କୁମାୟୁ ୟୁନିଭରସିଟିର ଭାଇସ ପ୍ରେସିଡେଣ୍ଟର ନିର୍ବାଚନ ଜିତି ରାଜନୀତି ଇଂଲିଶ ରେ ଡବଲ ଏମଏ କରି ହଂସୀ ପ୍ରହାରି ବହୁତ ପ୍ରତିଭାଶାଳୀ ମହିଳା ଅଟନ୍ତି। ୟାଙ୍କର ଜନ୍ମ ଉତ୍ତରାଖଣ୍ଡର ଅଲମୋଡା ଜିଲ୍ଲାର ସୋମେଶ୍ୱର କ୍ଷେତ୍ରରେ ହବାଳବାଗ ବ୍ଲକରେ ଗୋବିନ୍ଦପୁର ପାଖରେ ରଣଖିଲା ଗାଁ ରେ ହୋଇଥିଲା। ଏଠାରେ ସେ ତାଙ୍କ ପୁରା ପରିବାର ସହ ରୁହନ୍ତି। ତାଙ୍କ ପିତା ଛୋଟ ମୋଟ ରୋଜଗାର କରୁଥିଲେ,ଯେଉଁଥିରେ ସେ ତାଙ୍କର ପିଲାଙ୍କୁ ପଢ଼ାଉଥିଲେ।।

ହଂସୀ ତାଙ୍କ ଗାଁ ରେ ଭଲ ପଢୁଥିଲେ ବୋଲି ଜଣାଶୁଣା ଥିଲେ। ଧୀରେ ଧୀରେ ସେ କୁମାୟୁ ବିଶ୍ୱବିଦ୍ୟାଳୟରେ ଆଡ଼ମିଶନ ନେଲେ ଓ ସବୁ କ୍ଷେତ୍ରରେ ଭାଗ ମଧ୍ୟ ନେଉଥିଲେ। ୧୯୯୮-୯୯ ରେ ନିଜ ପରିଶ୍ରମ ବଳ ରେ ସେ କୁମାୟୁ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଭାଇସ ପ୍ରେସିଡେଣ୍ଟ ହୋଇଥିଲେ। ତାଙ୍କର ସେଠାରେ ଖାସ ନାମ ଅଛି।
ବିଶ୍ୱବିଦ୍ୟାଳୟରେ ୪ ବର୍ଷ ଚାକିରି କଲେ:
ତାଙ୍କ ଚାକିରୀ ବିଷୟରେ କହିବାକୁ ଗଲେ ସେ ଏଜୁକେସନ ସମ୍ବନ୍ଧିୟ ସବୁ ପ୍ରତିଯୋଗିତାରେ ଭାଗ ନେଉଥିଲେ । ତାଙ୍କର ଏହି ପ୍ରତିଭା ପାଇଁ ତାଙ୍କୁ ଚାକିରୀ ମିଳିଲା।ବିଶ୍ୱବିଦ୍ୟାଳୟରେ ସେ ୪ ବର୍ଷ ଚାକିରୀ କରିଛନ୍ତି। ୨୦୦୮ ରେ ମା ପ୍ରାଇଭେଟ ଜବ ମଧ୍ୟ କରିଛନ୍ତି। ସେ ଅଟେ ପ୍ରତିଭାଶାଳୀ ଥିଲେ ଯେ ତାଙ୍କ ବିନା କ୍ୟାମ୍ପସରେ କିଛି ଝଗଡା ହୁଏନି।ତାଙ୍କ ବିନା ସବୁ ଉତ୍ସବ ଅଧୁରା। ତାଙ୍କ ଏହି ପ୍ରତିଭାକୁ ଦେଖି ସମସ୍ତେ ଭାବୁଥିଲେ ସେ ଜୀବନରେ ବହୁତ ଉନ୍ନତି କରିବେ।ଜୀବନରେ କେବେ କଣ ହେବ ଏହା କାହାକୁ ଜଣା ନାହିଁ।

୪ ବର୍ଷ ଚାକିରୀ ପରେ ହଠାତ ତାଙ୍କର ଜୀବନ ବଦଳି ଗଲା। ବିବିର ଚିହ୍ନା ରହିଥିବା ହଂସୀ ଙ୍କ ଜୀବନରେ ନୂଆ ମୋଡ ଆସିଲା । ଆଜି ସେ ହରିଦ୍ୱାରର ରାସ୍ତା, ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡରେ ଭିକ ମାଗୁଥିବାର ଦେଖିବାକୁ ମିଳୁଛି। ତାଙ୍କର ଏହି ଅବସ୍ଥାକୁ ଦେଖି କାହାର ବିଶ୍ୱାସ ହେବ ନାହିଁ ସେ କେବେ ବିଶ୍ୱବିଦ୍ୟାଳୟର ଚମକ ଥିଲେ।
ବିବାହ ପରେ ହେଲା ଏପରି ଅବସ୍ଥା:
ହଂସୀ ଏହି ବିଷୟରେ କିଛି ଖାସ କଥା କହିନାହାନ୍ତି।ତାଙ୍କ ମତରେ ତାଙ୍କ ପାଇଁ ତାଙ୍କ ପରିବାର ଲୋକ ମଧ୍ୟ ଚିନ୍ତିତ ଓ ଭାଇ ଭଉଣୀ ମଧ୍ୟ। ହଂସୀଙ୍କ ମତରେ ପ୍ରଥମେ ସେ ଖୁସି ଥିଲେ ହେଲେ ବିବାହ ପରେସବୁ ବିବାଦ ହେଲା।ବାହାଘର ପରେ ସେ ଖୁବ ଚିନ୍ତାରେ ଥିଲେ ସେଥିପାଇଁ ଏମିତି ଅବସ୍ଥା ହୋଇଯାଇଛି। ଧୀରେ ଧୀରେ ସେ ରୋଗରେ ପଡିଲେ।ଘର ଛାଡ଼ି ହରିଦ୍ୱାର ଆସି ରହିଲେ ଓ ଧର୍ମ କାମରେ ନିଜ ମନ ଲଗେଇଲେ।
ପୁଅ ସହ ଫୁଟପାତରେ ରୁହନ୍ତି ହଂସୀ:
ଚାକିରୀ ଚାଲିଯିବା ପରେ ୨୦୧୨ରେ ହରିଦ୍ୱାର ଆସି ଭିକ ମାଗି ନିଜ ୬ ବର୍ଷ ପୁଅର ପେଟ ପୋଷୁଥିଲେ।ଝିଅ ଆଈଙ୍କ ପାଖରେ ରହୁଥିଲା ହେଲେ ସେ ଓ ତାଙ୍କ ପୁଅ ହରିଦ୍ୱାର ସଡକ ରେ ରହୁଥିଲେ। ହଂସୀ ଏତେ ପ୍ରତିଭା ଶାଳୀ କି ସେ ତାଙ୍କ ପୁଅକୁ ହିନ୍ଦୀ,ଇଂରାଜି,ସଂସ୍କୃତ ଶିଖାଉଛନ୍ତି।ସେ ତାଙ୍କ ପୁଅର ଉଜ୍ଵଳ ଭବିଷ୍ୟ ଦେବାକୁ ଚାହୁଁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି:
ହଂସୀ ନିଜ ସହାୟତା ପାଇଁ ବହୁତ ଥର ସଚିବାଳୟ ଓ ବିଧାନସଭା ଗଲେଣି। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଲେଣି। ଯଦି ସରକାର ତାଙ୍କୁ ସାହାଯ୍ୟ କରିବେ ତେବେ ସେ ତାଙ୍କ ପୁଅଙ୍କୁ ଉଜ୍ଵଳ ଭବିଷ୍ୟତ ଦେଇପାରିବେ।
ଏହାଛଡ଼ା ସେ କହିଛନ୍ତି କି ଯଦି ତାଙ୍କର ଚିକିତ୍ସା ହୁଏ ସେ ପୁଣି ଠିକ ହୋଇପାରିବେ ଓ ପୁଣି ଚାକିରୀ କରିପାରିବେ। ସେ ନିଜ ଦମରେ ଛୁଆକୁ ଭଲ ଶିକ୍ଷା ଦେବାକୁ ଇଛା ପ୍ରକାଶ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।