୩୩℅କମ ଥିଲା। କୁକୁର ତାର ମାଲିକର ସବୁଠାରୁ ଭଲ ସାଙ୍ଗ। ସେ ତାର ନିଃସ୍ୱାର୍ଥ ପ୍ରେମରେ ମଣିଷର ଷ୍ଟ୍ରେସକୁ କେମିପରିବ।

ରକ୍ତଚାପ ରହିବ ଠିକ:-

ଜଣାପଡିଛି କି କୁକୁର ପାଳୁଥିବା ଲୋକଙ୍କ ରକ୍ତଚାପ, କୁକୁର ନ ପାଳୁଥିବା ଲୋକଙ୍କ ରକ୍ତଚାପ ଠାରୁ କମ ହୋଇଥାଏ।ଏହାର କାରଣ କୁକୁରର ପ୍ରଭାବ ଆମ ଶରୀରରେ ସକାରାତ୍ମକ ଭାବେ ପଡିଥାଏ ଓ ଆମକୁ ଶାନ୍ତ କରିଦେଇଥାନ୍ତି। ଏହାଛଡା କୁକୁରକୁ ବୁଲେଇ ନେବା ଦ୍ୱାରା ଆମର ମଧ୍ୟ ବ୍ୟାମ ହୋଇଯାଏ। ଯାହାଦ୍ଵାରା ଆମ ଶରୀର ମଧ୍ୟ ଫିଟ ରୁହେ। କେବଳ ଏତିକି ନୁହେଁ,ଗୃହପାଳିତ ପଶୁଙ୍କୁ ଛୁଇଁବା ଦ୍ୱାରା ସକାରାତ୍ମକ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। କୁକୁର ପାଳିବା ଲୋକଙ୍କ କୋଲେଷ୍ଟ୍ରଲ ଓ ଟ୍ରାଇଗଲିସାଇଡ଼ର ମାତ୍ରା ମଧ୍ୟ କମ ହୋଇଥାଏ।

Google
ମଧୁମେହ ରୋଗ ହେବ କମ:-

ବୈଜ୍ଞାନିକ ମାନଙ୍କ ମତରେ କୁକୁର ପାଳିଲେ ମଧୁମେହ ରୋଗି ସହ ଆକ୍ଟିଭ ଲାଇଫ ଷ୍ଟାଇଲ ଆପଣେଇ ନିଜକୁ ସୁସ୍ଥ ରଖିପାରିବେ। କୁକୁର ସହ ଖେଳିବା କିମ୍ବା ୱାକରେ ଯିବା ଆମପାଇଁ ଲାଭଦାୟକ ହୋଇଥାଏ। ସେହିପରି ଦୌଡ଼ିଲେ ଖେଳିଲେ ମୋଟାପଣ ବଢେ ନାହିଁ ଓ ଶରୀର ମଧ୍ୟ ଫିଟ ରହେ।

Google
ସାମାଜିକ ଜୀବନ ହେବ ସୁଧାର:-

ରିସର୍ଚ୍ଚ ମୁତାବକ ପଶୁ ପାଳିଲେ ଆପଣଙ୍କ ସାମାଜିକ ଜୀବନରେ ମଧ୍ୟ ସୁଧାର ଆସିବ। ଏହାର କାରଣ ହେଉଛି କୁକୁର ପାଳନ କରୁଥିବା ଲୋକ ସବୁବେଳେ ୱାକରେ ଯାଆନ୍ତି। ଏହିପରି ଭାବରେ ପାର୍କ କିମ୍ବା ଗ୍ରୁପରେ କେଉଁଠିକି ଯିବା ସମୟରେ ଅଧିକରୁ ଅଧିକ ଲୋକଙ୍କ ସହ ମିଳାମିଶା ହୁଏ। ଏମିତିରେ ଆପଣଙ୍କ ଜଣାଶୁଣା ମଧ୍ୟ ହୋଇଯାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *