ପରିଶ୍ରମ ରଙ୍ଗ ଆଣିଲା। ଯେଉଁ କମ୍ପାନୀରେ ସିକ୍ୟୁରୀଟି ଗାର୍ଡ ଥିଲେ ସେହି କମ୍ପାନୀରେ ହିଁ ଟେକ ଅଫିସର ହେଇଗଲେ। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର।

ଜୀବନରେ ଶିଖିବା ପାଇଁ କିଛି ବୟସ ନଥାଏ। ଆପଣଙ୍କ ପାଖରେ ଯଦି ଶିଖିବାର ଇଛା ଥାଏ ତାହେଲେ ଆପଣଙ୍କୁ ବୟସ କେବେ ବି ଅଟକାଇ ପାରେ ନାହିଁ। ଆପଣ ହୁଏତ ଜୀବନରେ ଭଲରେ ପାଠ ପଢି ପାରି ନଥିବେ ଅଥବା ସ୍କୁଲ ମାନଙ୍କରେ ଭଲରେ ପଢି ପାରି ନଥିବେ ମାତ୍ର ଯଦି ଆପଣ ଶିଖିବା ପାଇଁ ଇଛୁକ ତାହେଲେ ଆପଣଙ୍କୁ ଜୀବନର କେଉଁ ବି ମୁହୂର୍ତ୍ତରୁ ଭଲ ଭାବେ ବହୁତ କିଛି ଶିଖିବାକୁ ମିଳି ପାରେ। ଅବଦୁଲ ଆଳିମଙ୍କର କାହାଣୀ ଏହି କଥାର ଜ୍ୱଳନ୍ତ ଉଦାହରଣ ଅଟେ। ସେ ଏବେ ଜୋହୋ କମ୍ପାନୀରେ ସଫ୍ଟୱେର ଡେଭେଲପର ଅଛନ୍ତି ମାତ୍ର ଦିନ ଥିଲା ଯେତେବେଳେ ସେ ଏହି କମ୍ପାନୀରେ ସିକ୍ୟୁରୀଟି ଗାର୍ଡ ଭାବେ କାମ କରୁ ଥିଲେ।

Google
କିପରି ଯାତ୍ରା ଆରମ୍ଭ ହେଲା?:

ଯେତେବେଳେ ଅବଦୁଲ ୨୦୧୩ରେ ଘର ଛାଡିଲେ ତ ତାଙ୍କ ପକେଟରେ ମାତ୍ର ୧ ହଜାର ଟଙ୍କା ଥିଲା ଆଉ ସେ ମାତ୍ର ୧୦ମ ଯାଏ ପାଠ ପଢି ଥିଲେ। ବହୁତ କଷ୍ଟ ତଥା ସଂଘର୍ଷ ପରେ ତାଙ୍କୁ ଏକ କମ୍ପାନୀରେ ସିକ୍ୟୁରୀଟି ଗାର୍ଡର ଜବ ମିଳିଲା। ଭାଗ୍ୟ ଦେଖନ୍ତୁ କି ଏକ କର୍ମଚାରୀ ପ୍ରତିଦିନ ଆସି ତାଙ୍କୁ କହିଲେ , ” ମୁଁ ଆପଣଙ୍କ ଆଖିରେ କିଛି ଦେଖି ପାରୁଛି।” ଏହା ଶୁଣିବା ପରେ ଅବ୍ଦୁଲ ତାଙ୍କୁ ତାଙ୍କ କମ୍ପ୍ୟୁଟର ବାବଦରେ ପଚାରିଲେ ଆଉ ତାଙ୍କ ଠାରୁ ଶିଖିବା ଆରମ୍ଭ କଲେ। ଅବଦୁଲ ସ୍କୁଲ ସମୟରେ ଏଚଟିଏମଏଲ ବାବଦରେ ବହୁତ କିଛି ଜାଣି ଥିଲେ।

୧୨ ଘଣ୍ଟା ସିଫ୍ଟ ପରେ କୋଡ଼ିଙ୍ଗ ଶିଖୁଥିଲେ:ବ ଅବଦୁଲଙ୍କ ପାଖରେ ଶିଖିବାର ଇଛା ଥିଲା ଆଉ ସେଥିପାଇଁ ହି ସେ ୧୨ଘଣ୍ଟା ର ସିଫ୍ଟିଙ୍ଗ ପରେ ବି ଯାଇ ସିନିଆର କର୍ମଚାରୀ ଙ୍କ ପାଖରୁ କୋଡ଼ିଂ ଶିଖୁଥିଲେ। ପ୍ରାୟ ୮ ମାସ କୋଡ଼ିଙ୍ଗ ଶିଖିବା ପରେ ସେ ଶେଷରେ ଏକ ଆପ ବନେଇଲେ ଆଉ ତାଙ୍କ ସିନିଆର କର୍ମଚାରୀ ଙ୍କୁ ତାହା ବହୁତ ଲାଇକ ଆସିଥିଲା। ବାସ ଏହାପରେ ହିଁ ସେହି କର୍ମଚାରୀ ଜଣକ ଅବଦୁଲଙ୍କୁ ଜଣେ ଇଣ୍ଟରଭିଉ ଅଫିସରଙ୍କ ସହ ଚିହ୍ନା କରେଇ ଦେଲେ। ଏବେ ଅବଦୁଲଙ୍କୁ ଜୋହୋ କମ୍ପାନୀରେ ପ୍ରାୟ ୮ ବର୍ଷ ହେଇଗଲା।

Google
ଇଣ୍ଟରନେଟରେ କାହାଣୀ ଭାଇରାଲ ହେଲା:

ଅବଦୁଲ ଏବେ ଏବେ ହିଁ ନିଜର କାହାଣୀ ଲାଇକେଡିନରେ ପୋଷ୍ଟ କଲେ ଆଉ ପୋଷ୍ଟ କରିବା କ୍ଷଣି ହିଁ ଲୋକ ମାନଙ୍କର ଏହା ଉପରେ ରିଆକ୍ସନ ଆସିବାକୁ ଲାଗିଲା। ଏହି କାହାଣୀ ଆସିବା ପରେ ହିଁ ଏହାକୁ ଏଯାଏ ୨ ଲକ୍ଷ ୯୧ ହଜାର ଭିଉ ମିଳି ସାରିଛି ଆଉ ଏହାକୁ ପ୍ରାୟ ୧୫ ହଜାରରୁ ଅଧିକ କମେଣ୍ଟ ବି ମିଳି ସାରିଛି। ୟୁଜର୍ସ ଆଳିମଙ୍କର ସେହି ଆତ୍ମ ବିଶ୍ୱାସ ଆଉ ପ୍ରଚେଷ୍ଟାର ସମ୍ମାନ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *