ବିରାଟ ଓ ଶାସ୍ତ୍ରୀଙ୍କ ରଣନୀତି ଉପରେ ରାଗିଗଲେ କୁଲଦୀପ ଯାଦବଙ୍କ କୋଚ,କହିଦେଲେ ଏହି ବଡ଼ କଥା।

କପିଲ ପାଣ୍ଡେ ସାହବାଜ ନଦିମଙ୍କ ଚୟନକୁ ନେଇ କହିଛନ୍ତି,”କୁଲଦୀପ ଯାଦବ ଲଗାତର ଟିମ ସହିତ ରହିଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କୁ ମୌକା ମିଳିନାହିଁ। ଏକ କଥା ଅଛି-ଘରର କୁକୁଡ଼ା ଡାଲମା ସମାନ। ଏଥିପାଇଁ ଆପଣ ତାଙ୍କୁ ବୁଝିବାକୁ ପ୍ରୟାସ କରୁନାହଁନ୍ତି। ଆପଣ ତାଙ୍କ ନମ୍ବର ଦେଖୁନାହାଁନ୍ତି। ଆପଣ ତାଙ୍କୁ ଏକ ସାମାନ୍ୟ କ୍ରିକେଟର ଆକାରରେ ଦେଖୁଛନ୍ତି।

Google

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ପରେ ଆଶା କରାଯାଉଥିଲାକି ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଘରୋଇ ଟେଷ୍ଟ ସିରିଜରେ କୁଲଦୀପ ଯାଦବଙ୍କୁ ମୌକା ମିଳିବ କିନ୍ତୁ ତାଙ୍କୁ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନଥିଲା। ଭାରତକୁ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟରେ ୨୨୭ ରନରେ ହାରିବାକୁ ପଡିଲା। ଏବେ କୁଲଦୀପ ଯାଦବଙ୍କ ପିଲାବେଳର କୋଚ କପିଲ ପାଣ୍ଡେ କହିଛନ୍ତିକି ଟେଷ୍ଟ କ୍ରିକେଟରେ କୁଲଦୀପଙ୍କୁ କମ ମୌକା ଦିଆଯାଇଥିବାରୁ ସେ ଏବେ ପର୍ଯ୍ୟନ୍ତ ୨୦୦ ୱିକେଟ ଅକ୍ତିଆର କାରିବାରେ ସମର୍ଥ ହୋଇନାହାଁନ୍ତି।

କପିଲ ପାଣ୍ଡେ ସ୍ପୋର୍ଟସ କିଡାକୁ ଦେଇଥିବା ଇଣ୍ଟରଭିଉରେ କହିଛନ୍ତି,”ଯଦି ସେ ଅନ୍ୟ କୌଣସି ଦେଶ ପକ୍ଷରୁ ଖେଳୁଥାନ୍ତେ ତ ଏବେ ପର୍ଯ୍ୟନ୍ତ ୨୦୦ରୁ ଅଧିକ ୱିକେଟ ନେଇସାରିଥାନ୍ତେ”। କପିଲ ପାଣ୍ଡେ କୁଲଦୀପଙ୍କୁ ୧୭ ବର୍ଷ ବୟସରୁ କୋଚିଙ୍ଗ ଦେଉଛନ୍ତି। ତାଙ୍କ ମାନିବା ଅଟେ କି କୁଲଦୀପଙ୍କୁ ଟିମ ପ୍ରବନ୍ଧକ ଅଣଦେଖା କରୁଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ତାଙ୍କୁ ଚୂଡାନ୍ତ ଏକାଦଶରେ ରଖାଯିବାକଥା।କୁଲଦୀପ ଭାରତ ପଟୁ ଶେଷ ଟେଷ୍ଟ ଜାନୁଆରୀ ୨୦୧୯ରେ ଅଷ୍ଟେଲିଆ ବିରୁଦ୍ଧରେ ସିଡ଼ନିରେ ଖେଳିଥିଲେ କିନ୍ତୁ ବର୍ଡ଼ର ଗାଭାସ୍କରର ଚାରିଟି ଯାକ ମ୍ୟାଚରେ ସେ ବାହାରେ ବସିଥିଲେ। କୁଲଦୀପଙ୍କ କୋଚ ପାଣ୍ଡେ ହେର୍ଡ କୋଚ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କୁ ଚେନ୍ନାଇରେ କୁଲଦୀପଙ୍କୁ ନବାଛିବା ନେଇ ପ୍ରଶ୍ନ କରିଥିଲେ।

Google

କପିଲ ପାଣ୍ଡେ ପଚାରିଥିଲେ,”ଭାରତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗାରେ ସାହବାଜ ନଦୀମଙ୍କୁ ବାଛିଲା ଓ କୁଲଦୀପ ଯାଦବଙ୍କୁ ଅଣଦେଖା କରିଦେଲା। କୁଲଦୀପ ନିଜ ଶେଷ ଟେଷ୍ଟରେ ୫ ଟି ୱିକେଟ ଅକ୍ତିଆର କରିଥିଲେ। ଏହା ପରେ ଟିମ ପ୍ରବନ୍ଧନ ତାଙ୍କୁ କୌଣସି ମୌକା ଦେଇନଥିଲେ। ସ୍ୱାଭାବିକ ରୂପରେ ତାଙ୍କ ଉପରେ ପ୍ରେସର ବଢୁଛି। ସବୁ ଖେଳାଳିଙ୍କୁ ଭରପୁର ମୌକା ମିଳିବା ଉଚିତ। ୱାସିଙ୍ଗଟନ ସୁନ୍ଦରଙ୍କୁ ନିଜକୁ ସାବ୍ୟସ୍ତ କରିବା ପାଇଁ ମୌକା ମିଳୁଛି।ନଦୀମଙ୍କୁ ଦୁଇଟି ମୌକା ମିଳିଛି ତ କୁଲଦୀପଙ୍କୁ କଣ ପାଇଁ ନୁହେଁ?”

କପିଲ ପାଣ୍ଡେ କହିଛନ୍ତି,”ଯଦି କୁଲଦୀପ ଅନ୍ୟ କୌଣସି ଦେଶ ପଟୁ ଖେଳିଥାନ୍ତେ ଓ ୫୦ ଟେଷ୍ଟ ମ୍ୟାଚ ଖେଳିଥାନ୍ତେ ତ ସେ ଏବେ ପର୍ଯ୍ୟନ୍ତ ୨୦୦ରୁ ଅଧିକ ୱିକେଟ ନେଇସାରିଥାନ୍ତେ”। ରବିନ୍ଦ୍ର ଜାଡେଜା ଆଘତ ହେବା ପରେ କୁଲଦୀପ ପ୍ରଥମ ବିକଳ୍ପ ହେବା କଥା କିନ୍ତୁ ଟିମ ପ୍ରବନ୍ଧନ ନଦୀମଙ୍କୁ ମୌକା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।ଚେନ୍ନାଇରେ ସ୍ପିନରଙ୍କ ପ୍ରଦର୍ଶନକୁ ନେଇ ପାଣ୍ଡେ କହିଛନ୍ତି ସ୍ଥାନୀୟ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ଛାଡିଦେଲେ ଆଉ କେଉଁ ସ୍ପିନର ଭଲ ପ୍ରଦର୍ଶନ କରିନାହିଁ। କହିରଖିବୁକି ନଦୀମ ଦୁଇଟି ଜାକ ପାରିରେ ବହୁତ କଷ୍ଟରେ ଦୁଇଟି ୱିକେଟ ନେଇଛନ୍ତି। ୱାସିଙ୍ଗଟନଙ୍କୁ କୌଣସି ୱିକେଟ ମିଳିନାହିଁ।ଭାରତ ପ୍ରଥମ ଟେଷ୍ଟ ବଡ଼ ଅନ୍ତରରେ ହାରିଗଲା।

Google

କପିଲ ପାଣ୍ଡେ ସାହବାଜ ନଦୀମଙ୍କୁ ଟିମରେ ଚୟନ କରାଯିବା ଜେଇ କହିଛନ୍ତି,”ଯେଉଁ ଖେଳାଳୀ ଲଗାତର ଟିମରେ ଅଭ୍ୟାସ କରୁଛି ତାକୁ ଟିମରେ ମୌକା ମିଳୁନାହିଁ”।ସେ ଆଗକୁ କହିଛନ୍ତି “କୁଲଦୀପ ଯାଦବ ଲଗାତର ଟିମ ସହ ଟ୍ରାଭେଲ କରୁଛନ୍ତି ତାଙ୍କୁ ମୌକା ମିଳୁନାହିଁ। କଥା ଅଛି-ଘରର କୁକୁଡ଼ା ଡାଲମା ସମାନ। ଏଥିପାଇଁ ଆପଣ ତାଙ୍କୁ ବୁଝିବାକୁ ଚେଷ୍ଟା କରୁନାହଁନ୍ତି। ଆପଣ ତାଙ୍କ ନମ୍ବର ଦେଖୁନାହାଁନ୍ତି। ଆପଣ ତାଙ୍କୁ ଏକ ସାମାନ୍ୟ କ୍ରିକେଟର ଆକାରରେ ଦେଖୁଛନ୍ତି।

ସେ କହିଛନ୍ତି,”ଯଦି ସେ ଗୋଟେ ମ୍ୟାଚରେ ବି ଟିକେ ଖରାପ ପ୍ରଦର୍ଶନ କରିଥାନ୍ତି ତାଙ୍କୁ ସାଇଡ଼ଲାଇନ କରିଦିଆଯାଇଥାଏ।ଅନ୍ୟ ପଟେ ବାକି ଖେଳାଳୀଙ୍କୁ ଅନେକ ମୌକା ମିଳିଥାଏ।ଆପଣ ସେହି ଖେଳାଳୀଙ୍କୁ ଟିମରେ ସାମିଲ କରିଥାନ୍ତି। ଯିଏ ଟିମରେ ନାହିଁ ଓ ତାର କୌଣସି ପ୍ରସ୍ତୁତି ନାହିଁ। ଅଧିନାୟକ ଓ କୋଚଙ୍କ ମହାନିୟତା କୋଉଠି ଅଛି? ଯେଉଁ ଖେଳାଳୀ ଟିମ ସହିତ ଲଗାତର ଅଭ୍ୟାସ କରୁଛି ତାକୁ ମୌକା ମିଳୁନାହିଁ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *