ପ୍ରବାସୀ ମଜୁରିଆଙ୍କ ପୁଅ ରଚିଲା ଇତିହାସ ଆମେରିକାରୁ ମିଳିଲା ସ୍କଲାରସିପ। କୁହାଯାଏନା ଯଦି କୌଣସି ମଣିଷ ମନରୁ ଦୃଢ଼ ନିଷ୍ପତି ନେଇଥାଏ ସେ ସବୁ ସଫଳତା ପାଇପାରେ। ସେ କୌଣସି ବି ପରିବାରର ହେଉନା କାହିଁକି।ଯଦି ପରିଶ୍ରମ କରିବାର ସାହସ ଥିବା ତ କିଛିକି ହାସଲ କରିହେବ।

ଆଜି ଆମେ କହିବୁ ବିହାରର ୨୨ ବର୍ଷୀୟ ଯୁବକଙ୍କ କଥା।ଯିଏକି ନିଜ ପରିଶ୍ରମ ଦ୍ଵାରା ଆମେରିକାରେ ସ୍କଲାରସିପ ହାସଲ କରିଛନ୍ତି।
ଆଇଆଇଟି ସହିତ ଆମେରିକାରେ ହାସଲ କଲେ ସ୍କଲାରସିପ:-
ଏହି ୨୨ ବର୍ଷିୟ ଯୁବକଙ୍କ ନାମ ରାହୁଲ କୁମାର ଅଟେ।ବିହାରର ନାଳନ୍ଦା ଜିଲ୍ଲାରେ ରହୁଥିବା ଏହି ଯୁବକଙ୍କ ଘରର ସ୍ଥିତି ଠିକ ନଥିଲା। ଏହି ଯୁବକଙ୍କ ବାପା ଜଣେ ମଜୁରିଆ ଯିଏକି ପାୱାର ଲୁମରେ କାମ କରନ୍ତି। ବିହାରରେ କାମ ନମିଳିବା କାରଣରୁ ତାଙ୍କୁ ସୁରଟ ଯାଇ କାମ କରିବାକୁ ପଡିଲା। ଯାହା ପାଇଁ ତାଙ୍କ ଉପରେ ଚାରି ଭାଇ ଭଉଣୀଙ୍କ ଦାୟିତ୍ୱ ପ୍ରତିଫଳିତ ହେଲା।
କିନ୍ତୁ ରାହୁଲ ନିଜ ସମସ୍ୟାକୁ ଦୂରରେ ରଖି ନିଜ ନିଜ ସ୍ଥିତି ସହ ସଂଘର୍ଷ କଲେ। ରାହୁଲ ପ୍ରଥମରୁ ପାଠପଢ଼ାରେ ତୀବ୍ର ଥିଲେ। ସେ B.Tech in Metallurgical and Materials Engineering ରେ ଭର୍ଚୁଆଲ ଡିଗ୍ରୀ କାଯ୍ୟକ୍ରମରେ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଦେଲେ।

ଗୋଲ୍ଡ ମେଡାଲରେ ସମ୍ମାନିତ:-
ରାହୁଲ ଆରମ୍ଭରୁ ସାମାଜିକ କଲ୍ୟାଣ ପାଇଁ ପ୍ରୟାସ କରନ୍ତି। ତାଙ୍କ ଦ୍ୱାରା ଅନେକ ସାମାଜିକ କାଯ୍ୟ କରାଯାଇଛି। ତାଙ୍କର ଏହି ଉତ୍ସାହ ତାଙ୍କୁ ରାଷ୍ଟ୍ରୀୟ ସେବା ଯୋଜନା(NSN),IIT ରୁଡୁକିର ମହାସଚିବ କରାଇଲା। କୁମାର ଏବେ ସଂଯୁକ୍ତ ରାଷ୍ଟ୍ର ଆମେରିକାର Utah ୟୁନିଭରସିଟିରେ ପିଏଚଡ଼ି କରିବା ପାଇଁ ଛାତ୍ରବୃତି ପାଇଛନ୍ତି ଓ ସହାୟକ ପ୍ରଫେସର ରୂପରେ ସେଠାରେ ପଢ଼ାଇବେ।
କଲେ ଏକ ହଜାର ଛାତ୍ରଙ୍କ ନେତୃତ୍ୱ:-
ଆଇଆଇଟି ରୁଡୁକିର ପ୍ରଫେସର ଅଜିତ କହିଛନ୍ତି ରାହୁଲଙ୍କ ପାଖରେ ମୂଳରୁ ନେତୃତ୍ୱ କରିବାର ପ୍ରତିଭା ଥିଲା। ରାହୁଲଙ୍କ ବିଷୟରେ ଅଜିତ କହିଛନ୍ତି କି-
“ନିଜର ମହାନ ନେତୃତ୍ୱ ଏବଂ ମ୍ୟାନେଜମେଣ୍ଟ ସ୍କିଲ ସହିତ ସେ ପାଖାପାଖି ୧ ହଜାର ଛାତ୍ରଙ୍କ ନେତୃତ୍ୱ କରିଛନ୍ତି ,ଓ ବିଭିନ୍ନ ଇଭେଣ୍ଟସକୁ ସଫଳ କରାଇବାରେ ଅନେକ ସରକାରୀ ଅଧିକାରୀ ଓ NGO ସହିତ ସମ୍ପର୍କ କଲେ”।

ଅନେକ ସମୟରେ ଲୋକ କିଛି ନପାଇବାର କାରଣ ନିଜ ପରିସ୍ଥିତିକୁ ଦର୍ଶାଇ ଥାନ୍ତି କିନ୍ତୁ ରାହୁଲ ଲୋକଙ୍କ ଭାବନାକୁ ବଦଳାଇ ଏକ ସୁନ୍ଦର ଇତିହାସ ସୃଷ୍ଟି କରିଛନ୍ତି। ଯଦି ସାହସ ଥିବା ତ କିଛି ବି ସମ୍ଭବପର ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।