KXIP VS CSK:- ସେନ ୱାଟସନ ଏବଂ ଫାଫ ଡୁ ପ୍ଲେସିସ ରଚିଲେ ଇତିହାସ, ନିଜ ଦଳରେ ୧୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ।

KXIP vs CSK: Shane Watson and Faf du Plessis create history and break own team's 11 year old record, IPL 2020, Cricket, Nitidina

ସେନ ୱାଟସନ ୫୩ ବଲରେ ୧୧ଟି ଚୌକା ଏବଂ ତିନୋଟି ଛକା ସହ ଅପରାଜିତ ୮୩ ରନ କରିଥିଲେ ଏବଂ ଡୁ ପ୍ଲେସିସ ୫୩ ବଲରେ ୧୧ ଟି ଚୌକା ଏବଂ ୧ଟି ଛକା ସହ ଅପରାଜିତ ୮୭ ରନ କରିଥିଲେ ।

KXIP VS CSK: ଆଇପିଏଲ ୨୦୨୦ର ୧୮ ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ , କିଙ୍ଗସ ଏକାଦଶ ପଞ୍ଜାବକୁ ୧୦ ୱିକେଟରେ ପରାସ୍ତ କରିଛି । ଏହି ସଂସ୍କରଣ ଏହା ଚେନ୍ନାଇ ପାଇଁ ଦ୍ୱିତୀୟ ବିଜୟ ଅଟେ । ଲଗାତାର ତିନୋଟି ମ୍ୟାଚରେ ପରାଜୟ ହୋଇଥିଲା ଚେନ୍ନାଇ । ଏବି ମ୍ୟାଚରେ ୱାଟସନ ଏବଂ ଡୁ ପ୍ଲେସିସ ଭଲ ପଦର୍ଶନ କଲେ । ତାଙ୍କର ପାର୍ଟନର୍ସିପ ୧୮୧ ରନର ଥିଲା ଏବଂ ଦଳ ୧୦ ୱିକେଟରେ ବିଜୟ ହୋଇଥିଲା ।

IPL 2020: CSK opener Shane Watson opens up on Batting with Faf Du Plessis |  IPL 2020: जानिए फाफ डुप्लेसी के साथ पार्टनरशिप पर क्या बोले शेन वॉटसन -  Only Hindi News Today
Google

ପଞ୍ଜାବ ପକ୍ଷରୁ ୧୭୯ ରନର ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ୱାଟସନ ଏବଂ ଡୁ ପ୍ଲେସିସ ଭଲ ଆରମ୍ଭ କରିଥିଲେ । ୱାଟସନ ୫୩ ଟି ବଲରେ ୧୧ଟି ଚୌକା ଏବଂ ତିନୋଟି ଛକା ସହିତ ଅପରାଜିତ ୮୩ ରନ କରିଥିଲେ ଏବଂ ଡୁ ପ୍ଲେସିସ ୫୩ ବଲରେ ୧୧ ଟି ଚୌକା ଏବଂ ଗୋଟିଏ ଛକା ସହ ଅପରାଜିତ ୮୭ ରନ କରିଥିଲେ । ଏହି ସଂସ୍କରଣର ୱାଟସନଙ୍କ ପାଇଁ ଏହା ପ୍ରଥମ ଅର୍ଦ୍ଧଶତକ ।

ଏହା ସହିତ ୱାଟସନ ଏବଂ ଡୁ ପ୍ଲେସିସଙ୍କ ନାମରେ ଚେନ୍ନାଇର ସବୁଠୁ ବଡ଼ ପାର୍ଟନର୍ସିପର ରେକର୍ଡ ରହିଲା । ଆଇପିଏଲ ଇତିହାସର ଏହା ଦ୍ୱିତୀୟ ବଡ଼ ଓପେନିଂ ପାର୍ଟନର୍ସିପ ଅଟେ ।

ଡୁ ପ୍ଲେସିସ ଏବଂ ୱାଟସନଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ଚେନ୍ନାଇର ମାଇକ ହସି ଏବଂ ମୁରଲୀ ବିଜୟଙ୍କ ନାମରେ ଥିଲା। ହସି ଏବଂ ବିଜୟ ଆଇପିଏଲ ୨୦୧୧ ରେ ୧୫୯ ରନ କରିଥିଲେ ।

IPL 2020 Match Report: Record Faf-Watson Partnership Helps CSK beat KXIP by  10 Wickets
Google

ଆଇପିଏଲର ସବୁଠୁ ବଡ଼ ପାର୍ଟନର୍ସିପ ଗୌତମ ଗମ୍ଭୀର ଏବଂ କ୍ରିସ ଲୀନଙ୍କ ନାମରେ ଅଛି। ଆଇପିଏଲ ୨୦୧୭ ରେ ଗୁଜୁରାଟ ଲାଇଅନ୍ସ ବିରୋଧରେ ୧୮୪ ରନର ପାର୍ଟନର୍ସିପ କରିଥିଲେ । ଏହି ଲିଷ୍ଟର ୨ୟ ସ୍ଥାନରେ ଏବେ ୱାଟସନ ଏବଂ ଡୁପ୍ଲେସିସ ଅଛନ୍ତି । ପଞ୍ଜାବ ଏହି ମ୍ୟାଚରେ ୨୦ ଓଭରରେ ୪ଟି ୱିକେଟ ହରାଇ ୧୭୮ ରନ କରିଥିଲା । ଏହାର ଜବାବରେ ଚେନ୍ନାଇ ବିନା ୱିକେଟ ବ୍ୟୟ କରି ୧୭.୪ ଓଭରରେ ଲକ୍ଷ୍ୟ କରିଦେଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *